www.samajalive.in
Saturday, December 13, 2025
27.1 C
Bhubaneswar

ସ୍ପଟ ଫିକ୍ସିଂ ପାଇଁ ଟଙ୍କା ନେଉଥିଲେ ଏହି କ୍ରିକେଟ୍‌ ଖେଳାଳୀ – ଧରାପଡିବା ପରେ…

ହରାରେ, : ଜିମ୍ବାୱେ କ୍ରିକେଟ୍‌ ଦଳର ପୂର୍ବତନ ବ୍ୟାଟ୍‌ସମ୍ୟାନ୍ ବ୍ରେଣ୍ଡନ୍‌ ଟେଲର ଆନ୍ତର୍ଜାତିକ କ୍ରିକେଟ୍‌ ପରିଷଦ (ଆଇସିସି) ଦ୍ବାରା ଖୁବ୍‌ ଶୀଘ୍ର କ୍ରିକେଟ୍‌ରୁ ବାସନ୍ଦ ହେବାକୁ ଯାଉଛନ୍ତି। କ୍ରିକେଟ୍‌ ମ୍ୟାଚ୍‌ରେ ସ୍ପଟ୍‌ ଫିକ୍ସିଂ ପାଇଁ ୧୫୦୦୦ ଡଲାର ନେଇଛନ୍ତି ଟେଲର ବିଳମ୍ବରେ ଜଣାଇବା ପରେ ଆଇସିସି ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯାଉଛି। ଏହାସହ ​‌େ​‌ଟଲର କହିଛନ୍ତି ଯେ ତାଙ୍କୁ ଟଙ୍କା ନେଇ ସ୍ପଟ୍‌ ଫିକ୍ସିଂ କରିବା ପାଇଁ ପରୋକ୍ଷରେ ବାଧ୍ୟ ବା ବ୍ଲାକ୍‌ମେଲ୍‌ କରା ଯାଇଥିଲା। ହେଲେ ସେ କୌଣସି ଅନୈତିକ କାର୍ଯ୍ୟ କରିନାହାନ୍ତି କି ମନ୍ଦ ଉଦ୍ଦେଶ୍ୟ ନଥିଲା।

ଟେଲର ଆହୁରି ସ୍ବୀକାର କରିଛନ୍ତି ଯେ ଜଣେ ଭାରତୀୟ ବ୍ୟବସାୟୀ ତାଙ୍କୁ ନୂଆ ପ୍ରାୟୋଜକ ଯୋଗାଡ଼ କରିବାର ପ୍ରତିଶ୍ରୁତି ଦେଇ ତାଙ୍କ ସହ ମିଶିଥିଲେ। ପରେ ଉକ୍ତ ଭାରତୀୟ ବ୍ୟବସାୟୀଙ୍କଠାରୁ ସେ ୨୦୧୯ ଅକ୍ଟୋବରରେ ୧୫୦୦୦ ଡଲାର ଗ୍ରହଣ କରିଥିଲେ। ହେଲେ ଏହା ବିଷୟରେ ୪ ମାସ ବିଳମ୍ବରେ ଆଇସିସିକୁ ଜଣାଇଥିଲେ। କାରଣ ନିଜ ଜୀବନ ପ୍ରତି ବିପଦ ଥିବା କଥା ସେ ଆଶଙ୍କା କରିଥିଲେ। ଉକ୍ତ ଭାରତୀୟ ବ୍ୟବସାୟୀ ଜିମ୍ବାୱେରେ ଏକ ନୂଆ ଟ୍ବେଣ୍ଟି୨୦ ଲିଗ୍‌ ଆୟୋଜନ ନେଇ ତାଙ୍କ ସହ ଆଲୋଚନା କରିବା ଲାଗି ତାଙ୍କୁ ଭାରତ ଡାକିଥିଲେ। ଏଥିପାଇଁ ତାଙ୍କୁ ୧୫୦୦୦ ଡଲାର ଦେବାକୁ ସେ ପ୍ରତିଶ୍ରୁତି ଦେଇଥିଲେ। ଟେଲର ଆହୁରି କହିଛନ୍ତି, ଭାରତରେ ଏକ ହୋଟେଲରେ ଆମେ ମଦ୍ୟପାନ କରିଥିଲୁ। ସେମାନେ କୋକେନ୍ ସେବନ କରିଥିଲେ ଏବଂ ମୋତେ ଯାଚିଥିଲେ। ଭୁଲ୍‌ବଶତଃ ମୁଁ ଏହା ସେବନ କରିଥିଲି। ପରଦିନ ସକାଳେ ସେମାନେ ମୋ କୋଠାରୀକୁ ଧସେଇ ପଶିଲେ ଏବଂ ମୋତେ ଏକ ଭିଡିଓ ଦେଖାଇଲେ; ଯେଉଁଥିରେ ମୁଁ କୋକେନ୍ ସେବନ କରିବା ଦେଖା ଯାଇଥିଲା।

- Advertisement -

ସେମା​ନେ ଧମକାଇଲେ ଯେ ଆନ୍ତର୍ଜାତିକ ମ୍ୟାଚ୍‌ରେ ସେମାନଙ୍କ ପାଇଁ ସ୍ପଟ୍‌ ଫିକ୍ସିଂ ନକଲେ; ଏହି ଭିଡିଓକୁ ସେ ସମସ୍ତଙ୍କ ପାଖକୁ ପଠାଇଦେବେ। ସେମାନେ ମୋ ହାତରେ ୧୫୦୦୦ ଡଲାର ଧରାଇଦେଲେ ଏବଂ କାମ ସରିବା ପରେ ଆଉ ୨୦୦୦୦ ଡଲାର ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ହେଲେ ମୁଁ କହୁଛି ଯେ କୌଣସି ସ୍ପଟ୍‌ ଫିକ୍ସିଂ କିମ୍ବା ଦୁର୍ନୀତି କରିନାହିଁ। ମୁଁ ଭୁଲ୍‌ କରିଥାଏ ପଛେ; କ୍ରିକେଟ୍‌କୁ ଠକିନାହିଁ। ଶୁଣିବାକୁ ପାଉଛି ​‌େ​‌ଯ ଆଇସିସି ମୋତେ କ୍ରିକେଟ୍‌ରୁ ଏକାଧିକ ବର୍ଷ ବାସନ୍ଦ କରିବାକୁ ଯାଉଛି। ନମ୍ରତାର ସହ ଏହି ନିଷ୍ପତ୍ତିକୁ ଗ୍ରହଣ କରିବି। ଆଇସିସି ଓ ଜିମ୍ବାୱେ କ୍ରିକେଟ୍‌ ଏହି ସନ୍ଦର୍ଭରେ ଅବଶ୍ୟ କିଛି କହିନାହାନ୍ତି। ୩୫ ବର୍ଷ ବୟସ୍କ ୱିକେଟ ରକ୍ଷକ ବ୍ୟାଟ୍‌ସମ୍ୟାନ୍ ବ୍ରେଣ୍ଡନ୍ ଟେଲର ଜିମ୍ବାୱେ ପାଇଁ ୩୪ଟି ଟେଷ୍ଟ, ୨୦୫ଟି ଦିନିକିଆ ଓ ୪୫ଟି ଟ୍ବେଣ୍ଟି୨୦ ମ୍ୟାଚ୍‌ ଖେଳିଛନ୍ତି। ୨୦୨୧ ସେପ୍ଟେମ୍ବରରେ ଟେଲର ଆନ୍ତର୍ଜାତିକ କ୍ରିକେଟ୍‌ରୁ ଅବସର ନେଇଥିଲେ।

Hot this week

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

Related Articles

Popular Categories