www.samajalive.in
Saturday, December 13, 2025
26.1 C
Bhubaneswar

ଶୁଭ୍ରାଂଶୁ ଅଧିନାୟକ; ୫ ନୂଆ ମୁହଁ

କଟକ : ୨୦୨୧-୨୨ ଋତୁର ଦେଶର ପ୍ରମୁଖ ଘରୋଇ ପ୍ରଥମ ଶ୍ରେଣୀ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟ ରଣଜୀ ଟ୍ରଫି ଆୟୋଜନ କରିବାକୁ ବିସିସିଆଇ ଘୋଷଣା କରିଛି। ପ୍ଲେଟ୍‌ ଗ୍ରୁପ୍‌ର ମ୍ୟାଚ୍‌ସବୁ ଆସନ୍ତା ୧୦ରୁ ଆରମ୍ଭ ହେବାର ଥିବା ବେଳେ ଏଲିଟ୍‌ ଗ୍ରୁପ୍‌ର ମ୍ୟାଚ୍‌ଗୁଡ଼ିକ ୧୬ରୁ ଖେଳାଯିବ ବୋଲି ବିିସିସିଆଇ ମଧ୍ୟସ୍ଥ ସୂତ୍ରରୁ ପ୍ରକାଶ। ଅବଶ୍ୟ ରଣଜୀ ଟ୍ରଫିର ୮ଟି ଏଲିଟ୍‌ ଓ ଗୋଟିଏ ପ୍ଲେଟ୍‌ ଗ୍ରୁପ୍‌ ଘୋଷଣା କରା ଯାଇଥିବା ବେଳେ ଖେଳସୂଚୀ ଦିନେ/୨ ଦିନ ମଧ୍ୟରେ ଘୋଷଣା କରାଯିବ। ତେବେ ଏହା ପୂର୍ବରୁ ଓଡ଼ିଶା କ୍ରିକେଟ୍‌ ଆସୋସିଏସନ୍‌ (ଓସିଏ) ରବିବାର ୨୦ ଜଣିଆ ଓଡ଼ିଶା ଦଳ ଘୋଷଣା କରିଛି। ସାମ୍ବାଦିକ ସମ୍ମିଳନୀରେ ଓସିଏ ବରିଷ୍ଠ ମନୋନୟନ କମିଟିର ଅଧ୍ୟକ୍ଷ ପ୍ରଭଞ୍ଜନ ମଲ୍ଲିକ ଏକ ୨୦ ଜଣିଆ ଦଳ ଘୋଷଣା କରିଛନ୍ତି।

ମଧ୍ୟକ୍ରମ ବ୍ୟାଟ୍‌ସମ୍ୟାନ୍ ଶୁଭ୍ରାଂଶୁ ସେନାପତି ଦଳର ନେତୃତ୍ବ ବଜାୟ ରଖିଛନ୍ତି। ଦଳର ବ୍ୟାଟିଂକ୍ରମରେ ବିଶେଷ ପରିବର୍ତ୍ତନ ହୋଇନାହିଁ। ଶାନ୍ତନୁ ମିଶ୍ର, ଅଭିଷେକ ରାଉତ, ଅନୁରାଗ ଷଡ଼ଙ୍ଗୀ, ସନ୍ଦୀପ ପଟ୍ଟନାୟକ, ଦେବାଶିଷ ସାମନ୍ତରାୟ, ଗୋବିନ୍ଦ ପୋଦ୍ଦାର ପ୍ରମୁଖ ସ୍ଥାନ ବଜାୟ ରଖିଛନ୍ତି। ତେବେ ଏଥର ୫ ଜଣ ନୂଆ ମୁହଁ ଭାବେ ହଂକଂ ଦଳର ପୂର୍ବତନ ଅଧିନାୟକ ଅଂଶୁମାନ ରଥ, ଯୁବ ବ୍ୟାଟ୍‌ସମ୍ୟାନ ରାକେଶ ପଟ୍ଟନାୟକ ଏବଂ ୩ ପେସ୍‌ ବୋଲର ଆଶିଷ ରାୟ, ପ୍ରଶାନ୍ତ ରଣା ଓ ତାରିଣୀ ସା’ ଦଳ​‌େ​‌ର ସ୍ଥାନ ପାଇଛନ୍ତି। ଗୋବିନ୍ଦ ପୋଦ୍ଦାର ଦଳର ସବୁଠାରୁ ଅଭିଜ୍ଞ ଖେଳାଳି। ତେବେ ବେଶ୍‌ କିଛି ବର୍ଷ ହେଲା ଓଡ଼ିଶା ରଣଜୀ ଟ୍ରଫି ଦଳର ୨ ନିୟମିତ ଖେଳାଳି ବ୍ୟାଟ୍‌ସମ୍ୟାନ୍ ବିପ୍ଳବ ସାମନ୍ତରାୟ ଓ ପେସ୍‌ ବୋଲର ସୂର୍ଯ୍ୟକାନ୍ତ ପ୍ରଧାନଙ୍କୁ ଦଳରେ ସ୍ଥାନ ଦିଆ ଯାଇନାହିଁ। ବିଶେଷଜ୍ଞ ସ୍ପିନର ଭାବେ ରହିଛନ୍ତି ପପ୍ପୁ ରାୟ, ଶୁଭମ୍ ନାୟକ ଓ ଜୟନ୍ତ ବେହେରା। ଦୁଇ ୱିକେଟ ରକ୍ଷକ ଭାବେ ରାଜେଶ ଧୁପର ଓ ସୁଜିତ ଲେଙ୍କା ରହିଛନ୍ତି। ଓଡ଼ିଶାର ରଣଜୀ ଦଳ ଗ୍ରୁପ୍‌ ‘ଡି’ରେ ସ୍ଥାନପାଇଛି। ୧୬ରୁ ଏହି ଗ୍ରୁପ୍‌ର ମ୍ୟାଚ୍‌ସବୁ ଅହମ୍ମଦାବାଦରେ ଖେଳାଯିବ। ଗ୍ରୁପ୍‌ ‘ଡି’ରେ ଓଡ଼ିଶା ସହ ଥିବା ଦଳମାନେ ହେ​‌େ​‌ଲ ଗତଥରର ଚମ୍ପିଆନ୍ ସୌରାଷ୍ଟ୍ର, ସର୍ବାଧିକ ଥର ରଣଜୀ ଚମ୍ପିଆନ୍ ମୁମ୍ବଇ ଓ ଗୋଆ। ଘୋଷିତ ୨୦ ଜଣିଆ ରଣଜୀ ଦଳ ୮ ଓ ୯ରେ ବରୋଦା ବରିଷ୍ଠ ଦଳ ବିପକ୍ଷରେ ୨ ଦିନିଆ ଅଭ୍ୟାସ ମ୍ୟାଚ୍‌ ବାରବାଟୀ ଷ୍ଟାଡିୟମ୍‌ରେ ଖେଳିବ। ଏହାପରେ ୧୦ରେ ଓଡ଼ିଶା ଦଳ ଅହମ୍ମଦାବାଦ ଯାତ୍ରାକରିବ। ଚଳିତବର୍ଷ ଦିନିକିଆ ଓ ଟ୍ବେଣ୍ଟି୨୦ ଟୁର୍ଣ୍ଣାମେଣ୍ଟରେ ଓଡ଼ିଶା ଦଳ ଭଲ ପ୍ରଦର୍ଶନ କରି ପାରିନଥିଲା। ତେବେ ରଣଜୀ ଦଳ ଉନ୍ନତ ପ୍ରଦର୍ଶନ କରିବ ବୋଲି ମୁଖ୍ୟ ପ୍ରଶିକ୍ଷକ ୱାସିମ୍‌ ଜାଫର ଆଶା ରଖିଛନ୍ତି। ଚଳିତ ଋତୁ ପାଇଁ ଓଡ଼ିଶା ରଣଜୀ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି ଓସିଏ ସଭାପତି ପଙ୍କଜ ଲୋଚନ ମହାନ୍ତି, ସମ୍ପାଦକ ସଞ୍ଜୟ ବେହେରା ଓ ଅନ୍ୟ କର୍ମକର୍ତ୍ତାମାନେ।
ଓଡ଼ିଶା ରଣଜୀ ଟ୍ରଫି ଦଳ
ଶୁଭ୍ରାଂଶୁ ସେନାପତି (ଅଧିନାୟକ), ଅନୁରାଗ ଷଡ଼ଙ୍ଗୀ, ଶାନ୍ତନୁ ମିଶ୍ର, ସନ୍ଦୀପ ପଟ୍ଟନାୟକ, ଅଂଶୁମାନ ରଥ, ଗୋବିନ୍ଦ ପୋଦ୍ଦାର, ଅଭିଷେକ ରାଉତ, ଦେବାଶିଷ ସାମନ୍ତରାୟ, ରାକେଶ ପଟ୍ଟନାୟକ, ସୁଜିତ ଲେଙ୍କା, ରାଜେଶ ଧୁପର (ଉଭୟେ ୱିକେଟ ରକ୍ଷକ), ଜୟନ୍ତ ବେହେରା, ପପ୍ପୁ ରାୟ, ଶୁଭମ୍ ନାୟକ, ବସନ୍ତ ମହାନ୍ତି, ରାଜେଶ ମହାନ୍ତି, ଦେବବ୍ରତ ପ୍ରଧାନ, ପ୍ରଶାନ୍ତ ରଣା, ଆଶିଷ ରାୟ ଓ ତାରିଣୀ ସା।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories