www.samajalive.in
Saturday, December 13, 2025
27.1 C
Bhubaneswar

ଆଦିବାସୀ ନେତାଙ୍କ ଘରୁ ୯୪ ଟି ଜିଲୋଟିନ ଷ୍ଟିକ୍ ଜବତ, ମାଓବାଦୀଙ୍କ ସହ ସଂପର୍କ ଅଭିଯୋଗରେ ଗିରଫ କଲା ପୁଲିସ

ବୌଦ୍ଧ/ମନମୁଣ୍ଡା: କଣ୍ଟାମାଳ ନିର୍ବାଚନ ମଣ୍ଡଳୀ ଶଗଡା ପଞ୍ଚାୟତର ଆଦିବାସୀ ନେତା କାଳିଆ କହଁରଙ୍କୁ ମାଓବାଦୀଙ୍କ ସହ ସଂପର୍କ ଅଭିଯୋଗରେ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ପୁଲିସ କାଳିଆଙ୍କ ଘରୁ ୯୪ଟି ଜିଲେଟିନ ଷ୍ଟିକ୍ ଜବତ କରିଥିଲା। ଏହାପରେ ମାଓବାଦୀଙ୍କ ସହ ସଂପର୍କ ସନ୍ଦେହରେ ଥାନାକୁ ଆଣି କାଳିଆକୁ ପୁଲିସ ପଚରାଉଚୁରା କରିଥିଲା। ଶେଷରେ ଆଜି ପୁଲିସ ତାଙ୍କୁ କୋର୍ଟ ଚାଲାଣ କରିଥିବା ଜଣାଯାଇଛି।

 

- Advertisement -

ସୂଚନା ମୁତାବକ କାଳିଆଙ୍କ ଘରେ ବହୁଳମାତ୍ରାରେ ଜିଲୋଟିନ ଗଛିତ ଥିବା ଏବଂ ସେସବୁ ମାଓବାଦୀମାନଙ୍କୁ ବିସ୍ଫୋରକ ପ୍ରସ୍ତୁତି ପାଇଁ ଯୋଗାଇଦେଉଥିବା କୌଣସି ସୁତ୍ରରୁ କନ୍ଧମାଳ ପୁଲିସ ସୂଚନା ପାଇ ଏକ ଟିମ ବୌଦ୍ଧ ପଠାଇଥିଲେ। ବୌଦ୍ଧ ପୁଲିସ ସହାୟତାରେ କାଳିଆଙ୍କ ଘର ଉପରେ ଚଢାଉ କରାଯିବା ପରେ ତାଙ୍କ ଘର ବାରିପଟୁ ତିନୋଟି କାଟୁନରେ ଥିବା ଜିଲୋଟିନ ଷ୍ଟିକ୍ ସବୁ ଜବତ ହୋଇଥିଲା। ମାମଲାରେ ପୁଲିସ କାଳିଆଙ୍କ ସହିତ ଆଉଜଣେ ଯୁବକଙ୍କୁ ଥାନାକୁ ଆଣି ପଚରାଉଚୁରା କରିଥିଲା। ପଚରାଉଚୁରା ପରେ ସମ୍ପୃକ୍ତ ଯୁବକ ଜଣକୁ ପୁଲିସ ଛାଡି ଦେଇଥିବାବେଳେ କାଳିଆକୁ ଗିରଫ କରିଥିଲା। କାଳିଆଙ୍କ ଘରୁ ୪ ଗୋଟି ମାଓବାଦୀ ପ୍ରଚାରପତ୍ର ମଧ୍ୟ ଜବତ ହୋଇଥିବା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି। ମନମୁଣ୍ଡା ଥାନା କେସ ନମ୍ବର ୨୪/୨୨ ରେ ମାମଲା ରୁଜୁ ହୋଇଥିବା ଜଣାଯାଇଛି। ବୌଦ୍ଧ ଓ କନ୍ଧମାଳ ସୀମାନ୍ତ ଜଙ୍ଗଲରେ ଦୀର୍ଘଦିନ ହେଲା ମାଓବାଦୀଙ୍କ ଚଳପ୍ରଚଳ ରହିଥିବା କୁହାଯାଉଥିବାବେଳେ ଏତେ ମାତ୍ରାରେ ଜିଲୋଟିନ ଭଳି ବିସ୍ଫୋରକ ଜବତ ହେବା ଜିଲା ପୁଲିସ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି।

Hot this week

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

Related Articles

Popular Categories