www.samajalive.in
Friday, December 12, 2025
14.1 C
Bhubaneswar

ଗୋପବନ୍ଧୁ ଦରିଦ୍ର ନାରାୟଣ ସେବାସଂଘ ପରିଚାଳନା କମିଟି ବୈଠକ, କାଦୁଆ ଆଶ୍ରମ ଚାରିପଟେ ନିର୍ମାଣ ହେବ ପ୍ରାଚୀର

ସାକ୍ଷୀଗୋପାଳ: ଗୋପବନ୍ଧୁ ଦରିଦ୍ର ନାରାୟଣ ସେବାସଂଘ ତଥା କାଦୁଆ ଆଶ୍ରମ କାର୍ଯ୍ୟାଳୟ ପରିସରରେ ଆଜି ପୂର୍ବାହ୍ନ ୧୧ ଘଟିକା ସମୟରେ ଗୋପବନ୍ଧୁ ଦରିଦ୍ର ନାରାୟଣ ସେବାସଂଘ ତଥା କାଦୁଆ ଆଶ୍ରମ ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଥିଲା। କାଦୁଆ ଆଶ୍ରମର ସ୍ଥାୟୀ ସଭାପତି ନିରଞ୍ଜନ ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ସମ୍ପାଦକ ପ୍ରମୋଦ କୁମାର ମହାନ୍ତି, ସଦସ୍ୟ ବଟକୃଷ୍ଣ ତ୍ରିପାଠୀ, ଜ୍ଞାନ ରଥ, ଆଇନଜୀବୀ ଅଶୋକ କୁମାର ପଟ୍ଟନାୟକ, ଗୋସ୍ୱାମୀ ଗୋଲାମ ଦେବତା, କୌଶଲ୍ୟା ଦାସ ଓ ସ୍ୱତନ୍ତ୍ର ନିମନ୍ତ୍ରିତ ସଭ୍ୟା ମମତା ବିଶୋୟୀ ପ୍ରମୁଖ ଯୋଗ ଦେଇଥିଲେ। ଏହି ବୈଠକରେ କାଦୁଆ ଆଶ୍ରମର ଉନ୍ନୟନ ସମ୍ପର୍କରେ ଆଲୋଚନା ଅନୁଷ୍ଠିତ ହୋଇଥିଲା। ଆଶ୍ରମ ପରିସରରେ ପ୍ରତିଷ୍ଠିତ ଢ଼ିଙ୍କିଶାଳ ଦେଖି ସଦସ୍ୟ ମାନେ ଆନନ୍ଦିତ ହୋଇଥିଲେ। ଏହି ଢ଼ିଙ୍କିଶାଳରେ ଢ଼ିଙ୍କିକୁଟା ଚୁଡ଼ା ପ୍ରସ୍ତୁତ କରାଯିବ ବୋଲି କୁହଯିବା ସହ କୃଷି ଓ ମତ୍ସ୍ୟଚାଷ ନିମନ୍ତେ ବ୍ୟୟ ଆକଳନ କରା ଯାଇଥିଲା। ଆଶ୍ରମ ଚାରିପଟେ ପ୍ରାଚୀର ନିର୍ମାଣ ନିମନ୍ତେ ପ୍ରସ୍ତାବ ଆଗତ କରା ଯାଇଥିଲା। ଆସନ୍ତା ଫେବୃୟାରୀ ମାସ ସୁଦ୍ଧା ଘଣା ପ୍ରସ୍ତୁତ କରାଯିବ ଏବଂ ଆଶ୍ରମରେ ଘଣା ତେଲ ପ୍ରସ୍ତୁତ କରାଯିବ ବୋଲି ନିଷ୍ପତ୍ତି ହୋଇଥିଲା। ଏହି କାର୍ଯ୍ୟକ୍ରମ ସମ୍ପର୍କରେ ଖଦୀ ଓ ଗ୍ରାମୋଦ୍ୟୋଗ କମିଶନ ଓ ଭାରତ ସରକାରଙ୍କୁ ପତ୍ର ଲେଖାଯିବ। ଓଡିଶା ସରକାରଙ୍କ ଉପରେ ବକେୟା ରହିଥିବା ରିହାତି ଅର୍ଥ ଆଜି ପର୍ୟ୍ୟନ୍ତ ମିଳିପାରି ନ ଥିବାରୁ ସଦସ୍ୟ ମାନେ ଗଭୀର ଉଦବେଗ ପ୍ରକାଶ କରିଥିଲେ। ଏହି ରିହାତି ଅର୍ଥ ପାଇବା ନିମନ୍ତେ ରାଜ୍ୟ ସରକାରଙ୍କ ସହିତ ଆଲୋଚନା କରିବା ନିମନ୍ତେ ପ୍ରସ୍ତାବ ଗୃହୀତ ହୋଇଥିଲା।

- Advertisement -

ପ୍ରାରମ୍ଭରେ ସଭାପତି ନିରଞ୍ଜନ ରଥ ଓ ସଦସ୍ୟ ମାନେ ଆଶ୍ରମ ପରିସରରେ ଜାତିର ଜନକ ମହାତ୍ମା ଗାନ୍ଧୀ ଓ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଆଶ୍ରମ ସୁପରଭାଇଜର ସୁବାଷ ଚନ୍ଦ୍ର ଦାସ, ଆକାଉଣ୍ଟାଣ୍ଟ ଜୟକୃଷ୍ଣ ପ୍ରଧାନ, ତତ୍ତ୍ୱାବଧାରକ ଜଗନ୍ନାଥ ବାରିକ, କର୍ମଚାରୀ ମନମୋହନ ମୁଦୁଲି, ଦୁଃଶାସନ ପତି ଓ ସାକ୍ଷୀଗୋପାଳ ‘ସମାଜ’ ପ୍ରତିନିଧି ଅଭିଷେକ ବେହେରା ପ୍ରମୁଖ ସହଯୋଗ କରିଥିଲେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories