www.samajalive.in
Friday, December 12, 2025
23.1 C
Bhubaneswar

୩ୟ ଦିନିକିଆ ଆଜି, ଶୃଙ୍ଖଳା ପୋଛିବା ଲକ୍ଷ୍ୟରେ ଭାରତ

ଅହମ୍ମଦାବାଦ: ୱେଷ୍ଟଇଣ୍ଡିଜ୍‌-ଭାରତ ୩ୟ ତଥା ଅନ୍ତିମ ଦିନିକିଆ ମ୍ୟାଚ୍‌ ଆଜି ଖେଳାଯିବ।ଭାରତ ୩-୦ରେ ଶୃଙ୍ଖଳା ପୋଛିବା ଲାଗି ଦୃଢ଼ ଦାବିଦାର ଭାବେ ରହିଛି। ବୁଧବାର ୨ୟ ଦିନିକିଆକୁ ଜିତି ଭାରତ ୨-୦​‌ରେ ଆଗୁଆ ରହି ଶୃଙ୍ଖଳା ହାତେଇ ସାରିଛି। ତେଣୁ ୩ୟ ଦିନିକିଆରେ ଭାରତ ଏକାଦଶରେ କିଛି ପରିବର୍ତ୍ତନ କରି ଅନ୍ୟ ଖେଳାଳିଙ୍କୁ ସୁଯୋଗ ଦେବାର ପ୍ରୟାସ କରିବ। ଅନ୍ୟପକ୍ଷରେ ୱେଷ୍ଟଇଣ୍ଡିଜ୍‌ ବ୍ୟାଟିଂ ବିଭାଗରେ ଉନ୍ନତ ପ୍ରଦର୍ଶନ କରିବାର ପ୍ରୟାସ କରିବ।

ପ୍ରଥମ ୨ଟି ଦିନିକିଆରେ ଭାରତ ସମସ୍ତ ବିଭାଗରେ ପ୍ରତିପକ୍ଷ ଇଣ୍ଡିଜ୍‌ଠାରୁ ଭଲ ପ୍ରଦର୍ଶନ କରିଛି। ୨ୟ ଦିନିକିଆରେ ଭାରତ ୯ ୱିକେଟରେ ୨୩୭ ରନ୍‌ କରିଥିବା ବେଳେ ବ୍ୟାଟିଂ ଉପଯୋଗୀ ପିଚ୍‌ରେ ମଧ୍ୟ ୱେଷ୍ଟଇଣ୍ଡିଜ୍‌ ୨ ଶହ ରନ୍‌ ପାର କରି ପାରିନାହିଁ। ୨ୟ ମ୍ୟାଚ୍‌ରେ ୩ ପେସ୍ ବୋଲର କିମାର ରୋଚ୍‌, ଆଲ୍‌ଜାରି ଜୋସେଫ୍ ଓ ଓଡିଅନ୍ ସ୍ମିଥ୍ ପ୍ରଭାବିତ କରିଥିଲେ। ହେଲେ ୱେଷ୍ଟଇଣ୍ଡିଜ୍‌ ବ୍ୟାଟ୍‌ସମ୍ୟାନଙ୍କୁ ଅନୁରୂପ ପ୍ରଦର୍ଶନ କରିବାକୁ ପଡ଼ିବ।

Hot this week

ପୁଣି ୩ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ବର : ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ...

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ !

ଭୁବନେଶ୍ଵର : ଭୁବନେଶ୍ଵରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ...

ଫେବୃଆରୀ ୧୨ରେ ବାଂଲାଦେଶ ନିର୍ବାଚନ

ଢାକା,୧୧ା୧୨: ଆସନ୍ତା ବର୍ଷ ଫେବୃଆରୀ ୧୨ ତାରିଖରେ ବାଂଲାଦେଶ ନ୍ୟାସନାଲ ଆସେମ୍ବ୍ଲି...

ଉମର ଖାଲିଦଙ୍କୁ ଅନ୍ତରୀଣ ଜାମିନ

ନୂଆଦିଲ୍ଲୀ : ଦିଲ୍ଲୀ ଦଙ୍ଗା ଘଟଣାରେ ଗିରଫ ହୋଇଥିବା ଜେଏନୟୁର ପୂର୍ବତନ...

ଟସ୍ ଜିତିବା ପରେ ଭାରତ କରିଥିଲା ବଡ଼ ଭୁଲ: ଜାଣନ୍ତୁ କଣ କହିଲେ ଦକ୍ଷିଣ ଆଫ୍ରିକା ବ୍ୟାଟ୍ସମ୍ୟାନ୍‌

ନ୍ୟୁ ଚଣ୍ଡିଗଡ଼: ମୁଲାନପୁରରେ ଭାରତ ବିପକ୍ଷରେ ଦ୍ୱିତୀୟ ଟି-୨୦ ମ୍ୟାଚ୍ ରେ...

Related Articles

Popular Categories