ବାଙ୍କୀ: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଯେତେ ନିକଟତର ହେଉଛି ଗ୍ରାମାଞ୍ଚଳରେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଭୋଟ ପ୍ରଚାର ଉଷ୍ମତା ସେତିକି ବଢୁଛି। ଏହି ପରିପ୍ରେକ୍ଷୀରେ ବାଙ୍କୀ ବ୍ଲକ ଅଧିନ ବୈଦେଶ୍ୱର ଥାନା ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତର ସମ୍ବେଦନଶୀଳ ମତଦାନ କେନ୍ଦ୍ରଗୁଡିକ ଚିହ୍ନଟ କରାଯାଇଛି। ସେଥି ମଧ୍ୟରୁ ଅଧିକ ଉତ୍ତେଜନାପୂର୍ଣ୍ଣ ମତଦାନ କେନ୍ଦ୍ର ଅଂଚଳ ବୈଦେଶ୍ୱର, କାଳିପୋଇ, ଖଜୁରୀପଦା, ଚଢେଇବନ୍ଧ ପ୍ରମୁଖ ବୁଥ୍ ଗୁଡିକରେ ବାଙ୍କୀ ଓ ବୈଦେଶ୍ୱର ପୁଲିସ ପଇଁତରା ମାରୁଥିବା ଜଣାପଡିଛି। ପଞ୍ଚାୟତ ନିର୍ବାଚନକୁ ଶାନ୍ତିପୂର୍ଣ୍ଣ କରିବା ପାଇଁ ପୁଲିସର ଏହି ପଇଁତରା କାର୍ଯ୍ୟକ୍ରମ ଏକ ଜନସଚେତନତା କାର୍ଯ୍ୟକ୍ରମ ବୋଲି ପୁରୁଖା ଭୋଟରମାନେ କହିଛନ୍ତି।
Popular Categories



