www.samajalive.in
Saturday, December 6, 2025
15.1 C
Bhubaneswar

ପ୍ରାର୍ଥୀ ଓ ସଭାପତିମାନଙ୍କୁ ନିର୍ବାଚନୀ ମନ୍ତ୍ର ଦେଲେ ଧର୍ମଶାଳା ବିଧାୟକ

ଯାଜପୁର : ଜାରକା କଳ୍ପତରୁ ଦାସ ଷ୍ଟାଡିୟମଠାରେ ଧର୍ମଶାଳା ନିର୍ବାଚନ ମଣ୍ଡଳୀର ୫ଗୋଟି ଜୋନର ୪୫ଗୋଟି ପଞ୍ଚାୟତର ସମସ୍ତ ଜିଲ୍ଲା ପରିଷଦ, ସରପଞ୍ଚ, ସମିତିସଭ୍ୟ ଓ ପ୍ରାର୍ଥୀମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ସମସ୍ତ ପଞ୍ଚାୟତର ବିଜେଡି ସଭାପତି, ଯୁବ ସଭାପତି, ଛାତ୍ର ସଭାପତି, ମହିଳା ସଭାପତି ଓ ଗାର୍ଲସ ୱିଙ୍ଗ ସଭାପତି ଉପସ୍ଥିତ ରହିଥିଲେ । ଆଗାମୀ ଫେବୃଆରୀ ୧୬ ତାରିଖ ପଞ୍ଚାୟତ ନିର୍ବାଚନରେ ଦଳୀୟ ପ୍ରାର୍ଥୀମାନଙ୍କୁ ବିପୁଳ ବ୍ୟବଧାନରେ ଜିତାଇବା ପାଇଁ ମାନ୍ୟବର ବିଧାୟକ ପ୍ରଣବ କୁମାର ବଳବନ୍ତରାୟ ସମସ୍ତଙ୍କୁ ଗୁରୁମନ୍ତ୍ର ଦେଇଥିଲେ ।

ଉକ୍ତ ବୈଠକରେ ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରଭାତ କୁମାର ବଳବନ୍ତରାୟ, ଡ. ପ୍ରିୟନାଥ ମହାପାତ୍ର, ନିର୍ବାଚନ ମଣ୍ଡଳୀ ସଭାପତି ଜଳଧର ସାହୁ, ନିର୍ବାଚନ ମଣ୍ଡଳୀ ମହିଳା ସଭାପତି ରେଣୁବାଳା ଶତପଥୀ, ଯୁବ ସଭାପତି କ୍ଷିତୀଶ ନାୟକ, ମହିଳା ସଭାପତି ବିଶ୍ୱବନ୍ଦନା ଜେନା, ଛାତ୍ର ସଭାପତି ଜଗଦାନନ୍ଦ ରାଉତ, ଗାର୍ଲସ ୱିଙ୍ଗ ସଭାପତି କ୍ଷିରାବ୍ଦୀ ତନୟା ମଲ୍ଲିକ୍, ବ୍ଲକ୍ ସଭାପତି ଜଳଧର ମହାନ୍ତି, ସମସ୍ତ ଜୋନର ସଂଯୋଜକ ଉତ୍କଳମଣୀ ଦାସ, ବିକାଶ ଦାସ, ଦୁଶାସନ ସାହୁ, ପ୍ରହଲ୍ଲାଦ ଲେଙ୍କା, ନିରଞ୍ଜନ ରାଉତ, ବିକ୍ରମ ବିଶ୍ୱାଳ, ଅମରେନ୍ଦ୍ର ରାୟ, ପିତାମ୍ବର ନାୟକ, ମଦନ ମୋହନ ନାୟକ, ବଟକୃଷ୍ଣ ରାଉତ, ବିକାଶ ବେହେରା ଏବଂ ବିଧାୟକଙ୍କ ପ୍ରତିନିଧି ନିର୍ମଳ ପ୍ରଧାନ ଏମାନଙ୍କ ସହିତ ୧୧ନଂ ଜୋନ ପ୍ରାର୍ଥୀ ସୁଧାଶୁଂ ଭୂଷଣ ସାହୁ, ୧୨ନଂ ଜୋନ ପ୍ରଣତୀ ଲେଙ୍କା, ୧୩ନଂ ଜୋନ ସ୍ମୃତିରେଖା ବେହେରା, ୧୪ନଂ ଜୋନ ଜଳଧର ମହାନ୍ତି, ୧୫ନଂ ଜୋନ୍ ଭାଗ୍ୟଧର ସେଠୀ ଉପସ୍ଥିତ ରହିଥିଲେ ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories