www.samajalive.in
Friday, December 12, 2025
23.1 C
Bhubaneswar

ନିର୍ବାଚନ ପରିଚାଳନା ନିମନ୍ତେ ରାଜନୈତିକ ଦଳ ପ୍ରତିନିଧି ଓ ସାଧାରଣ ପର୍ୟ୍ୟବେକ୍ଷକଙ୍କ ବୈଠକ

ନବରଙ୍ଗପୁର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଶାନ୍ତି, ଶୃଙ୍ଖଳାର ସହିତ ନବରଙ୍ଗପୁର ଜିଲ୍ଲାରେ ଅବାଧ, ନିରପେକ୍ଷ ଭାବରେ କରାଯିବା ସହିତ ବିଶେଷ କରି କରୋନ। ମହାମାରୀ ସମୟରେ ସରକାରୀ କଟକଣା ମାର୍ଗଦର୍ଶିକାକୁ ପାଳନ କରି ନିର୍ବାଚନ ର ପ୍ରସାର, ପ୍ରଚାର ଓ ଏହାର ସଫଳ ପରିଚାଳନାରେ ଜିଲ୍ଲାର ସମସ୍ତ ରାଜନୈତିକ ଦଳର କର୍ମକର୍ତ୍ତା ନିଜ ନିଜର କର୍ମୀଙ୍କୁ ସଚେତନ କରିବା ସହିତ ଏଥିରେ ପୂର୍ଣ୍ଣ ସହଯୋଗ କରିବା ପାଇଁ ସ୍ଥାନୀୟ ସର୍କିଟ ହାଉସ ଠାରେ ସମସ୍ତ ରାଜନୈତିକ ଦଳ ର ପ୍ରତିନିଧି ଙ୍କୁ ନେଇ ଅନୁଷ୍ଠିତ ବୈଠକରେ ସାଧାରଣ ପର୍ୟ୍ୟବେକ୍ଷକ ନୃସିଂହ ଚରଣ ସ୍ୱାଇଁ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ। ଜିଲ୍ଲାର ବିଭିନ୍ନ ସ୍ଥାନରେ ରହିଯାଇଥିବା ସରକାରଙ୍କ ର ବିଭିନ୍ନ ଯୋଜନା ସମ୍ପର୍କରେ ପ୍ରସାର ପ୍ରଚାର ସମନ୍ଧୀୟ ପୋଷ୍ଟର,, ହୋଡିଙ୍ଗ, ବ୍ୟ।ନର ଇତ୍ୟାଦି ହଟାଇବା ପାଇଁ ମଧ୍ୟ ପରାମର୍ଶ ଦେଇଥିଲେ।

ନିର୍ବାଚନ ଆୟୋଗଙ୍କ ମଡେଲ କୋଡ଼ ଅଫ୍ କଣ୍ଡକ୍ କୁ କଡାକୁଡି ଭାବରେ ପାଳନ କରିବା ପାଇଁ ସେ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ। ଏସବୁ ହୋର୍ଡିଂ, ପୋଷ୍ଟର ବେନେର ହଟାଇବା ପାଇଁ ସମସ୍ତ ତହସିଲଦାର, ଗୋଷ୍ଟି ଉନ୍ନୟନ ଅଧିକାରୀ ଙ୍କୁ ନିର୍ଦେଶ ଦିଆଯାଇଥିବା ଜିଲ୍ଲାପାଳ କହିଥିଲେ। ଏହି ବୈଠକରେ ସାଧାରଣ ପର୍ୟ୍ୟବେକ୍ଷକ ନୃସିଂହ ଚରଣ ସ୍ୱାଇଁ ଙ୍କ ସମେତ ଜିଲ୍ଲାପାଳ ଡକ୍ଟର କମଳ ଲୋଚନ ମିଶ୍ର, ଆରକ୍ଷୀ ଅଧିକ୍ଷକ, ପି ଏସ, ପୁରୁଷୋତ୍ତମ ଦାସ, ଅତିରିକ୍ତ ଜିଲ୍ଲାପାଳ ଭାସ୍କର ର ଇ ତ, ଉପ ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲ,ଜିଲ୍ଲା ପଞ୍ଚାୟତ ଅଧିକାରୀ ଶିଶିର କୁମାର ପାଣି,ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ହଳଧର ନୀଆଲ, ବିଜେଡ଼ି ର ପ୍ରହଲ୍ଲାଦ ତ୍ରିପାଠୀ ଓ ଆଶିଷ ରଂଜନ ପଟ୍ଟନାୟକ, ଜାତୀୟ କଂଗ୍ରେସ ର ମୁନା ତ୍ରିପାଠୀ, ପ୍ରଦୀପ କୁମାର ସାହୁ, ବିଜେପି ର ଜଗଦିଶ ଚନ୍ଦ୍ର ବିଷୋୟୀ, ସତ୍ୟବାଦୀ ଷଡ଼ଙ୍ଗୀ,ମାନସ ଦାସ ଓ ବିଏସ ପି ର ଚନ୍ଦ୍ର ଧ୍ୱଜ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

ପୁଣି ୩ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ବର : ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ...

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ !

ଭୁବନେଶ୍ଵର : ଭୁବନେଶ୍ଵରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ...

Related Articles

Popular Categories