www.samajalive.in
Sunday, December 14, 2025
26.1 C
Bhubaneswar

ଓଡ଼ିଶା ଶ୍ରେଷ୍ଠ ସଂସ୍କାରବାଦୀ ରାଜ୍ୟ, ଜିଏସ୍‌ଟି/ରାଜ୍ୟ ଭାଟ ବର୍ଗରେ ସ୍ୱର୍ଣ୍ଣ ପୁରସ୍କାର ପାଇଁ ମନୋନୀତ

ଭୁବନେଶ୍ବର: ଓଡ଼ିଶା ଶ୍ରେଷ୍ଠ ସଂସ୍କାରବାଦୀ ରାଜ୍ୟ ଭାବେ ଟିଆଇଓଏଲ୍‌ ଜାତୀୟ ଟିକସ ପୁରସ୍କାର ୨୦୨୧ ଏବଂ ଜିଏସ୍‌ଟି/ରାଜ୍ୟ ଭାଟ ବର୍ଗରେ ସ୍ୱର୍ଣ୍ଣ ପୁରସ୍କାର ପାଇବାକୁ ମନୋନୀତ ହୋଇଛି। ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାଣିଜ୍ୟ କର ବିଭାଗକୁ ଅଭିନନ୍ଦନ ଜଣାଇଛନ୍ତି। ନାଗରିକ ଏବଂ ଟିକସଦାତାମାନଙ୍କଠାରୁ ମିଳିଥିବା ପ୍ରତିକ୍ରିୟା ଆଧାରରେ ଓଡ଼ିଶାକୁ ଚୟନ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରକାଶ କରିଛନ୍ତି।
ଶିଳ୍ପାଞ୍ଚଳ ଭିତ୍ତିଭୂମି ଏବଂ ଦକ୍ଷତା ବିକାଶ, ବୈଷୟିକ ଜ୍ଞାନକୌଶଳ ମାଧ୍ୟମରେ ନାଗରିକ ସେବା, ଇଜ୍‌ ଅଫ୍‌ ଡୁଇଂ ବିଜିନେସ୍‌, ଷ୍ଟାମ୍ପଡ୍ୟୁଟିର ସରଳୀକରଣ, ବାଣିଜ୍ୟ ଓ ଶିଳ୍ପକୁ ସମର୍ଥନ, ବିଦ୍ୟୁତ୍‌ ସଂସ୍କାର ଏବଂ ଅକ୍ଷୟଶକ୍ତିକୁ ପ୍ରୋତ୍ସାହନ ତଥା ମୁନିସିପାଲିଟି ଟିକସ ପାଇଁ ଓଡ଼ିଶା ଶ୍ରେଷ୍ଠ ସଂସ୍କାରବାଦୀ ରାଜ୍ୟ ଭାବରେ ମନୋନୀତ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ କହିଛନ୍ତି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories