www.samajalive.in
Sunday, December 14, 2025
26.1 C
Bhubaneswar

ନବଜୋତ ସିଂ ସିଦ୍ଧୁଙ୍କ ପତ୍ନୀଙ୍କ ରୋଷ – ପତିଙ୍କୁ ମୁଖ୍ୟମନ୍ତ୍ରୀ ପଦ ପାଇଁ ଘୋଷଣା ନ କରିବାରୁ କହିଲେ ଏପରି କଥା

ନୂଆଦିଲ୍ଲୀ – ପଞ୍ଜାବରେ ଚରଣଜିତ୍‌ ସିଂ ଚନ୍ନୀଙ୍କୁ କଂଗ୍ରେସ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବାବେ ଘୋଷଣା କରିଛି । ଏହାପରେ ଦଳ ଭିତରେ କନ୍ଦଳ ଦେଖାଦେଲାଣି । ମୁଖ୍ୟମନ୍ତ୍ରୀ ପଦ ପାଇଁ ଆଶାୟୀ ଥିବା ନବଜୋତ ସିଂ ସିଦ୍ଧୁ ପଞ୍ଜାବ ପାଇଁ କାମ କରିବେ ବୋଲି କହିଛନ୍ତି । ମାତ୍ର ତାଙ୍କ ପତ୍ନୀ କଂଗ୍ରେସର ଏପରି ପଦକ୍ଷେପକୁ ନେଇ ପ୍ରଶ୍ନ ଉଠାଇଛନ୍ତି । କଂଗ୍ରେସ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବା ପୂର୍ବରୁ ଶିକ୍ଷା ଏବଂ ବିଶ୍ୱାସନୀୟତାକୁ ପ୍ରାଥମିକତା ଦେବା ଆବଶ୍ୟକ ବୋଲି ସେ କହିଛନ୍ତି ।

- Advertisement -

ସିଦ୍ଧୁଙ୍କ ପତ୍ନୀ ଅନେକ ଦିନ ଧରି ରାଜନୀତିରେ ଅଛନ୍ତି । ପୂର୍ବରୁ ସେ ବିଧାୟିକା ଥିଲେ । ତାଙ୍କୁ କଂଗ୍ରେସ ପଞ୍ଜାବର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବିଷୟରେ ପଚରା ଯିବାରୁ ନବଜୋତ ସିଂ ସିଦ୍ଧୁ ଏଥିପାଇଁ ଉପଯୁକ୍ତ ପ୍ରାର୍ଥୀ ବୋଲି ସେ ଘୋଷଣା କରିଛନ୍ତି । ଏହି ପଦ ପାଇଁ କଂଗ୍ରେସ ବିଶ୍ୱାସନୀୟତା ଏବଂ ଶିକ୍ଷାକୁ ପ୍ରାଥମିକତା ଦେବା ଆବଶ୍ୟକ ବୋଲି କହି କହିଛନ୍ତି ।

କଂଗ୍ରେସ ପକ୍ଷରୁ ତାଙ୍କୁ ଚାରୋଟି ନିର୍ବାଚନ ପ୍ରଚାର ପାଇଁ ପଠାଇଥିଲା । ହେଲେ କୌଣସି କାରଣ ନ ଦର୍ଶାଇ ସେ ଏହାକୁ ରଦ୍ଦ କରିଦେଇଛନ୍ତି । ତାଙ୍କର ନିକଟ ଲୋକ ସ୍ୱାସ୍ଥ୍ୟଗତ କାରଣରୁ ଏହି ନିର୍ବାଚନୀ ସଭା ରଦ୍ଦ କରାଯାଇଥିବା କଥା ସୂଚନା ଦେଇଛନ୍ତି ।

ପଞ୍ଜାବର କଂଗ୍ରେସ ନେତା ଜାଖଡ ସକ୍ରିୟ ରାଜନୀତି ଛାଡିଦେବେ ବୋଲି ଘୋଷଣା କରିଛନ୍ତି । ଏଥିଯୋଗୁଁ କଂଗ୍ରେସକୁ ବଡ ଝଟକା ଲାଗିଛି ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories