www.samajalive.in
Saturday, December 13, 2025
26.1 C
Bhubaneswar

କାର,ବାଇକକୁ ଧକ୍କା ଦେଲା ଟ୍ରକ ; ୫ ମୃତ

ପୁଣେ : ମହାରାଷ୍ଟ୍ରର ପୁଣେ-ଅହମଦନଗର ରାସ୍ତାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଥିବା ନେଇ ଆଜି ଖବର ମିଳିଛି। ଦୁର୍ଘଟଣାରେ ଟ୍ରକ ଏକ କାର ଓ ଦୁଇଟି ମୋଟରସାଇକେଲକୁ ଧକ୍କା ଦେବା ଫଳରେ ୫ ଜଣଙ୍କ ଜୀବନ ଚାଲି ଯାଇଛି। ୪ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଶିକାରପୁରର ଜଣେ ଥାନା ଅଧିକାରୀଙ୍କ କହିବାନୁଯାୟୀ, ପ୍ରାଥମିକ ତଦନ୍ତରୁ ମିଳିଥିବା ସୂଚନା ଅନୁଯାୟୀ ରବିବାର ସନ୍ଧ୍ୟା ସମୟରେ ଏହି ଦୁର୍ଘଟଣା ଘଟିଛି। କାରରେ ଥିବା ଦୁଇ ଯାତ୍ରୀ ଓ ୨ଟି ମୋଟରସାଇକେଲରେ ୩ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଛି। ୪ ଜଣଙ୍କର ଘଟଣାସ୍ଥଳରେ ଓ ଜଣଙ୍କର ହସ୍ପିଟାଲରେ ମୃତ୍ୟୁ ହୋଇଛି। କାରରେ ପ୍ରାୟ ୬ ଜଣ ଯାତ୍ରୀ ଥିଲେ। ଦୁର୍ଘଟଣା ପରେ ଟ୍ରକ ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଟ୍ରକ ଚାଳକ ଗାଡି ଉପରୁ ନିୟନ୍ତ୍ରଣ ହରାଇବା ପରେ ଡିଭାଇଡରରେ ପିଟି ହୋଇ ଦୁର୍ଘଟଣା ଘଟିଛି ବୋଲି ଜଣାପଡିଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories