www.samajalive.in
Sunday, December 14, 2025
19.1 C
Bhubaneswar

ଖତ ଖାଉଛି ବସୁଧା ଯୋଜନା: ୬ବର୍ଷ ହେଲା ଓଭର ହେଡ୍‍ ଟାଙ୍କିକୁ ଚାତକ ଭଳି ଚାହିଁ ବସିଛନ୍ତି ଗ୍ରାମବାସୀ

ରେଙ୍ଗାଲି: ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଳକ୍‍ ଲଇଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଭାଗିପାଲି ଏବଂ ବୈଜାପଲି ଗ୍ରାମକୁ ବସୁଧା ଯୋଜନାରେ ଓଭର ହେଡ୍‍ ଟାଙ୍କିରୁ ଷ୍ଟାଣ୍ଡ ପୋଷ୍ଟ ଜରିଆରେ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବାକୁ ୬ବର୍ଷ ହେଲା ଷ୍ଟାଣ୍ଡ୍‍ ପୋଷ୍ଟ ଏବଂ ଓଭର୍ ହେଡ୍‍ ଟାଙ୍କି ନିର୍ମାଣ କାମ ସମ୍ପୂର୍ଣ ହୋଇ ସାରିଛି। କିନ୍ତୁ ଏହି ଯୋଜନା କାର୍ଯ୍ୟକ୍ଷମ କରାଯାଉନାହିଁ। ଫଳରେ ଭାଗିପାଲି ଏବଂ ବୈଜାପାଲି ଗ୍ରାମର ଲୋକେ ଓଭର ହେଡ୍‍ ଟାଙ୍କିରୁ ଷ୍ଟାଣ୍ଡ୍‍ ପୋଷ୍ଟ ଜରିଆରେ ଆଉ କେତେ ବର୍ଷ ପରେ ପିଇବା ପାଣି ମିଳିବ ବୋଲି ଚାତକ ଭଳି ଚାହିଁ ବସିଛନ୍ତି। ରାଜ୍ୟ ସରକାର ଟେପ୍‍ ଟୁ ହୋମ୍‍ ଅର୍ଥାତ ଘରକୁ ଘର ପିଇବା ପାଣି ଯୋଗାଇ ଦେବାକୁ ଯୋଜନା ଘୋଷଣା କରି ସାରିଥିବା ବେଳେ ଭାଗିପାଲି ଏବଂ ବୈଜାପାଲି ଗ୍ରାମ ପାଇଁ ୬ବର୍ଷ ହେଲା ଲକ୍ଷାଧିକ ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ପାନୀୟ ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟକାରୀ ନହୋଇ ଅକାରଣରେ ଖତ ଖାଉଛି। ଗାଁ ଲୋକେ ପାନୀୟ ଜଳ ପାଇଁ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଅନେକଥର ଏ ସଂକ୍ରାନ୍ତରେ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳୁ ନଥିବାରୁ ଜନସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି। ବସୁଧା ଯୋଜନା କାର୍ଯ୍ୟକ୍ଷମ ହେବାକୁ ଆଉ କେତେ ବର୍ଷ ଲାଗିବ ବୋଲି ଲୋକେ ପ୍ରଶ୍ନ କରୁଛନ୍ତି।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories