www.samajalive.in
Sunday, December 14, 2025
26.1 C
Bhubaneswar

ସାଇନା ପରାସ୍ତ; ପ୍ରିକ୍ୱାର୍ଟରରେ ସିନ୍ଧୁ

ଚାଙ୍ଗ୍‍ଝୌ(ଚୀନ) : ମଙ୍ଗଳବାରଠାରୁ ଏଠାରେ ଚାଇନା ଓପନ ବ୍ୟାଡମିଣ୍ଟନ ଚମ୍ପିଆନସିପ୍‍ ଆରମ୍ଭ ହୋଇଥିବାବେଳେ ପ୍ରଥମ ଦିନରେ ମହିଳା ସିଙ୍ଗଲ୍‍ସରେ ଭାରତକୁ ମିଶ୍ରିତ ଫଳ ମିଳିଛି। ଅଲିମ୍ପିକ ପଦକ ବିଜୟିନୀ ପିଭି ସିନ୍ଧୁ ପ୍ରଥମ ରାଉଣ୍ଡରେ ବିଜୟୀ ହୋଇ ପ୍ରିକ୍ୱାର୍ଟରକୁ ଉନ୍ନୀତ ହୋଇଥିବାବେଳେ ସାଇନା ନେହୱାଲଙ୍କୁ ନିରାଶ ହେବାକୁ ପଡିଛି। ମହିଳା ସିଙ୍ଗଲ୍‍ସର ପ୍ରଥମ ରାଉଣ୍ଡ ମ୍ୟାଚରେ ୩ୟ ସିଡ୍‍ ସିନ୍ଧୁ ସିଧାସଳଖ ୨୧-୧୫, ୨୧-୧୩ ଗେମରେ ଜାପାନର ସାଏନା କାୱାକାମିଙ୍କୁ ପରାସ୍ତ କରିଛନ୍ତି। ଏହି ମୁକାବିଲା ୨୬ ମିନିଟ ମଧ୍ୟରେ ଶେଷ ହୋଇଥିଲା। ପ୍ରଥମ ଗେମରେ ଉଭୟ ଖେଳାଳି ୭-୭ ପଏଣ୍ଟ ପର୍ଯ୍ୟନ୍ତ ସଂଘର୍ଷ ଜାରି ରଖିଥିଲେ। ତେବେ ସିନ୍ଧୁ ନିଜର ଶକ୍ତିଶାଳୀ ସର୍ଭିସ ଓ କ୍ରସକୋର୍ଟ ଡ୍ରପ୍‍ ସଟ୍‍ ଜରିଆରେ ନିୟମିତ ବ୍ୟବଧାନକୁ ବୃଦ୍ଧି କରି ଏହାକୁ ୨୧-୧୫ରେ ଜିତିଥିଲେ। ଦ୍ୱିତୀୟ ଗେମରେ ସିନ୍ଧୁ ଏକଦା ୬-୦ ପଏଣ୍ଟରେ ଆଗୁଆ ରହିଥିଲେ। ତେବେ କାୱାକାମି ଏହି ବ୍ୟବଧାନକୁ ୧୨-୧୧ ପର୍ଯ୍ୟନ୍ତ ହ୍ରାସ କରିପାରିଥିଲେ। ଏହାସତ୍ତ୍ବେ ସିନ୍ଧୁ ଉତ୍କର୍ଷ ଖେଳ ପ୍ରଦର୍ଶନ କରି ୨୧-୧୩ରେ ଏହି ଗେମକୁ ଜିତି ପରବର୍ତ୍ତୀ ରାଉଣ୍ଡରେ ପ୍ରବେଶ କରିଛନ୍ତି। ପ୍ରିକ୍ୱାର୍ଟରରେ ସିନ୍ଧୁ ଥାଇଲାଣ୍ଡର ବୁସାନାନ୍‍ ଓଙ୍ଗ୍‍ବାମ୍‍ରୁଙ୍ଗ୍‍ଫାନ୍‍ଙ୍କୁ ଭେଟିବେ।
ଅନ୍ୟ ଏକ ପ୍ରଥମ ରାଉଣ୍ଡ ମ୍ୟାଚରେ ଦକ୍ଷିଣ କୋରିଆର ସୁନ୍‍ ଜି ହ୍ୟୁନ୍‍ ୨୦-୨୨, ୨୧-୮, ୨୧-୧୪ ଗେମରେ ସାଇନା ନେହୱାଲଙ୍କୁ ପରାସ୍ତ କରିଛନ୍ତି। ଏହି ସଂଘର୍ଷପୂର୍ଣ୍ଣ ମୁକାବିଲା ୪୮ ମିନିଟ ଧରି ଚାଲିଥିଲା। ପୁରୁଷ ଡବଲ୍‍ସ ପ୍ରଥମ ରାଉଣ୍ଡରେ ଭାରତୀୟ ଯୋଡି ମନୁ ଅତ୍ରି ଓ ସୁମିତ ରେଡ୍ଡି ୧୩-୨୧, ୨୧-୧୩, ୨୧-୧୨ ଗେମରେ ଚାଇନିଜ ତାଇପେର ଲିଆଓ ମିନ୍‍ ଚୁନ୍‍ ଓ ସୁ ଚିଙ୍ଗ୍‍ ହେଙ୍ଗ୍‍ଙ୍କୁ ପରାସ୍ତ କରିଛନ୍ତି। ମିକ୍ସଡ ଡବଲ୍‍ସ ପ୍ରଥମ ରାଉଣ୍ଡରେ ଭାରତର ପ୍ରଣବ ଚୋପ୍ରା ଓ ସିକ୍କି ରେଡ୍ଡି ୨୧-୧୯, ୨୧-୧୭ ଗେମରେ ଜର୍ମାନୀର ମାର୍ଭିନ ସିଡେଲ ଓ ଲିଣ୍ଡା ଏଲଫରଙ୍କୁ ହରାଇଛନ୍ତି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories