www.samajalive.in
Saturday, December 6, 2025
26.1 C
Bhubaneswar

ଅଷ୍ଟମ ବାଟାଲିୟନରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

ଗଞ୍ଜାମ: ଗଞ୍ଜାମ ଥାନା ଅନ୍ତର୍ଗତ ଅଗସ୍ତି ନୂଆଁଗା ନିକଟସ୍ଥ ଛତ୍ରପୁର ଓ ଏସ ଏ ପି ଅଷ୍ଟମ ବାଟାଲିୟନ ପରିସରରେ ବାଟାଲିୟନ ପକ୍ଷରୁ ଗ୍ରୀନ ଡ୍ରାଇଭ ଚାରିଟେବୁଲ ଟ୍ରଷ୍ଟ ସହଯୋଗରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ବାଟାଲିୟନ କମାଣ୍ଡେଣ୍ଟ ସୂର୍ଯ୍ୟନାରାୟଣ ମଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଚାରାରୋପଣ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଦୁର୍ଲଭ ମର୍କେଟିଂ କମ୍ପାନୀ ନିର୍ଦେଶକ ଦେବ ଦୁର୍ଲଭ ସାହୁ, ପରିବେଶବିତ ସନ୍ଥ ଜୀବନ ବାବା, ବ୍ରହ୍ମପୁର ଲାୟନ୍ସ କ୍ଳବ ସଭାପତି ଯୋଗେନ୍ଦ୍ର କୁମାର ନାୟକ, ଲାୟନ୍ସ କ୍ଳବ ସଦସ୍ୟ ଅରୁଣ ପ୍ରସାଦ ପଣ୍ଡା, ଆଦିକାନ୍ତ ଦାଶ ମହାରାଜ, ଦେବଦତ୍ତ ମେକାପ, ଅନୁପ ଚୌଧୁରୀ, ପଙ୍କଜିନୀ ଜେନା, ସନ୍ୟାସୀ ଗୌଡ଼, ଆସିଷ୍ଟାଣ୍ଡ କମାନଡେଣ୍ଟ ଏଲ. ଏନ ବେହେରା, ଅରୁଣ ପ୍ରଧାନ, ଜ୍ୟୋତି ରଞ୍ଜନ ନାୟକ, ସୁବେଦାର ପି.କେ ସେଠି, ଡେପୁଟି ସୁବେଦାର ସରୋଜ କାନ୍ତ ସାହୁ, ଟିଟନ କୁମାର ଦାଶ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବାଟାଲିୟନ ପରିସରରେ ନୂତନ ଭାବେ ଖନନ କରାଯାଇଥିବା ପୁଷ୍କରିଣୀ ଚତୁଃପାର୍ଶ୍ଵରେ ୨୦୦ ଚାରା ରୋପଣ କରିଥିଲେ। ନବ ନିର୍ବାଚିତ ହାବିଲଦାର ଓ ସିପାହୀ ଶାଖା ସଙ୍ଘ ସଭାପତି ଅଜିତ କୁମାର ରଥ, ସମ୍ପାଦକ ମରୁତ କୁମାର ପରିଡା, କୋଷାଧ୍ୟକ୍ଷ ସୁରେଶ ଗୌଡ଼, ପୂର୍ବତନ ସଂଘ ସଭାପତି ପ୍ରଭାକର ବେହେରା, ସଂଘ କର୍ମକର୍ତା ହିମାଂଶୁ ପାତ୍ର, ଜିତୁ ପ୍ରଧାନ ପ୍ରମୁଖଙ୍କ ସହ ବାଟାଲିୟନର ଅଫିସର, ହାବିଲଦାର ଓ ସିପାହୀମାନେ ଉପସ୍ଥିତ ରହି କାର୍ୟ୍ୟକ୍ରର ସୁପରିଚାଳନା କରିଥିଲେ।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories