www.samajalive.in
Sunday, December 14, 2025
14.1 C
Bhubaneswar

ଓବେସିଙ୍କ ଉପରେ ଆକ୍ରମଣ ଘଟଣାରେ ସଂସଦରେ ଉତ୍ତର ଦେବେ ଅମିତ ଶାହା

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଫେବୃଆରୀ ୭ରେ ସାଂସଦ ଅସାଉଦ୍ଦିନ ଓବେସିଙ୍କ କାର ଉପରକୁ ଗୁଳି ଚାଳନା ଘଟଣାରେ ସଂସଦରେ ଉତ୍ତର ଦେବେ। ମେରଟରୁ ଦିଲ୍ଲୀ ଅଭିମୁଖେ ଯାଉଥିବା ବେଳେ ଏକ ଟୋଲ ଗେଟ ନିକଟରେ ତାଙ୍କ କାର ଉପରକୁ ଗୁଳି ଚାଳନା କରାଯାଇଥିଲା।

ଉତ୍ତରପ୍ରଦେଶର ମେରଟରେ ଲୋକସଭା ସାଂସଦ ଅସାଉଦ୍ଦିନ ଓବେସିଙ୍କ କାର ଉପରେ ହୋଇଥିବା ଆକ୍ରମଣ ପରେ କେନ୍ଦ୍ର ସରକାର ଏଆଇଏମ୍ଆଇଏମ୍ ମୁଖ୍ୟଙ୍କ ସୁରକ୍ଷା ସମୀକ୍ଷା କରିଛନ୍ତି ଏବଂ ତାଙ୍କୁ ତୁରନ୍ତ ରିଜର୍ଭ ପୋଲିସ୍ ଫୋର୍ସର ଜେଡ ସ୍ଥରୀୟ ସୁରକ୍ଷା ଯୋଗାଇ ଦେଇଥିବା ଜଣାପଡିଛି। ତେବେ ଓବେସି ଶୁକ୍ରବାର ଦିନ ତାଙ୍କ ଉପରେ ହୋଇଥିବା ଆକ୍ରମଣ ପ୍ରସଙ୍ଗ ଉଠାଇ କହିଛନ୍ତି ଯେ ସେ ଜେଡ ସୁରକ୍ଷା ଚାହୁଁ ନାହାଁନ୍ତି ଏବଂ ଗୁଳି ଚାଳନା କରିଥିବା ଲୋକଙ୍କ ଉପରେ ବେଆଇନ କାର୍ଯ୍ୟକଳାପ (ପ୍ରତିରୋଧ) ଅଧିନିୟମ ଦାୟର କରିବାକୁ ସରକାରଙ୍କ ନିକଟରେ ଦାବି କରିଛନ୍ତି। ସେ କହିଛନ୍ତି, ‘ମୁଁ ମୃତ୍ୟୁକୁ ଭୟ କରେ ନାହିଁ, ମୁଁ ଜେଡ ବର୍ଗର ସୁରକ୍ଷା ଚାହୁଁ ନାହିଁ, ମୁଁ ଏହାକୁ ପ୍ରତ୍ୟାଖ୍ୟାନ କରୁଛି। ସେ କହିଛନ୍ତି ଯେ ମୋତେ ‘ଏ’ ବର୍ଗର ନାଗରିକ ହେବା ପାଇଁ ଦିଆଯାଉ।

Hot this week

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

ଜିଲାପାଳଙ୍କୁ ମୁଣ୍ଡିଆ ମାରି ଧାନ କିଣିବାକୁ ଗୁହାରି

ପଦ୍ମପୁର : ଧାନକିଣାରେ ବ୍ୟାପକ ଅବ୍ୟବସ୍ଥା ପଦ୍ମପୁର ଉପଖଣ୍ଡ ଚାଷୀଙ୍କ ଅସନ୍ତୋଷର...

Related Articles

Popular Categories