www.samajalive.in
Sunday, December 7, 2025
14.1 C
Bhubaneswar

ସଙ୍ଗରୋଧରେ ରହିବେନି ବିଦେଶୀ

ନୂଆଦିଲ୍ଲୀ : କରୋନା ସଂକ୍ରମିତଙ୍କ ସଂଖ୍ୟା ଧିରେ ଧିରେ ହ୍ରାସ ପାଉଥିବା ଦେଖାଯାଉଛି। ଏହାକୁ ଦୃଷ୍ଟିରେ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ଅନ୍ତର୍ଜାତୀୟ ଗମନାଗମନ ପାଇଁ ନୂଆ ମାର୍ଗଦର୍ଶିକା ଜାରି କରିଛନ୍ତି। ନୂତନ ମାର୍ଗଦର୍ଶିକା ଅନୁଯାୟୀ,୧୪ ଫେବ୍ରୁଆରୀ ଠାରୁ ଭାରତ ଆସୁଥିବା ବିଦେଶୀ ଯାତ୍ରୀଙ୍କୁ ଆରଟିପିସିଆର ପରୀକ୍ଷା କରିବା ବାଧ୍ୟତାମୂଳକ ହେବ ନାହିଁ। ଏହା ବଦଳରେ ସମ୍ପୂର୍ଣ୍ଣ ଟିକାରକଣ ରିର୍ପୋଟ ଆଣିବାକୁ କିମ୍ବା ଫୋନରେ ଅପଲୋଡ କରିବାକୁ ପଡିବ।
ମାର୍ଗଦର୍ଶିକା ଅନୁଯାୟୀ, ବିମାନବନ୍ଦରରେ କରୋନା ପରୀକ୍ଷା କରିବା ବାଧ୍ୟତାମୂଳକ ନୁହେଁ। ସାତ ଦିନ ସଙ୍ଗରୋଧରେ ରହିବା ନିୟମ ଉପରୁ ମଧ୍ୟ କଟକଣା ହଟାଯାଇଛି। ଯାତ୍ରୀଙ୍କର କେବଳ ୧୪ ଦିନର ବିବରଣୀ ଦେବାକୁ ପଡିବ। ଭାରତକୁ ଆସୁଥିବା ଯାତ୍ରୀଙ୍କର ମାତ୍ର ଦୁଇ ପ୍ରତିଶତଙ୍କର ନମୁନା ପରୀକ୍ଷା କରାଯିବ। ଯେଉଁ ଯାତ୍ରୀମାନେ ଯାତ୍ରା କରିବେ ସେମାନେ ତା’ପୂର୍ବରୁ ଏୟାର ସୁବିଧା ପୋର୍ଟାଲରେ ଆବେଦନ ପତ୍ରରେ ନିୟମ ଓ ତଥ୍ୟ ଅନୁଯାୟୀ ପୂରଣ କରିବାକୁ ପଡିବ। ସେଥିରେ ୧୪ ଦିନ ଯାତ୍ରାର ସମ୍ପୂର୍ଣ୍ଣ ବିବରଣୀ ଦେବାକୁ ଆବଶ୍ୟକ। ଏହାସହ ୭୨ ଘଣ୍ଟାର ନେଗେଟିଭ ରିପୋର୍ଟ କିମ୍ବା ପୂର୍ଣ୍ଣ ଟିକାକରଣ ପ୍ରମାଣପତ୍ର ଅପଲୋଡ କରିବାକୁ ପଡିବ। ଏହି ନିୟମ କେବଳ ୭୨ ଦେଶରୁ ଆସୁଥିବା ବିଦେଶୀ ଯାତ୍ରୀଙ୍କ ପାଇଁ। ଯାହାର ଟିକାକରଣ କ୍ୟାମ୍ପେନକୁ ଭାରତ ସରକାର ପାରମ୍ପରିକ କାର୍ଯ୍ୟକ୍ରମର ଏକ ରୂପରେ ମାନ୍ୟତା ଦେଇଛି। ଏହି ଦେଶ ମଧ୍ୟରେ କାନାଡା, ହଙ୍ଗକଙ୍ଗ,  ଆମେରିକା, ବାହାରିନ୍‍, କତାର,ଅଷ୍ଟ୍ରେଲିଆ,ନ୍ୟୁଜିଲ୍ୟାଣ୍ଡ ଓ କିଛି ୟୁରୋପୀୟ ଦେଶ।

Hot this week

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

Related Articles

Popular Categories