www.samajalive.in
Sunday, December 14, 2025
23.1 C
Bhubaneswar

ଆସନ୍ତା ୭ରୁ ଖୋଲିବ ଭୁବନେଶ୍ବର ଏମ୍‌ସ ଓପିଡି

ଭୁବନେଶ୍ବର: ବନ୍ଦ ରହିଥିବା ଭୁବନେଶ୍ବର ଏମ୍‌ସ ଓପିଡି ଆସନ୍ତା ୭ରୁ ଖୋଲିବ। କୋଭିଡ ସଂକ୍ରମଣ କମିବା ଓ ଲୋକଙ୍କ ଆବଶ୍ୟକତାକୁ ଦେଖି ନିଷ୍ପତ୍ତି ନିଆଯାଇଛି। ସବୁ ଡିପାର୍ଟମେଣ୍ଟକୁ ଓପିଡି ସିଡ୍ୟୁଲ ପାଳନ ପାଇଁ ଏମ୍‌ସ କର୍ତ୍ତୃପକ୍ଷ ନିର୍ଦେଶ ଦେଇଥିବା ସୂଚନା ମିଳିିଛି।
କରୋନା ସଂକ୍ରମଣ ଯୋଗୁ ଜାନୁଆରୀ ୧୭ ତାରିଖରୁ ଭୁବନେଶ୍ୱର ଏମ୍‌ସର ଓପିଡି ସେବା ବନ୍ଦ ରହିଥିବା ବେଳେ ଆସନ୍ତା ୭ ତାରିଖ (ସୋମବାର)ରୁ ଏହା ପୁଣି ଆରମ୍ଭ ହେବ ବୋଲି ଭୁବନେଶ୍ୱର ଏମ୍‌ସ କର୍ତ୍ତୃପକ୍ଷ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ଟ୍ୱିଟ୍‌ରେ କୁହାଯାଇଛି ଯେ ଏବେ କୋଭିଡ୍ ସଂକ୍ରମଣ ହ୍ରାସ ପାଇଛି। ଏହା ସହିତ ଓପିଡି ଖୋଲିବା ପାଇଁ ବିଭିନ୍ନ ବର୍ଗରୁ ଦାବି ମଧ୍ୟ ହୋଇଆସୁଥିଲା। ଏସବୁ କଥାକୁ ବିଚାରକୁ ନେଇ ଆସନ୍ତା ୭ ତାରିଖରୁ ଓପିଡି ସେବା ପୁଣି ଆରମ୍ଭ କରିବାକୁ ନିଷ୍ପତ୍ତି ନିଆଯାଇଛି। ପୂର୍ବଭଳି ସମସ୍ତ ବିଭାଗ ଓପିଡି କାର୍ଯ୍ୟସୂଚୀକୁ ଅନୁକରଣ କରିବେ। ସେହିଭଳି ପୂର୍ବଭଳି ସମସ୍ତ ଆଇପିଡି ଆଡ୍‌ମିସନ ଏବଂ ଓଟି ଗୁଡ଼ିକ କାର୍ଯ୍ୟକାରୀ ହେବ।

 

- Advertisement -

କୋଭିଡ୍ ଲେବର ରୁମ୍ ଆହୁରି ସପ୍ତାହେ ପର୍ଯ୍ୟନ୍ତ କାର୍ଯ୍ୟ କରିବ ବୋଲି କୁହାଯାଇଛି। ଜାନୁଆରୀ ମାସରେ କରୋନା ସଂକ୍ରମଣ ବଢ଼ିବା ପରେ ଭୁବନେଶ୍ୱର ଏମ୍ସ କର୍ତ୍ତୃପକ୍ଷ ଓପିଡି ସେବାକୁ ବନ୍ଦ କରି ଦେଇଥିଲେ। ତେବେ ଜରୁରିକାଳୀନ ସେବା ଜାରି ରହିଥିଲା। ଭୁବନେଶ୍ବର ଏମ୍‌ସର ଛାତ୍ରଛାତ୍ରୀ ଓ ଡାକ୍ତରଙ୍କ ସମେତ ଅନ୍ୟ କର୍ମଚାରୀଙ୍କୁ ମିଶାଇ ପ୍ରାୟ ୩୦୦ ଜଣ କରୋନା ଆକ୍ରାନ୍ତ ହୋଇଥିଲେ।

Hot this week

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

Related Articles

Popular Categories