www.samajalive.in
Sunday, December 7, 2025
16.1 C
Bhubaneswar

ବିଦେଶ ଫେରନ୍ତାଙ୍କ ନିମନ୍ତେ ନୂଆ ନିୟମ; ଅଗଷ୍ଟ ୮ ତାରିଖ ମଧ୍ୟରାତ୍ରିରୁ ଲାଗୁ

କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାରକଲ୍ୟାଣ ମନ୍ତ୍ରଣାଳୟ ବିଦେଶରୁ ଫେରନ୍ତା ଭାରତୀୟଙ୍କ ନିମନ୍ତେ ଲାଗୁ କରିଛି ନୂଆ ନିୟମ । ଏହି ନୂଆ ମାର୍ଗଦର୍ଶିକା ଅଗଷ୍ଟ ୮ ତାରିଖ ମଧ୍ୟରାତ୍ରିରୁ ଲାଗୁ ହେବ । ନୂଆ ନିୟମ ଅନୁସାରେ ଭାରତ ଫେରିବାକୁ ଇଚ୍ଛୁକ ପ୍ରବାସୀ ଯାତ୍ରା ଆରମ୍ଭ କରିବାର ଅନ୍ୟୂନ ୭୨ ଘଣ୍ଟା ପୂର୍ବରୁ ଏକ ସ୍ବଘୋଷଣାପତ୍ର (ସେଲ୍ଫ ଡ଼ିକ୍ଲାରେସନ ଫର୍ମ) ପୂରଣ କରିବା ବାଧ୍ୟତାମୂଳକ । ଏହା http://newdelhiairport.inରେ ଉପଲବ୍ଧ । ମନ୍ତ୍ରଣାଳୟ ପକ୍ଷରୁ ଏହା ମଧ୍ୟ କୁହାଯାଇଛି ଯେ ପ୍ରବାସୀଙ୍କୁ ଭାରତ ଫେରିବା ପରେ ୧୪ ଦିନ କ୍ବାରେଣ୍ଟାଇନରେ ରହିବା ଅନିବାର୍ଯ୍ୟ ଏବଂ ଏହାମଧ୍ୟରୁ ୭ ଦିନ ସଂସ୍ଥାଗତ କ୍ବାରେଣ୍ଟାଇନ (ଇନ୍ଷ୍ଟିଚ୍ୟୁସନାଲ କ୍ବାରେଣ୍ଟାଇନ)ରେ ରହିବେ । ଏହାର ଖର୍ଚ ନିଜେ ପ୍ରବାସୀ ବହନ କରିବେ । ଏହାପରେ ତାଙ୍କୁ ଆଉ ୭ ଦିନ ଏକାନ୍ତବାସରେ ରହିବାକୁ ହେବ, ଯେଉଁ ସମୟରେ ତାଙ୍କର ସ୍ବାସ୍ଥ୍ୟ ପରୀକ୍ଷା ନିୟମିତ କରାଯିବ ।

ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ନିର୍ଦେଶନାମା ଅନୁସାରେ ପରିବାରର କୌଣସି ସଦସ୍ୟଙ୍କ ପରଲୋକ, ଗୁରୁତର ଅସୁସ୍ଥତା, ଗର୍ଭବତୀ, ୧୦ ବର୍ଷରୁ କମ୍ ଶିଶୁମାନଙ୍କ କ୍ଷେତ୍ରରେ ଏହା କୋହଳ କରାଯାଇପାରିବ ଏବଂ ସେମାନଙ୍କୁ ହୋମ କ୍ବାରେଣ୍ଟାଇନ ନିମନ୍ତେ ଅନୁମତି ଦିଆଯିବ । ଏହା ସହ ପ୍ରବାସୀଙ୍କର ପହଞ୍ଚିବା ପରେ ଆରଟିପିସିଆର୍ ପରୀକ୍ଷା କରାଯିବ । ଯଦି ତାହା ନେଗେଟିଭ୍ ଆସେ ତେବେ ତାଙ୍କୁ ସଂସ୍ଥାଗତ କ୍ବାରେଣ୍ଟାଇନରୁ ମୁକ୍ତି ମିଳିପାରିବ । ଏହି ପରୀକ୍ଷା ଯାତ୍ରାର ୯୬ ଘଣ୍ଟା ମଧ୍ୟରେ ହୋଇଥିବା ଜରୁରୀ । ଏହା ସହ ସବୁ ଯାତ୍ରୀମାନଙ୍କୁ ନିଜ ଫୋନରେ ଆରୋଗ୍ୟ ସେତୁ ଆପ୍ ଡ଼ାଉନଲୋଡ଼ କରିବାକୁ ମଧ୍ୟ ପଡ଼ିବ ।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories