www.samajalive.in
Friday, December 12, 2025
23.1 C
Bhubaneswar

ଅମୃତ ମହୋତ୍ସବ ଉପଲକ୍ଷେ ବୀର ସହୀଦଙ୍କୁ ସମ୍ମାନ

ନବରଙ୍ଗପୁର: ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ତରଫରୁ ସୁବାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ଅବସରେ ନବରଙ୍ଗପୁର ସ୍ଥିତ ମିରାଅଟୋ ନିକଟରେ ସୁବାଷ ବୋଷଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଛି। ଏଥିରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ରାଷ୍ଟ୍ରୀୟ ଜନଜାତି ଛାତ୍ର ପ୍ରମୋଦ କୁମାର ରାଉତ ସୁବାଷ ବୋଷଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ଏହାପରେ ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ନିକଟସ୍ଥ ତୁରୀ ନଦୀ କୂଳରେ ଇଂରେଜମାନଙ୍କ ବିରୋଧରେ ଲଢେଇ କରି ସହୀଦ ହେଇଥିବା ବୀରମାନଙ୍କ ସ୍ମୃତିପୀଠରେ କାର୍ୟ୍ୟକ୍ରମ ଅନୁଷ୍ଠିତ ହେଇଥିଲା। ଏଠାରେ ଇଂରେଜମାନଙ୍କ ଦ୍ଵାରା ନିର୍ମମ ଭାବରେ ଗୁଳିକରି ହତ୍ୟା କରାଯାଇଥିବା ସ୍ୱାଧୀନତା ସଂଗ୍ରାମୀ ବୀର ସହୀଦମାନଙ୍କ ସୂଚିଫଳକ ଥିବାରୁ ତାଙ୍କର ପରିବାର ବର୍ଗଙ୍କୁ ଭେଟିବାର କାର୍ୟ୍ୟକ୍ରମ କରାଯାଇଥିଲା।

ସ୍ୱାଧୀନତାର ୭୫ ବର୍ଷ ଅମୃତ ମହୋତ୍ସବ ସାରା ଭାରତ ରେ ବିଦ୍ୟାର୍ଥୀ ପରିଷଦ ପାଳନ କରୁଛି। ଏହି ଅବସରରେ ସହୀଦ ହେଇଥିବା ବୀର ସୁକୃ ମୁଦୁଲିଙ୍କ ଗାଁ ମୁର୍ଲାବାଇରେ ତାଙ୍କର ପରିବାର ବର୍ଗଙ୍କୁ ଭେଟି ସମ୍ମାନିତ କରାଯାଇଥିଲା। ଏଥିରେ ଅଖିଳ ଭାରତୀୟ ଜନଜାତି କାର୍ୟ୍ୟ ସହ ପ୍ରମୁଖ ପ୍ରମୋଦ କୁମାର ରାଉତ ବୀର ସହୀଦ ସୁକୃ ମୁଦୁଲିଙ୍କ ନାତିଙ୍କୁ ଉତ୍ତରୀୟ ପକେଇ ସମ୍ମାନୀତ କରି ବୀର ମାଟିକୁ ପ୍ରଣାମ କରିଥିଲେ। ବିଦ୍ୟାର୍ଥୀ ପରିଷଦ ଅମୃତ ମହଉତ୍ସବ ଉପଲକ୍ଷେ ଇତିହାସ ପୃଷ୍ଠାରେ ସ୍ଥାନ ପାଇଁନଥିବା ଏବଂ ତାଙ୍କ ପ୍ରତିମୂର୍ତ୍ତି ନଥିବା ବୀର ସହୀଦ ମାନଙ୍କୁ ସମାଜର ଲୋକଲୋଚନକୁ ଆଣିବା ପାଇଁ ତାଙ୍କ ଜନ୍ମ ସ୍ଥାନରେ ବିଦ୍ୟାର୍ଥୀ ପରିଷଦ ଆଗମୀ ଦିନରେ ବିଭିନ୍ନ କାର୍ୟ୍ୟକ୍ରମ ଏବଂ ତାଙ୍କ ବିଷୟ ଏକ ପୁସ୍ତକ ଲେଖିବେ ବୋଲି କୋରାପୁଟ ବିଭାଗର ସଂଗଠନ ସମ୍ପାଦକ ତନ୍ମୟ ପ୍ରଧାନ ପରିବାର ବର୍ଗଙ୍କୁ ପ୍ରତିଶୃତି ଦେଇଛନ୍ତି । ଏଥିରେ ନବରଙ୍ଗପୁର ଜିଲ୍ଲା ପ୍ରମୁଖ ଦୀପାଞ୍ଜଳି ଦାସ, ଜୟପୁର ନଗର ବିସ୍ତାରକ ସୁବାଷ ନାୟକ ନବରଙ୍ଗପୁର ଜିଲ୍ଲା ସଂଯୋଜକ ସୁମନ ଦାସ, ଶର୍ମିଷ୍ଠା ଦାସ, ଅଶ୍ୱିନ ପାଇକ, ରାଧା ନାୟକ ଉପସ୍ଥିତ ଥିଲେ।

Hot this week

ଶୁକ୍ର ଗୋଚର: ବର୍ଷ ଶେଷରେ ଏହି ରାଶିଙ୍କ କ୍ୟାରିଅର, ରୋଜଗାର ହେବ ଦ୍ୱିଗୁଣିତ

ସମାଜ ଡିଜିଟାଲ ଡେସ୍କ: ୨୦ ଡିସେମ୍ବର ଶନିବାର ଦିନ ଶୁକ୍ର ଧନୁ...

ଏସ୍‌ଆଇଆର ପ୍ରସଙ୍ଗରେ ମମତାଙ୍କ ଧମକ

ତାଲିକାରୁ ଗୋଟିଏ ନାଁ ବାଦ ପଡ଼ିଲେ ବିଦ୍ରୋହ କଲକାତା : ନିର୍ବାଚନ କମିସନ...

ଜାପାନରେ ୬.୭ ତୀବ୍ରତାର ଭୂକମ୍ପ : ସୁନାମି ସତର୍କତା ଜାରି

ଟୋକିଓ : ଆଜି ସକାଳେ ଜାପାନର ଉତ୍ତର ପୂର୍ବ ଉପକୂଳରେ ଶକ୍ତିଶାଳୀ...

ପାକ୍‌ ମାଛଧରା ବୋଟ ଜବତ, ୧୧ ଗିରଫ

ଅହମଦାବାଦ : ତଟରକ୍ଷୀ ବାହିନୀ ପକ୍ଷରୁ ବୁଧବାର ଗୁଜରାଟର ଊପକୂଳସ୍ଥ ଆରବ...

୬ମାସ ଦରମା ପାଇନାହାନ୍ତି ପାକିସ୍ତାନ ପୁଲିସ

କରାଚୀ : ପାକିସ୍ତାନର ଖାଇବର ପଖତୁନଖ୍ବା ପ୍ରଦେଶରେ ମୁତୟନ ଥିବା ସ୍ବତନ୍ତ୍ର...

Related Articles

Popular Categories