ପାତ୍ରପୁର : ପାତ୍ରପୁର ବ୍ଳକରେ ଦ୍ୱିତୀୟ ସରପଞ୍ଚ ଭବେ ଖରଣିପଡା ସରପଞ୍ଚ ଅପ୍ରତିଦ୍ୱନ୍ଦି ହୋଇଥିବା ଜଣା ଯାଇଛି। ଆଜି ନାମାଙ୍କନ ପତ୍ର ପ୍ରତ୍ୟାହାର ପରେ ଜିତେନ୍ଦ୍ର କୁମାର ପଣ୍ଡା ଏକମାତ୍ର ପ୍ରାର୍ଥୀ ରହିବା ଯୋଗୁଁ ସେ ସରପଞ୍ଚ ହେବା ନିଶ୍ଚିତ ହୋଇଛି।ପାତ୍ରପୁର ବ୍ଳକ ଗୁଡିପଦର ସରପଞ୍ଚ ଶ୍ରୀଦେବୀ ଏକ ମାତ୍ର ପ୍ରାର୍ଥୀ ଭ।ବେ ନାମାଙ୍କନ କରି ପୂର୍ବରୁ ସରପଞ୍ଚ ହେବା ନିଶ୍ଚିତ ହୋଇଥିଲା। ତେବେ ଖରଣୀପଡା ପଞ୍ଚାୟତ ରେ ଚାରିଜଣ ନାମାଙ୍କନ ପତ୍ର ଦାଖଲ କରି ଥିଲେ। ଯାଞ୍ଚ ବେଳେ ଜଣେ ପ୍ରାର୍ଥୀ ଙ୍କ ନାମାଙ୍କନ ପତ୍ର ନାକଚ ହୋଇ ଥିବା ବେଳେ ଆଜି ଅନ୍ୟ ଦୁଇଜଣ ସେମାନଙ୍କ ନାମାଙ୍କନ ପତ୍ର ପ୍ରତ୍ୟାହାର କରି ଥିଲେ। ଫଳରେ ଜିତେନ୍ଦ୍ର ଏକ ମାତ୍ର ପ୍ରାର୍ଥୀ ରହିଥିବା ଯୋଗୁଁ ସରପଞ୍ଚ ହେବା ନିଶ୍ଚିତ ହୋଇଛି। ତେବ ସରକାରୀ ଭବେ ଘୋଷଣା ହେବାକୁ ବାକି ରହିଛି।
Popular Categories



