ଅହମ୍ମଦାବାଦ: ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଦ୍ୱିତୀୟ ଦିନିକିଆରେ ଭାରତ ପ୍ରଥମେ ବ୍ୟାଟିଂ କରି ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ୫୦ ଓଭରରେ ୯ ୱିକେଟ୍ ହରାଇ ୨୩୭ ରନ କରିଛି। ୮୩ ବଲରେ ସୂର୍ଯ୍ୟ କୁମାର ଯାଦବ ୬୪ ରନ ସ୍କୋର କରିଥିବା ବେଳେ କେ.ଏଲ୍ ରାହୁଲଙ୍କ ସହ ୯୧ ରନ ସ୍କୋର କରିଛନ୍ତି। ଦ୍ଵିତୀୟ ଇନିଂସରେ ୱେଷ୍ଟଇଣ୍ଡିଜ୍ ୧୩.୩ ଓଭର ସୁଦ୍ଧା ୨ ୱିକେଟ୍ ହରାଇ ୪୩ ରନ କରିଛି। ଏହି ମ୍ୟାଚରେ ଜିତିବା ପାଇଁ ଓଭର ପିଛା ରନ ହାର ୫.୩୪ ଆବଶ୍ୟକ ଥିବା ବେଳେ ଏପର୍ଯ୍ୟନ୍ତ ରନ ହାର ୩.୨୨ ରହିଛି।
Popular Categories



