www.samajalive.in
Saturday, December 13, 2025
27.1 C
Bhubaneswar

ରୋଗାକ୍ରାନ୍ତ ପିଲାଙ୍କ ଚିକିତ୍ସା ପାଇଁ ସାହାଯ୍ୟର ହାତ ବଢାଇଲେ ଯୁବଗୋଷ୍ଠୀ

ପାତ୍ରପୁର: ପାତ୍ରପୁର ଗ୍ରାମର କିଛି ଯୁବକ ଜଣେ ରୋଗାକ୍ରାନ୍ତ ଗରିବ ପିଲାର ଚିକିତ୍ସା ପାଇଁ ସହାୟତାର ହାତ ବଢ଼ାଇ ମାନବିକତାର ପରିଚୟ ଦେଇଛନ୍ତି। କନ୍ଧମାଳ ଜିଲ୍ଲା ଅନ୍ତର୍ଗତ କୁଳମଣି ରଣାଙ୍କ ଦେଢ ବର୍ଷର ପୁଅ ରାଜବୀର ରଣା ଜେନେଟିକ୍ ଡିଜିଜିରେ ଆକ୍ରାନ୍ତ ଥିବା ବେଳେ ଚିକିତ୍ସା ପାଇଁ ଆବଶ୍ୟକୀୟ ଅର୍ଥ ନଥିବା ଯୋଗୁଁ ପିଲାର ଚିକିତ୍ସା ପାଇଁ ଗାଁ ଗାଁ ବୁଲିଥିବା ଖବର ଗଣ ମାଧ୍ୟମରେ ପ୍ରକାଶ ପାଇଥିଲା। ଏହି ଖବର ପଢି ପାତ୍ରପୁର ଗ୍ରାମର ଯୁବ ସମାଜସେବୀ ନିତେଶ କୁମାର ମହାନ୍ତି ସାହାଯ୍ୟ କରିବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ।

ଏହା ପରେ ସାଙ୍ଗମାନଙ୍କ ସହିତ ଆଲୋଚନା କରି ପାତ୍ରପୁର ଗ୍ରାମର ବିଭିନ୍ନ ସାହି, ମୁଖ୍ୟ ବସଷ୍ଟାଣ୍ଡ ଓ ଭରତ ପତି ମହା ବିଦ୍ୟାଳୟରେ ସ୍ୱେଚ୍ଛାକୃତ ଭାବେ ସାହାର୍ଯ୍ୟ କରିବା ପାଇଁ ଆହ୍ୱାନ ଦେଇଥିବା ବେଳେ ୫୯,୬୮୦ ଟଙ୍କା ସଂଗ୍ରହ କରି ଥିଲେ।ଏହି ଆଦାୟ ଅର୍ଥକୁ ବୁଧବାର କୁଳମଣୀ ରଣାଙ୍କ ବ୍ୟାଙ୍କ ଆକାଉଣ୍ଟ ରେ ଜମା କରିଥିବା ନିତେଶ ପ୍ରକାଶ କରିଛନ୍ତି। ନିତେଶକୁ ଏହି କାର୍ଯ୍ୟ ସମୟରେ ଗ୍ରାମର ଦୀନବନ୍ଧୁ ମହାନ୍ତି, ସାଗର ସାହୁ, ମିହିର ପାଢୀ, ସୁମନ ଚୋଇନି, ସଙ୍କତ ସାହୁ, ଶୁସାନ୍ତ ମହାପାତ୍ର, କେଶବ ରେଡି, କାହ୍ନା ସାହୁ, ଶିବ ପଣ୍ଡା ପ୍ରମୁଖ ସ୍ୱେଚ୍ଛାସେବୀ ସହଯୋଗ କରିଥିଲେ। ଗ୍ରାମର ଯୁବ ଗୋଷ୍ଠୀଙ୍କ ଏପରି ମହତ କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରିଛନ୍ତି।

Hot this week

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

Related Articles

Popular Categories