ହରଭଙ୍ଗା: ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ଆଡେଣିଗଡ଼ ପଂଚାୟତର ଅନ୍ଧାରୀମୂଲକ ଗାଁ ଭାବେ ଜଣାଶୁଣା କଣ୍ଡରା, କାଚପାଜୁ, ବାଙ୍କପାଜୁ, ସୁଲକେଟି ଏବଂ ସାରୁପଦର ଭଳି ୫ଟି ପଛୁଆବର୍ଗ ଗ୍ରାମବାସୀଙ୍କ ପାଇଁ ପାଦଚଲା ରାସ୍ତାଭଳି ସର୍ବନିମ୍ନ ମୌଳିକ ସୁବିଧା ଆଜିବି ଅପହଂଚ ହୋଇ ରହିଛି। ସ୍ୱାଧିନତାର ବହୁବର୍ଷ ପରେ ବି ସେମାନେ ପରାଧିନ ଦେଶର ନାଗରିକ ଭାବେ ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ ଭଳି ମୌଳିକ ସୁବିଧାରୁ ବଂଚିତ ହୋଇ ରହିଛନ୍ତି। ସ୍ଥାୟୀ ରାସ୍ତା ନିର୍ମାଣ ପାଇଁ ସବୁ ପ୍ରୟାସ ସତ୍ୱେ ରାଜନେତା ଏବଂ ପ୍ରଶାସନର ମିଥ୍ୟା ପ୍ରତିଶ୍ରୁତିରେ ପ୍ରତାରିତ ଗ୍ରାମବାସୀ ଏଥର ଭୋଟବର୍ଜ୍ଜନ ସହିତ ଜାତୀୟ ରାଜପଥ ଅବରୋଧ ଭଳି ଚରମ ନିଷ୍ପତିକୁ ବାଛିଛନ୍ତି।
ଏ ବାବଦରେ ଏକ ଦାବୀପତ୍ର ବୌଦ୍ଧ ଜିଲ୍ଲାପାଳଙ୍କୁ ମଧ୍ୟ ପ୍ରଦାନ କରାଯାଇଛି। ପଂଚାୟତ ମୁଖ୍ୟାଳୟକୁ ସଂଯୋଗ କରୁଥିବା ଦୀର୍ଘ ୧୦ କିଲୋମିଟର ସ୍ଥାୟୀରାସ୍ତା ନିର୍ମାଣ ଶୁଭାରମ୍ଭ ୧୫ଦିନ ମଧ୍ୟରେ କରାନଗଲେ ଅପହଂଚ ଇଲାକାର ୫ଟି ଗାଁ ଲୋକେ ମାଧପୁରଠାରେ ଖୋର୍ଦ୍ଧା-ବଲାଙ୍ଗୀର ୫୭ନଂ ଜାତୀୟ ରାଜପଥକୁ ଆସନ୍ତା ୮ତାରିଖରେ ଅବରୋଧ ପାଇଁ ଧମକ ଦେଇଛନ୍ତି।ଏହା ସହିତ ଗାଁ ଲୋକେ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ ସାମୁହିକ ଭୋଟବର୍ଜ୍ଜନ କରିବା ପାଇଁ ଦାବୀପତ୍ରରେ ଜିଲ୍ଲାପାଳଙ୍କୁ ସଫା ସଫା ଗ୍ରାମର ମହେଶ୍ୱର ଦେହୁରୀ, ଅଚ୍ୟୁତାନନ୍ଦ ବେହେରା, ସତ୍ୟନାରାୟଣ ଦୀପ, ଅଗସ୍ତି ମଲ୍ଲିକ ପ୍ରମୁଖ ଚେତାବନୀ ଦେଇଛନ୍ତି।



