www.samajalive.in
Sunday, December 14, 2025
19.1 C
Bhubaneswar

୨୪୪ ଶିଶୁଙ୍କ ସମେତ ୧୧୪୮ ସଂକ୍ରମିତ

ଭୁବନେଶ୍ୱର, (ନି.ପ୍ର): ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ସହିତ ଦୀର୍ଘ ମାସକ ପରେ ଲାଲବଳୟରୁ ବାହାରିଛି ଖୋର୍ଦ୍ଧା। ଏଠାରେ ଏବେ ୨ ହଜାର ୩୫୫ ସଂକ୍ରମିତ ଚିକିତ୍ସାଧୀନ ଅଛନ୍ତି। ଅନ୍ୟପକ୍ଷରେ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୦ ଉପରେ ରହିଛି। ବାଲେଶ୍ବରରୁ ସର୍ବାଧିକ ୮ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ସୁନ୍ଦରଗଡ଼ ୪, ଗଞ୍ଜାମ ୩, ଖୋର୍ଦ୍ଧା ୨, ଅନୁଗୋଳ, ଜଗତସିଂହପୁର, କେନ୍ଦ୍ରାପଡ଼ା, କେନ୍ଦୁଝର ଓ ନବରଙ୍ଗପୁରରୁ ଜଣେ ଲେଖାଏଁଙ୍କୁ ମିଶାଇ ୨୨ ଜଣଙ୍କ ମୃତ୍ୟୁ ହୋଇଛି। ମୋଟ ମୃତ୍ୟୁ ସଂଖ୍ୟା ୮୮୮୪ରେ ପହଞ୍ଚିଛି।

ଗତକାଲି ରାଜ୍ୟରେ ୬୩ ହଜାର ୩୭ଟି ନମୁନା ପରୀକ୍ଷଣ ହୋଇଥିବାବେଳେ ୧୧୪୮ ସଂକ୍ରମିତ ହୋଇଛନ୍ତି। ଏଥିରେ ୨୪୪ ଜଣ ୧୮ ବର୍ଷରୁ କମ୍ ପିଲା ଅଛନ୍ତି। ସଙ୍ଗରୋଧରୁ ୬୬୯ ଓ ସ୍ଥାନୀୟ ସଂକ୍ରମଣରୁ ୪୭୯ ଜଣ ଅଛନ୍ତି। ଶୁକ୍ରବାର ଖୋର୍ଦ୍ଧାରୁ ସର୍ବାଧିକ ୧୫୩, ସୁନ୍ଦରଗଡ଼ ୧୨୭, ଅନୁଗୋଳ ୯୪, କଟକ ୬୫, ବାଲେଶ୍ବର ୩୪, ବରଗଡ଼ ୧୨, ଭଦ୍ରକ ୧୩, ବଲାଙ୍ଗୀର ୯, ବୌଦ୍ଧ ୨୫, ଦେବଗଡ଼ ୨୮, ଢେଙ୍କାନାଳ ୧୭, ଗଜପତି ୪୩, ଗଞ୍ଜାମ ୧୩, ଜଗତସିଂହପୁର ୨୬, ଯାଜପୁର ୩୫, ଝାରସୁଗୁଡ଼ା ୧୩, କଳାହାଣ୍ଡି ୩୫, କନ୍ଧମାଳ ୩୩, କେନ୍ଦ୍ରାପଡ଼ା ୨୭, କେନ୍ଦୁଝର ୨୨, କୋରାପୁଟ ୫୬, ମାଲକାନାଗିରି ୭, ମୟୂରଭଞ୍ଜ ୪୨, ନବରଙ୍ଗପୁର ୧୮, ନୟାଗଡ଼ ୨୫, ନୂଆପଡ଼ା ୨୬, ପୁରୀ ୧୯, ରାୟଗଡ଼ା ୪୪, ସମ୍ବଲପୁର ୪୬ ଓ ସୋନପୁରରୁ ୯ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଆଜିର ସଂଖ୍ୟାକୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୨ ଲକ୍ଷ ୭୭ ହଜାର ୨୬୨ ରେ ପହଞ୍ଚିଛି। ୧୨ ହଜାର ୩୩୦ ଚିକିତ୍ସାଧୀନ ଥିବାବେଳେ ୧୨ ଲକ୍ଷ ୫୫ ହଜାର ୯୯୫ସୁସ୍ଥ ହୋଇଛନ୍ତି।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories