କଲ୍ୟାଣସିଂହପୁର : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସିଙ୍ଗାରି ପଞ୍ଚାୟତରେ ବିନା ଅନୁମତିରେ ପିତୃଅର୍ଜିତ ଚାଷ ଜମିରେ ସ୍କୁଲଗୃହ ନିର୍ମାଣ କରୁଥିବା ନେଇ ଜିଲାପାଳଙ୍କୁ ଲିଖିତ ଅଭିଯୋଗ ହୋଇଛି। ଭରତ ପ୍ରଧାନୀଙ୍କ ପିତାଙ୍କ ନାମରେ ରେକର୍ଡ ଭୁକ୍ତ ଚାଷ ଜମିରେ ସିଙ୍ଗାରୀ ମୌଜା ଖାତା ନମ୍ବର ୬ ପ୍ଲଟ ନମ୍ବର ୭୪୩, ୭୫୯, ୭୬୦ ପ୍ରାୟ ୦.୪୮ ସେଣ୍ଟ ଏକର ଚାଷ ଜମିରେ ଶିକ୍ଷା ବିଭାଗ ତରଫରୁ ଏକ ସରକାରୀ ଗୃହ ନିର୍ମାଣ କରାଯାଉଛି। ସରକାରଙ୍କ ତରଫରୁ କୌଣସି ଅଧିକାରୀ ବିନା ଅନୁମତିରେ ସେଠାରେ ଗୃହ ନିର୍ମାଣ ନିମନ୍ତେ କିପରି ନିର୍ଦେଶ ଦେଲେ ତାହା ଏକ ଆଲୋଚନାର ବିଷୟ। ଏହି ପରିବାର ଏକ ଯୌଥ ପରିବାର। ସେମାନେ ମୁଖ୍ୟତଃ ଚାଷ କରି ପରିବାର ଭରଣ ପୋଷଣ କରିଥାନ୍ତି । ଏହି ପରିବାର ଲୋକେ କହିଛନ୍ତି ସରକାରୀ ଅନୁଷ୍ଠାନ ଓ ଗୃହ ନିର୍ମାଣ କରିବାକୁ କୌଣସି ପ୍ରକାର ବିରୋଧ କରୁ ନାହୁଁ । ଗ୍ରାମର ଶିକ୍ଷାନୁଷ୍ଠାନ ଯେତେ ପ୍ରକାର କାର୍ଯ୍ୟହେଲେ ସରକାରୀ କାର୍ଯ୍ୟକୁ ପ୍ରଶଂସା କରୁଛନ୍ତି । କିନ୍ତୁ ବିନା ଅନୁମତିରେ ହେଉଥିବା ଏହି କାର୍ଯ୍ୟକୁ ନିନ୍ଦା କରୁଥିବା ନେଇ ଜିଲାପାଳ ସୋରାଜ କୁମାର ମିଶ୍ରଙ୍କୁ ଓ ସ୍ଥାନୀୟ ତହସିଲଦାର ଦେବାଶିଷ କରଙ୍କୁ ଲିଖିତ ଅଭିଯୋଗ କରିଛନ୍ତି । ଶିକ୍ଷା ବିଭାଗ ତରଫରୁ କେଉଁ ବିଦ୍ୟାଳୟ ସରକାରୀ ଜମିରେ ଅଛି ଓ କେଉଁ ବିଦ୍ୟାଳୟ ବେସରକାରୀ ଜମିରେ ଅଛି ଚିହ୍ନଟ କରିବା ପାଇଁ ନିର୍ଦେଶ ରହିଥିଲା । ତାହାକୁ ନେଇ ଅଧିକାରୀ ମାନେ ବିଦ୍ୟାଳୟକୁ ସଠିକ ଭାବେ ତଦାରଖ କରିବା ପରେ ସିଙ୍ଗାରୀ ପଞ୍ଚାୟତରେ କିଛି ବିଦ୍ୟାଳୟ ବେସରକାରୀ ଜମିରେ ଥିବା ଜଣାପଡିଥିଲା।

ସିଙ୍ଗାରୀରେ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ୧୯୫୨ ମସିହାରେ ବାଂଝେରି ଜାଗା ବୋଲି ବିଦ୍ୟାଳୟ କରିଥିଲେ । ତାହା ବର୍ତ୍ତମାନ ବେସରକାରୀ ଜମି ବୋଲି ଚିହ୍ନଟ ହେବା ପରେ ସେହି ଜମି ମାଲିକ ବିଦ୍ୟାଳୟ ଉଠାଇବା ପାଇଁ କହିଆସୁଛନ୍ତି । ବର୍ତ୍ତମାନ ବିଦ୍ୟାଳୟ ପରିସରରେ ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟାହ୍ନ ଭୋଜନ କରିବା ପାଇଁ ୫ ଲକ୍ଷ ଟଙ୍କା ଅଟକଳ ମୂଲ୍ୟରେ କୋଠା ନିର୍ମାଣ ଚାଲିଛି । ଏହାକୁ ବିରୋଧ କରି ଜମି ମାଲିକ ଜିଲାପାଳ ଓ ତହସିଲଦାରଙ୍କୁ ଲିଖିତ ଅଭିଯୋଗ କରିଛନ୍ତି। ଏ ବିଷୟରେ କ୍ଲଷ୍ଟର ସ୍ତରୀୟ ଅଧିକାରୀ ପ୍ରଫୁଲ୍ଲ ଷଡଙ୍ଗୀଙ୍କୁ ପଚାରିବାରୁ ସେ କହିଲେ ଏହି ଘର କରିବା ପୂର୍ବରୁ ଜମି ମାଲିକଙ୍କୁ ପଚାରି ଥିଲି, ସେମାନେ ଘର ନ କରିବା ପାଇଁ କହିଥିବା ଲିଖିତ ଭାବେ ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟରେ ଦେଇଥିବା କହିଛନ୍ତି । ଏବିଷୟରେ ତହସିଲଦାର ଦେବାଶିଷ କରଙ୍କୁ ପଚାରିବାରୁ ସେ କହିଲେ ବିଦ୍ୟାଳୟ ଗୁଡ଼ିକର ପଟ୍ଟା କରିବା ପାଇଁ କାହାଯାଇଥିଲା। ଜାଗା ଚିହ୍ନଟ ପରେ ସେମାନେ ନିଜ ଜାଗା ବୋଲି ଜାଣିପାରିଲେ। ବର୍ତ୍ତମାନ ସେମାନେ ଅରାଜି ହେଲେ ବିଦ୍ୟାଳୟ ହୋଇପାରିବନି। ସେମିତିକିଛି ଖବର ମୋ ନଜରକୁ ଆସିନି ।
ଏବିଷୟରେ ବ୍ଲକ ଶିକ୍ଷା ଅଧିକାରୀ ହରିହର ମହାପାତ୍ରଙ୍କୁ ପଚାରିବାରୁ ସେ କହିଲେ ମୋନଜରକୁ କିଛି ଆସିନାହିଁ । କିନ୍ତୁ କେଉଁ ବିଦ୍ୟାଳୟ ସରକାରୀ ଓ ବେସରକାରୀ ଜମିରେ ଅଛି ସେ ବିଷୟରେ ତଥ୍ୟ ସଂଗ୍ରହ କରାଯାଉଛି। ବେସରକାରୀ ଜମିରେ ଯେଉଁ ବିଦ୍ୟାଳୟ ହୋଇଛି ସିଆରସିସି, ବିଦ୍ୟାଳୟ ପରିଚାଳନା କମିଟି, ପ୍ରଧାନ ଶିକ୍ଷକ ପ୍ରମୁଖ ମିଳିତରେ ଜମିମାଲିକଙ୍କ ସହିତ କଥା ହୋଇ ତାହାର ସମାଧାନ କରାଯିବ ।



