www.samajalive.in
Saturday, December 6, 2025
26.1 C
Bhubaneswar

ବନବିଭାଗର ଚଢ଼ାଉ ; ପିକଅପ ଭ୍ୟାନ ସହ ୨୦ଖଣ୍ଡ ଶାଗୁଆନ କାଠ ଜବତ

ରାମନାଗୁଡା: ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ ବୁତିଂ ପଞ୍ଚାୟତର ଶ୍ରୀରାମପୁର ବିଟ୍ ଅଞ୍ଚଳର ହାଜାରିଡାଙ୍ଗ ଗ୍ରାମ ନିକଟରୁ ଏକ ପିକଅପ ବୋଝେଇ ଭ୍ୟାନରୁ ୨୦ଖଣ୍ଡ ଶାଗୁଆନ କାଠ ଜବତ କରିଛି ରାମନାଗୁଡା ବନବିଭାଗ। ଏକ ବିଶ୍ବସ୍ତ ସୁତ୍ରରୁ ଖବରପାଇ  ରାମନାଗୁଡା ବନବିଭାଗ ପକ୍ଷରୁ ଗତକାଲି ରାତି ୧୦.୩୦ମିନିଟ ସମୟରେ ଚଢାଉ କରାଯାଇ ଏକ ପିକଅପ ଗାଡ଼ିରେ ଆନ୍ଧ୍ରକୁ ଚାଲାଣ ହେଉଥିବା  ଶାଗୁଆନ କାଠ ଜବତ କରିଛି ବନବିଭାଗ। ଏହାର ଆନୁମାନିକ ମୂଲ୍ୟ ୫୦ହଜାର ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। ଏନେଇ ବନବିଭାଗ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
ସୂଚନା ଯୋଗ୍ୟ ରାମନାଗୁଡା ବନପାଳ ଶ୍ରୀ ଗମାଙ୍ଗ ଆସିବା ପରେ ବାରମ୍ବାର  ଧରପଗଡ଼ କରାଯାଇ ବିପୁଳ ପରିମାଣରେ କାଠ ଜବତ କରାଯିବା ସହ ଏନେଇ କାଠମାଫିଆଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଛି। ଏନେଇ ସ୍ଥାନୀୟ ଜନସାଧାରଣ ମାନେ ବନପାଳଙ୍କୁ ସାଧୁବାଦ ଜଣାଇଛନ୍ତି। ତେବେ ଏହି ଚଢ଼ାଉ ସମୟରେ ରାମନାଗୁଡା ଫରେଷ୍ଟର ନରେନ୍ଦ୍ର ଗମାଙ୍ଗ, ପରେଷ୍ଟଗାର୍ଡ଼ ପି ସମେଶ୍ବର ରାଓ, ଜୟଦେବ ଶବର, ଆର.ବିଜୟ ଶେଖର, ଲୋକନାଥ ଗୈଡ଼  ପାରା ଷ୍ଟାପ ପ୍ରମୁଖ ସାମିଲ ହୋଇଥିଲେ।।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories