www.samajalive.in
Saturday, December 6, 2025
23.1 C
Bhubaneswar

ଚୋରର ଆଳୁ ଦୋଷ ; ଖାଇବା, ଶୋଇବା ପରେ ୧୫ ହଜାର ଟଙ୍କା ଦେଲା କ୍ଷତିପୂରଣ

ୱାଶିଂଟନ : ଚୋର କୁହନ୍ତୁ ଅଥବା ଲୁଟେରା। ଘରେ ପ୍ରବେଶ କରି ଦାମୀ ଜିନିଷ,ଅଳଙ୍କାର ଆଦି ଚୋରି କରିଥାଆନ୍ତି। ମାତ୍ର ଏଭଳି ଚୋର ବିଷୟରେ ଜାଣିଛନ୍ତି କି ? ଯେ କି ଘରେ ପଶି ଗାଧୋଇବା ପରେ ଖାଦ୍ୟ ଖାଇ ବିଶ୍ରାମ ନେଇ ନିଶାଦ୍ରବ୍ୟ ପାନ କରି ମାଲିକ ଫେରିବା ପରେ ୧୫ ହଜାର ଟଙ୍କା କ୍ଷତିଭରଣା ବାବଦରେ ଦେଇ ଯାଇଛି। କଥାଟା କାନକୁ ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ସତ। ଘଟଣାଟି ଆମେରିକାର ନ୍ୟୁ ମେକ୍ସିକୋର। ଏଠାରେ ଚୋର ଏକ ଘରେ ପଶି ଗାଧୋଇବା ପରେ ଖାଦ୍ୟ ଖାଇ ବିଶ୍ରାମ ନେଇ ନିଶାଦ୍ରବ୍ୟ ପାନ କରି ମାଲିକ ଫେରିବା ପରେ ୧୫ ହଜାର ଟଙ୍କା କ୍ଷତି ଭରଣା ମଧ୍ୟ ଦେଇଛି। ଚୋର ଏଭଳି କରିବାର ଏକ ରୋମାଞ୍ଚକର କାହାଣୀ ରହିଛି।
ଘଟଣା କ୍ରମେ ନ୍ୟୁ ମେକ୍ସିକୋ ନିକଟ ଅଞ୍ଚଳରେ ବାସ କରୁଥିବା ଜଣେ ବ୍ୟକ୍ତିଙ୍କ ଘରେ ଝରକା କାଚ ଭାଙ୍ଗି ଘରେ ପ୍ରବେଶ କରିଥିଲା। ତା ନିକଟରେ ଏକ ରାଇଫଲ ମଧ୍ୟ ଥିଲା। ଚୋରଟି ଘରେ ପଶିବା ସମୟରେ କେହି ଘରେ ନଥିଲେ। ମାତ୍ର କିଛି ଘଣ୍ଟା ମଧ୍ୟରେ ଘର ଲୋକେ ଫେରିଥିଲେ।
ଘର ଲୋକଙ୍କ କହିବାନୁଯାୟୀ, ଚୋରଟି ଘରେ ଖାଦ୍ୟ ଖାଇବା ପରେ ଶୋଇ, ନିଶାଦ୍ରବ୍ୟ ଖାଇ ୧୫ ହଜାର ଟଙ୍କା (୨୦୦ ଡଲାର) ଦେଇ ଯାଇଥିଲା । ଏହାପରେ ସେ କାହାର କୌଣସି କ୍ଷତି ନକରି ପଳାଇ ଯାଇଥିଲା। ଝଟକା ଭାଙ୍ଗି ଥିବାରୁ ସେ ୧୫ ହଜାର ଟଙ୍କା କ୍ଷତିପୂରଣ ଦେଇ, ତା’ର ମାତା ପିତାଙ୍କ ହତ୍ୟା ପରେ ସେ ପଳାଇ ଆସିଛି ବୋଲି କହିଥିଲା।  ତା’ର ଗାଡି ଖରାପ ହେବା ପରେ ସେ ଉକ୍ତ ବ୍ୟକ୍ତିଙ୍କ ଘରେ ଝରକା ଭାଙ୍ଗି ପ୍ରବେଶ କରିଥିଲା।

 

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories