www.samajalive.in
Monday, December 8, 2025
24.1 C
Bhubaneswar

ଶିଶୁକନ୍ୟାକୁ ଦୁଷ୍କର୍ମ ଅଭିଯୋଗରେ ଅପରାଧୀକୁ ଧରିଲା ପୁଲିସ, ଆସନ୍ତାକାଲି ହେବ କୋର୍ଟ ଚାଲାଣ

ଲକ୍ଷ୍ମୀପୁର: କୋରାପୁଟ ଜିଲା ଲକ୍ଷ୍ମୀପୁର ଥାନା ଅଞ୍ଚଳରେ ଘଟିଛି ଏକ ଅଭାବନୀୟ ଘଟଣା। ଏହି ଥାନା ଅନ୍ତର୍ଗତ ଏକ ଗ୍ରାମରେ ୬ ବର୍ଷର ଏକ କୋମଳମତି ଶିଶୁକନ୍ୟା ପ୍ରତି ଦୁଷ୍କର୍ମ ହୋଇଥିବା ନେଇ ଲକ୍ଷ୍ମୀପୁର ଥାନାରେ ଅଭିଯୋଗ ହୋଇଛି। ଅଭିଯୁକ୍ତ ହେଉଛି ଓଡିଆପେଣ୍ଠ ଗ୍ରାମର ଭାଲୁ ମାର୍ଥା(୬୦) । ଘଟଣା ପରେ ସମ୍ପୃକ୍ତ ଆସାମୀ ଫେରାର ଥିଲା। ଖୋଜାଖୋଜି କରିବା ପରେ ତାକୁ ବିରିଗୁଡାରୁ ଧରି ଥାନାକୁ ଅଣାଯାଇ ଅଟକ ରଖାଯାଇଛି। ଘଟଣା ହେଉଛି ୬ ତାରିଖରେ। ତେବେ ଦୁଷ୍କର୍ମର ଶିକାର ହୋଇଥିବା ଶିଶୁଟି ଭୟରେ ଘରେ କିଛି କହିନଥିଲା। ତା’ର ଦେହ ଅସୁସ୍ଥ ହେବାରୁ ୮ ତାରିଖ ଦିନ ଘଟଣା ଜଣାପଡିଥିଲା। ୬ ତାରିଖରେ ଘର ସାମ୍ନାରେ ଖେଳୁଥିବା ବେଳେ କେହି ନଥିବାର ସୁଯୋଗ ନେଇ ମାର୍ଥା ଏଭଳି ଅପକର୍ମ କରିଥିବା ପୁଲିସ ସୂତ୍ରରୁ ଜଣାପଡିଛି । ଏନେଇ ପୋକ୍ସୋ ଆଇନ୍ ଅନୁଯାୟୀ ଏକ ମାମଲା ରୁଜୁ ହୋଇଛି ବୋଲି ତଦନ୍ତ ଭାର ନେଇଥିବା ଥାନା ଅଧିକାରୀ ଶ୍ବେତପଦ୍ମା ସେଠ୍ ପ୍ରକାଶ କରିଛନ୍ତି। ଉଭୟଙ୍କ ଡାକ୍ତରୀ ମାଇନା କରାଯିବା ପରେ ଆସାମୀକୁ ଗୁରୁବାର ଅଦାଲତ ଚାଲାଣ କରାଯିବ ବୋଲି ଶ୍ରୀମତୀ ସେଠ୍ ପ୍ରକାଶ କରିଛନ୍ତି। ଏହି ଘଟଣା ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories