www.samajalive.in
Saturday, December 13, 2025
26.1 C
Bhubaneswar

ମୁଖ୍ୟମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

ନୂଆଦିଲ୍ଲୀ,  (ନି.ପ୍ର): ସଂଘୀୟ ବ୍ୟବସ୍ଥାରେ କେନ୍ଦ୍ର ସରକାରଙ୍କ ସମସ୍ତ ଆର୍ଥିକ ସଂସ୍କାର କାର୍ଯ୍ୟକ୍ରମକୁ ଓଡ଼ିଶା ଅଗ୍ରଣୀ ରାଜ୍ୟ ଭାବେ କାନ୍ଧକୁ କାନ୍ଧ ମିଶାଇ ଲାଗୁ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଭିନନ୍ଦନ ଜଣାଇଛନ୍ତି। ରାଜ୍ୟସଭାରେ ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ପ୍ରସ୍ତାବ ଆଲୋଚନାରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଥିଲେ ଯେ ଏକଦା ଦେଶର ପ୍ରାକୃତିକ ସମ୍ପଦ କିଛି ନର୍ଦ୍ଧିଷ୍ଟ ଲୋକଙ୍କ ସମ୍ପତ୍ତି ବୃଦ୍ଧି କରିବା

 

- Advertisement -

କାମରେ ଲାଗୁଥିଲା। ଏବେ ଖଣିଜ ସମ୍ପଦ ରାଷ୍ଟ୍ରର ରାଜକୋଷ ବୃଦ୍ଧି କରୁଛି। ଆମେ କୋଇଲା ଓ ଖଣିଜ କ୍ଷେତ୍ରରେ ସଂସ୍କାର ଆଣି ପାରଦର୍ଶୀ ପ୍ରକ୍ରିୟାରେ ଖଣିଜ ସମ୍ପଦର ନିଲାମି କରି ଆର୍ଥିକ ସଂସ୍କାର ପ୍ରକ୍ରିୟା ଜାରି ରଖିଛୁ। ବୈଧ ଲାଇସେନ୍ସଗୁଡ଼ିକର ବିନା ଦେୟରେ ହସ୍ତାନ୍ତର, ଉତ୍ପାଦିତ କୋଇଲାର ୫୦% ଖୋଲା ବଜାରରେ ବିକ୍ରି ଅନୁମତି, କୋଇଲା ଖଣିରୁ ଖନନ ଓ ଉତ୍ତୋଳନ କାର୍ଯ୍ୟ ଶୀଘ୍ର ଆରମ୍ଭ ଉପରେ ୫୦% ରିହାତି ଆଦି ନିଷ୍ପତି ଫଳରେ ଗତ ଏକ ବର୍ଷ ମଧ୍ୟରେ ଦେଶର ଖଣିଜ ରାଜସ୍ୱ ୧୪ ହଜାର କୋଟିରୁ ବୃଦ୍ଧି ପାଇ ୩୫ ହଜାର କୋଟିରେ ପହଞ୍ଚିଛି।

 

ନିଲାମି ପ୍ରକ୍ରିୟାରେ ରାଜ୍ୟ ସରକାରଙ୍କୁ ସିଧାସଳଖ କୋଇଲା ଖଣି ନିଲାମି ରାଜସ୍ୱ ମିଳିବା ସବୁଠାରୁ ବଡ଼ କଥା ଥିଲା। ଆର୍ଥିକ ସଂସ୍କାର ଲାଗୁ ଫଳରେ ରାଜ୍ୟ ସରକାର ମାନେ ଲାଭବାନ ହୋଇଛନ୍ତି, ଅର୍ଥାତ ଦେଶର ମଙ୍ଗଳ ହୋଇଛି। ସଂଘୀୟ ବ୍ୟବସ୍ଥାରେ କେନ୍ଦ୍ର ସରକାର ନେଇଥିବା ନିଷ୍ପତିଗୁଡ଼ିକ ମଧ୍ୟରେ ଖଣିଜ କ୍ଷେତ୍ରରେ ସଂସ୍କାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ଥିଲା ବୋଲି ପ୍ରଧାନମନ୍ତ୍ରୀ ମୋଦି ଦର୍ଶାଇଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories