www.samajalive.in
Sunday, December 14, 2025
23.1 C
Bhubaneswar

ପୂଜ୍ୟ ପ୍ରଣାମ ; କୁନ୍ତଳା କୁମାରୀ ସାବତ

ଛତିଶଗଡ଼ର ବସ୍ତର ଜିଲାର ଜଗଦଲପୁରର ଏକ ବ୍ରାହ୍ମଣ ପରିବାରରେ କୁନ୍ତଳା କୁମାରୀ ସାବତଙ୍କ ଜନ୍ମ ୧୯୦୧ ଫେବୃୟାରୀ ୮ତାରିଖରେ ହୋଇଥିଲା। ତାଙ୍କ ବାପା ଡାନିଏଲ୍ ଜଣେ ଭଲ ଡାକ୍ତର ଥିଲେ। ଖ୍ରୀଷ୍ଟ ଧର୍ମ ଗ୍ରହଣ କରିଥିବା ଡାନିଏଲ୍ ଓ ତାଙ୍କ ପତ୍ନୀ ମନିକା ଦେବୀ କିଛି ବର୍ଷ ବର୍ମାରେ ରହିଲେ। ସେହିଠାରେ କୁନ୍ତଳା କୁମାରୀଙ୍କ ପିଲାଦିନ କଟିଲା। ଝିଅର ପଢ଼ାପଢ଼ି ପାଇଁ ତାଙ୍କ ମା’ ସେଠୁ ଖୋର୍ଦ୍ଧାକୁ ଚାଲିଆସିଲେ। ରେଭେନ୍ସା ବାଳିକା ବିଦ୍ୟାଳୟରୁ ମାଟ୍ରିକ୍ ପାସ୍ ପରେ ୧୯୨୧ରେ ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟରୁ ସ୍ବର୍ଣ୍ଣ ପଦକ ସହ ଏଲ୍.ଏମ୍‌.ପି ପାସ କଲେ। ଏହା ପରେ ଡାକ୍ତର କୈଳାସ ଚନ୍ଦ୍ର ରାଓଙ୍କ ସହ ମିଶି ଚିକିତ୍ସା ଆରମ୍ଭ କଲେ। ୧୯୨୫ ରୁ ୧୯୨୮ ପର୍ଯ୍ୟନ୍ତ ଘରୋଇ ଭାବେ କାମ କଲା ପରେ ରେଡକ୍ରସ୍ ସୋସାଇଟି ଦ୍ବାରା ପ୍ରତିଷ୍ଠିତ କଟକ ମାତୃମଣ୍ଡଳ ଚିକିତ୍ସାଳୟର ସୁପରିଟେଣ୍ଡେଣ୍ଟ ହେଲେ। ଏକାଧାରାରେ ସେ ଥିଲେ ଜଣେ ଲେଖିକା, ସମ୍ପାଦିକା, ସେବିକା, ସଂସ୍କାରକ ଓ ବିପ୍ଳବୀ। ତାଙ୍କ ଲେଖାରେ ଥିବା ଆହ୍ବାନ ସମସ୍ତଙ୍କୁ ସ୍ବାଧୀନତା ସଂଗ୍ରାମରେ ଅଂଶଗ୍ରହଣ କରିବାକୁ ପ୍ରେରଣା ଦେଉଥିଲା। ଜାତିଆଣ ଭାବ ଓ ବାଲ୍ୟବିବାହ ବିରୁଦ୍ଧରେ ସେ ସ୍ବର ଉତ୍ତୋଳନ କରୁଥିଲେ। ୧୯୨୫ରେ କୁନ୍ତଳା କୁମାରୀଙ୍କୁ ଉତ୍କଳ ଭାରତୀ ଉପାଧି ମିଳିଥିଲା। ୧୯୩୮ ଅଗଷ୍ଟ ୨୩ରେ ମାତ୍ର ୩୭ବର୍ଷ ବୟସରେ କୁନ୍ତଳା କୁମାରୀଙ୍କ ପରଲୋକ ହୋଇଥିଲା। 

Hot this week

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

Related Articles

Popular Categories