ରେଙ୍ଗାଲି: ମହାନ୍ ସ୍ୱଧିନତା ସଂଗ୍ରାମୀ ତଥା ଭାରତୀୟ ମୁକ୍ତି ସଂଗ୍ରାମର ଅଗ୍ରଣୀ ସେନାପତି ବିପ୍ଳବୀ ବୀର ସୁରେନ୍ଦ୍ର ସାଏଙ୍କ ୨୧୪ତମ ଜୟନ୍ତି ଆଜି ତାଙ୍କର ଜ୍ନମପୀଠ ଖିଣ୍ଡା ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି। ସୁରେନ୍ଦ୍ର ସାଏ ସ୍ମୃତି ସଂସଦ ପକ୍ଷରୁ ଆରାଧ୍ୟ ଦେବୀ ସମଲେଶ୍ୱରୀଙ୍କ ଠାରେ ପୂଜାର୍ଚ୍ଚନା ପରେ ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତିରେ ପୂଜା ଅର୍ଚ୍ଚନା, ସହିଦ ମଶାଳ ପ୍ରଜ୍ଜଳନ କରାଯାଇ ମହାନ୍ ଦେଶଭକ୍ତଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା।
ଖିଣ୍ଡା ଛକରେ ଥିବା ସୁରେନ୍ଦ୍ର ସାଏଙ୍କ ପ୍ରତିମୁର୍ତ୍ତିରେ ମଧ୍ୟ ମାଲ୍ୟାର୍ପଣ କରାଯାଇ ଶ୍ରଦ୍ଦାଞ୍ଜଳି ଅର୍ପଣ କରାଯାଇଥିଲା। ସୁରେନ୍ଦ୍ର ସାଏଙ୍କ ଅଣନାତି ଲାଲ୍ ଫକିର ସାଏ, ସ୍ମୃତି ସଂସଦର ସଭାପତି ଲାଲ୍ ବୀରେନ୍ଦ୍ର ପ୍ରାତପ ସାଏ, କାର୍ଯ୍ୟକାରୀ ସଭାପତି ପୀତାମ୍ବର ବିଶ୍ୱାଲ, ସନ୍ତୋଷ ବିଶ୍ୱାଲ, ସରିତ ବିଶ୍ୱାଲ, ଭବାନୀଶଙ୍କର ନାଏକ, କାଜୁ ବୁଧିଆ ଏବଂ ସଂସଦର ସମସ୍ତ ସଭ୍ୟଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଜେଡି, ବିଜେପି ଏବଂ କଂଗ୍ରେସ ଦଳର ବହୁ ସଂଖ୍ୟକ ନେତା, କର୍ମୀ ଏବଂ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଥିବା ପ୍ରାର୍ଥୀମାନେ ପର୍ଯ୍ୟାୟ କ୍ରମେ ଜନ୍ମପୀଠକୁ ପହଞ୍ଚି ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।



