www.samajalive.in
Wednesday, December 10, 2025
14.1 C
Bhubaneswar

ଗରିବ ମହିଳାଙ୍କୁ ମିଳିବ ମାଗଣା ଏଲପିଜି ଗ୍ୟାସ

ଡେରାଡୁନ: ଆଗକୁ ଆସୁଛି ନିର୍ବାଚନ । ଏଥିଲାଗି ସମସ୍ତ ରାଜନୈତିକ ଦଳ ମୈଦାନକୁ ଓହ୍ଲାଇଛନ୍ତି । ଉତ୍ତରାଖଣ୍ଡରେ ଆଗକୁ ଥିବା ନିର୍ବାଚନ ପାଇଁ ଇସ୍ତାହାର ଜାରି ହୋଇଛି । ବୁଧବାର ବିଜେପି ପକ୍ଷରୁ ନିର୍ବାଚନୀ ଇସ୍ତାହାର ଜାରି ହୋଇଥିବା ବେଳେ, ଘୋଷଣା ପତ୍ରରେ ରୋଜଗାର, ଚାଷୀଙ୍କ ସଶକ୍ତିକରଣ ଓ ଭିତ୍ତିଭୂମି ବିକାଶକୁ ଫୋକସ କରାଯାଇଛି । ଖାଲିସେତିକି ନୁହେଁ ମହିଳା ଓ ଦେଶାନ୍ତରୀକରଣକୁ ରୋକିବାକୁ ମଧ୍ୟ ବିଜେପି ଇସ୍ତାହାରରେ କହିଛି । ରାଜ୍ୟରେ ଅନେକ ବିକାଶର କାମ କରିଛୁ ବୋଲି ବିଜେପି ଦୃଢ଼ୋକ୍ତି ବାଢ଼ିବା ସହ ଗରିବ ମହିଳାଙ୍କୁ ୩ଟି ମାଗଣା ସିଲିଣ୍ଡର ଦେବାକୁ ପ୍ରତିଶ୍ରୁତି ଦେଇଛି । ସବୁଠାରୁ ବଡ଼ କଥା ହେଉଛି ଆସନ୍ତା ତିନି ବର୍ଷ ପାଇଁ ପେଟ୍ରୋଲ ଓ ଡିଜେଲ ଉପରେ ରାଜ୍ୟ ଶୁକ୍ଳ ବୃଦ୍ଧି କରାଯିବ ନାହିଁ ବୋଲି କୁହାଯାଇଛି ।

ଅନ୍ୟପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ତରାଖଣ୍ଡକୁ ଦେଶର ସର୍ବଶ୍ରେଷ୍ଠ ରାଜ୍ୟ କରାଯିବା ଲାଗି ପ୍ରତିଶ୍ରୁତି ଦେଇଛନ୍ତି । ଯାହାକୁ ନେଇ ଦଳ ଇସ୍ତାହାର ପତ୍ରରେ ଏହି ସବୁ ପ୍ରତିଶ୍ରୁତି ସାମ୍ନାକୁ ଆଣିଛି । ବିଜେପିର ଏହି ଇସ୍ତାହାରକୁ ନେଇ ବିରୋଧୀଙ୍କ ମହଲରେ ମଧ୍ୟ ଚର୍ଚ୍ଚାର ବିଷୟ ପାଲଟିଛି । ଅନ୍ୟପଟେ ବିଜେପିର ଏହି ସବୁ ପ୍ରତିଶ୍ରୁତି କେବଳ ପ୍ରତିଶ୍ରୁତି ନା ସତରେ କାର‌୍ୟ୍ୟକାରୀ ହେବ ତାହା ଉପରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories