www.samajalive.in
Saturday, December 6, 2025
15.1 C
Bhubaneswar

କର୍ଣ୍ଣାଟକରେ ୨ଟଙ୍କା କମିଲା ପେଟ୍ରୋଲ

ବେଙ୍ଗାଲୁରୁ: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚ ଡି କୁମାରସ୍ୱାମୀ ସୋମବାର ରାଜ୍ୟରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟରେ ୨ଟଙ୍କା କମ୍‍ କରିଛନ୍ତି। ରାଜସ୍ଥାନ ସରକାରଙ୍କ ପକ୍ଷରୁ ଭାଟ କମ୍‍ କରାଯିବା ପରେ କର୍ଣ୍ଣାଟକ ଉପରେ ଏହାର ପ୍ରଭାବ ପଡ଼ୁଥିଲା। ଫଳରେ ରାଜନୈତିକ ଦୃଷ୍ଟିକୋଣରୁ କୁମାରସ୍ୱାମୀ ସୋମବାର ଉଭୟ ପେଟ୍ରୋଲ ଓ ଡିଜେଲରେ ୨ଟଙ୍କା କମ୍‍ କରିଛନ୍ତି। ପୂର୍ବରୁ ରାଜସ୍ଥାନ, ଆନ୍ଧ୍ରପ୍ରଦେଶ ଓ ପଶ୍ଚିମବଙ୍ଗ ପେଟ୍ରୋଲ ଓ ଡିଜେଲରେ ଭାଟ କମ୍‍ କରି ଥିବାବେଳେ କର୍ଣ୍ଣାଟକ ମଧ୍ୟ ମୂଲ୍ୟ ହ୍ରାସ କରିବାକୁ ବାଧ୍ୟ ହୋଇଛି। ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଏଡୁ ପେଟ୍ରୋଲ ଓ ଡିଜେଲ ମୂଲ୍ୟରେ ୨ଟଙ୍କା କମ୍‍ କରିଥିବାବେଳେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ୧ଟଙ୍କା କମ୍‍ କରିଛନ୍ତି। ଏହି କ୍ରମରେ ଦେଖିବାକୁ ଗଲେ ପେଟ୍ରୋଲ ଡିଜେଲ ମୂଲ୍ୟରେ ମହାରାଷ୍ଟ୍ରରେ ସର୍ବାଧିକ ମୂଲ୍ୟ ରହିଥିବାବେଳେ ଆଣ୍ଡାମାନ ରେ ସର୍ବନିମ୍ନ ମୂଲ୍ୟ ରହିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories