www.samajalive.in
Sunday, December 14, 2025
23.1 C
Bhubaneswar

କଚାଗୁଡା ଜଙ୍ଗଲରେ ପୁଲିସ ମାଓବାଦୀ ଗୁଳିମୟ ମାମଲାରେ ସବ୍ୟସାଚୀ ନିର୍ଦୋଷରେ ଖଲାସ

ଗୁଣୁପୁର: ରାୟଗଡା ଜିଲ୍ଲା ଗୁଡାରି ଥାନା କଚାଗୁଡା ଜଙ୍ଗଲରେ ପୁଲିସ ଓ ମାଓବାଦୀ ଗୁଳିମୟ ମାମଲାରେ ଗୁଣୁପୁର ସହକାରୀ ଦୌରା ତଥା ଉପ ବିଚାରପତି ସାକ୍ଷ ପ୍ରମାଣ ଅଭାବରୁ ମାଓନେତା ସବ୍ୟସାଚୀ ପଣ୍ଡାଙ୍କୁ ନିର୍ଦୋଷରେ ଖଲାସ କରିଛନ୍ତି। ସବ୍ୟସାଚୀଙ୍କ ନାମରେ ଥିବା ବିଭିନ୍ନ ଅପରାଧିକ ମାମଲାର ବିଚାର ପାଇଁ ଆଜି ସବ୍ୟସାଚୀଙ୍କୁ ଗୁଣୁପୁର ଅଦାଲତରେ ହାଜର କରାଯାଇଥିଲା। ୨୦୦୮ ମସିହାରେ ଗୁଡାରି ଥାନା ଅନ୍ତର୍ଗତ କଚାଗୁଡା ଜଙ୍ଗଲରେ ମାଓବାଦୀଙ୍କ ଠାରୁ ବିସ୍ଫୋରକ ସାମଗ୍ରୀ ଜବତ କରିବା ସହ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏହି ଘଟଣାରେ ମାଓନେତା ସବ୍ୟସାଚୀ ସଂମ୍ପୃକ୍ତ ଥିବା ନେଇ ପୋଲିସ୍ ମାମଲା ରୁଜୁ କରିଥିଲା। ୧୫ ଜଣ ସାକ୍ଷ୍ୟ ଗ୍ରହଣ ପରେ ଗୁଣୁପୁର ସବଜର୍ଜ କୋର୍ଟେରେ ମାମଲା ବିଚାର ହୋଇ ନିର୍ଦ୍ଦୋଷରେ ଖଲାସ ହୋଇଥିବା ନେଇ ସୁଚନା ଦେଇଛନ୍ତି ମାଓନେତାଙ୍କ ଓକିଲ ବ୍ରହ୍ମାନନ୍ଦ ପଟନାୟକ।

Hot this week

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

Related Articles

Popular Categories