www.samajalive.in
Saturday, December 6, 2025
26.1 C
Bhubaneswar

ପଞ୍ଚାୟତ ନିର୍ବାଚନ ମତଦାନ ପାଇଁ ତିନିଦିନ ଛୁଟି

ଭୁବନେଶ୍ବର  (ନି.ପ୍ର): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ମତଦାନ ସାବ୍ୟସ୍ତ କରିବା ପାଇଁ ସରକାରୀ, ସରକାରୀ ଅନୁବନ୍ଧିତ, ବୋର୍ଡ ଓ ବେସରକାରୀ ପ୍ରତିଷ୍ଠାନର କର୍ମଚାରୀଙ୍କୁ ତିନି ଦିନ ଛୁଟି ମଞ୍ଜୁର କରିବାକୁ ପଞ୍ଚାୟତିରାଜ ବିଭାଗର ପ୍ରମୁଖ ଶାସନ ସଚିବ ଅଶୋକ ମିନା ସମସ୍ତ ବିଭାଗର ପ୍ରମୁଖ ଶାସନ ସଚିବ, ଆୟୁକ୍ତ ତଥା ସଚିବ, ବିଭାଗୀୟ ମୁଖ୍ୟ ଅଧିକାରୀ, ତିନି ରାଜସ୍ବ ଆୟୁକ୍ତ, ସମସ୍ତ ଜିଲାପାଳ, ବେସରକାରୀ ଅନୁଷ୍ଠାନର ମୁଖ୍ୟଙ୍କୁ ଚିଠି ଲେଖିଛନ୍ତି। ନିଜ ନିର୍ବାଚନ ମଣ୍ଡଳୀଠାରୁ ଦୂରରେ ଚାକିରି କରିଥିବା ଭୋଟରଙ୍କୁ ଛୁଟି ପ୍ରଦାନ କରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। କର୍ମଚାରୀଙ୍କୁ ଏଥିପାଇଁ ଲିଖିତ ଭାବେ ଆବେଦନ କରିବାକୁ ପଡ଼ିବ। ୨୦୨୨ ମସିହା ପାଇଁ ମଞ୍ଜୁର ହୋଇଥିବା ସାମୟିକ ଛୁଟି ପରିବ‌େ‌ର୍ତ୍ତ ଏହି ଛୁଟିକୁ ସ୍ବତନ୍ତ୍ର ସାମୟିକ ଛୁଟି (ଏସସିଏଲ) ଭାବେ ଗ୍ରହଣ କରାଯାଇପାରେ। ମତଦାନର ପୂର୍ବଦିନ, ମତଦାନ ଦିନ ଏବଂ ମତଦାନ ପରଦିନକୁ ମିଶାଇ ତିନିଦିନ ସ୍ବତନ୍ତ୍ର ଛୁଟି ନେଇ ପାରିବେ କର୍ମଚାରୀ।

ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ୫ଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ। ଫେବୃଆରୀ ୧୬, ୧୮, ୨୦, ୨୨ ଏବଂ ୨୪ ତାରିଖ ମତଦାନ ସଂଗ୍ରହ କରାଯିବ। ଏହି କର୍ମଚାରୀଙ୍କ ନାମ ଭୋଟର ତାଲିକାରେ ଅନ୍ତର୍ଭୁକ୍ତ ଥିଲେ ସେମାନେ ଛୁଟି ନେଇ ନିଜର ମତଦାନ ସାବ୍ୟସ୍ତ କରିପାରିବେ। କେଉଁ ପର୍ଯ୍ୟାୟ ଓ ପଞ୍ଚାୟତରେ ଭୋଟ ଦେବେ କର୍ମଚାରୀ ସେ ସଂକ୍ରାନ୍ତରେ ଦରଖାସ୍ତରେ ଉଲ୍ଲେଖ କରି ଛୁଟି ଆବେଦନ କରିବାକୁ କୁହାଯାଇଛି। ଉପରୋକ୍ତ ୩ଦିନ ଛୁଟିକୁ ସାମୟିକ ଛୁଟି କ୍ୟାଲେଣ୍ଡରରେ ସାମିଲ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ
ଦିଆଯାଇଛି।

- Advertisement -

ବ୍ଲକ ଓ ପଞ୍ଚାୟତରେ ଯେଉଁ ତାରିଖରେ ଭୋଟ ଗ୍ରହଣ କରାଯିବ ସେହି ଦିନ ଉକ୍ତ ଅଞ୍ଚଳରେ ଥିବା ସମସ୍ତ ସରକାରୀ ପ୍ରତିଷ୍ଠାନଗୁଡିକୁ ଜିଲାପାଳମାନେ ସ୍ବତନ୍ତ୍ର ଭାବେ ଛୁଟି ଘୋଷଣା କରିବେ। ବ୍ଲକ ଅଞ୍ଚଳରେ ବିଚାରାଳୟ(ଜୁଡିସିଆଲ କୋର୍ଟ)ଥିଲେ ଏହାକୁ ମଧ୍ୟ ସ୍ବତନ୍ତ୍ର ଭାବେ ଛୁଟି ଘୋଷଣା କରାଯାଇ ପାରିବ। ମତଦାନ ଦିନ ଦିନକ ପାଇଁ ଅଞ୍ଚଳରେ ଛୁଟି ଘୋଷଣା କରିବାକୁ ଜିଲାପାଳଙ୍କୁ କ୍ଷମତା ଦିଆଯାଇଛି।

 

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories