www.samajalive.in
Saturday, December 6, 2025
23.1 C
Bhubaneswar

ପଞ୍ଚାୟତ ନିର୍ବାଚନ ପାଇଁ ସରିଲା ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା

ରେଙ୍ଗାଲିକେମ୍ପ  : ଆଜି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଲାଗି ନାମାଙ୍କନପତ୍ର ଦାଖଲର ଶେ‌ଷଦିନ । ଗତ ପାଞ୍ଚଦିନ ମଧ୍ୟରେ ଅତାବିରା ପଞ୍ଚାୟତ ନିର୍ବାଚନ ପାଇଁ ସମୁଦାୟ ୬୨୧ ଟି ଆଶାୟୀ ନାମାଙ୍କନପତ୍ର ଭରିଥିବାବେଳେ ସେଥିମଧ୍ୟରୁ ସରପଞ୍ଚ ପଦ ପାଇଁ ଆଶାୟୀଙ୍କ ମଧ୍ୟରେ ତୀବ୍ର ପ୍ରତିଦ୍ବନ୍ଦ୍ବିତା ହେବାର ଅନୁମାନ କରାଯାଉଛି।  ୱାର୍ଡ଼ସଭ୍ୟଙ୍କ କ୍ଷେତ୍ରରେ ବେଶି କିଛି ପ୍ରତିଦ୍ବନ୍ଦ୍ବିତା ନ ଥିବା ପରିଲକ୍ଷିତ ହେଉଥିବାବେଳେ , ସମିତି ସଭ୍ୟ ପଦବୀ ଲାଗି ଚାରି ଗୁଣ ଏବଂ ସରପଞ୍ଚ ପଦ ଲାଗି ପ୍ରାୟ ଛଅଗୁଣ ଆଶାୟୀ ନାମାଙ୍କନ ଭରିଛନ୍ତି।
ଆଜି ଶେଷ ଦିନର ନାମାଙ୍କନପତ୍ରକୁ ମିଶାଇ ୱାର୍ଡ଼ସଭ୍ୟଙ୍କ ସଂଖ୍ୟା ୩୬୬ ପହଞ୍ଚିଛି। ବ୍ଲକ ରେ ୩୪୭ ଟି ୱାର୍ଡ଼ସଭ୍ୟ ରହିଥିବାବେଳେ ଏହି ତୁଳନାରେ ୩୬୬ ସଭ୍ୟ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଠିକ୍ ସେମିତି ୨୪ ଟି ସରପଞ୍ଚ ପଦବୀ ପାଇଁ ୧୪୭ ଜଣ ଆଶାୟୀ ନାମାଙ୍କନପତ୍ର ଦାଖଲ କରିଛନ୍ତି ଓ ୨୪ ଟି ସମିତିସଭ୍ୟ ପଦ ରହିଥିବାବେଳେ ୧୦୭ ଜଣ ଆଶାୟୀ ନାମାଙ୍କନପତ୍ର ଦାଖଲ କରିଛନ୍ତି, ଯାହାକି ପ୍ରାୟ ଚାରି ଗୁଣ ହେବ। ଆସନ୍ତା କାଲି ଏହି ସମସ୍ତ ନାମାଙ୍କନ ପତ୍ର ଗୁଡ଼ିକର ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହେବ ବୋଲି ବ୍ଲକ ନିର୍ବାଚନ ଦାୟିତ୍ୱରେ ଥିବା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ବିଶ୍ଵନାଥ ସାହୁ ସୂଚନା ଦେଇଛନ୍ତି ।ଆସନ୍ତା ୨୫ ତାରିଖରେ ପ୍ରାର୍ଥୀ ଚାହିଁଲେ ନିଜେ ଦାଖଲ କରିଥିବା ନାମାଙ୍କନ ପତ୍ର ପ୍ରତ୍ୟାହାର କରି ନେଇପାରିବେ।ତେବେ ବ୍ଲକ ରେ ପଞ୍ଚାୟତ ନିର୍ବାଚନ ପାଇଁ ମୋଟ ୧ଲକ୍ଷ,୭ହଜାର ୮୮୦ ଜଣ ଭୋଟର ଭୋଟ ଦେଇ ପାରିବେ ବୋଲି ସୂଚନା ମିଳିଛି।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories