www.samajalive.in
Friday, December 12, 2025
26.1 C
Bhubaneswar

ରେଳବାଇରେ ଜମି ହରାଙ୍କୁ ନିଯୁକ୍ତି ଓ କ୍ଷତିପୂରଣ ପାଇଁ ଦାବୀ, ୯ ଘଣ୍ଟା ଧରି ବିକ୍ଷୋଭ

ଲକ୍ଷ୍ମୀପୁର: କୋରାପୁଟ ରାୟଗଡା ରେଳ ଲାଇନ ଗଲାବେଳେ ଯେଉଁ ମାନଙ୍କର ଜମି ଯାଇଛି ସେମାନଙ୍କୁ କ୍ଷତିପୂରଣ ଓ ନିଯୁକ୍ତି ଦାବୀ ଲକ୍ଷ୍ମୀପୁର ଷ୍ଟେଷନ ସମ୍ମୁଖରେ ଶତାଧିକ ଲୋକ ଗୁରୁବାର ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଅଭିଯୋଗ ଅନୁଯାୟୀ ଜମିହରାଇଥିବା ଲୋକମାନେ ସେମାନଙ୍କ ଦାବୀ ପୁରଣ ପାଇଁ ବର୍ଷ ବର୍ଷ ହେଲା ଜଣାଇ ଆସୁଥିଲେ ମଧ୍ୟ ତାଙ୍କ କଥା ଶୁଣାଯାଉ ନାହିଁ। ଏପରିକି ଜମି ହରାସଂଘ ଏନେଇ ୨୦୧୯ ରେଳରୋକ ଆନ୍ଦୋଳନ ମଧ୍ୟ କରିଥିଲା, ତେବେ ଆଜି ପର୍ଯ୍ୟନ୍ତ ସେମାନଙ୍କ ଦାବୀ ପୂରଣ ହୋଇ ପାରୁନାହିଁ। ଯାହା ଫଳରେ କୋରାପୁଟ ଜିଲାର ବିଭିନ୍ନ ଷ୍ଟେସନ ଦେଇ ଟ୍ରେନ ଲାଇନ ଯାଇଥିବା ବେଳେ ଯେଉଁ ମାନେ ଜମି ହରାଇଛନ୍ତି ସେମାନଙ୍କ ମଧ୍ୟରୁ ଶତାଧିକ ଜମିହରା ଲକ୍ଷ୍ମୀପୁର ଷ୍ଟେଷନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି ଏକ ଦାବୀପତ୍ର ପ୍ରଦାନ କରିଛନ୍ତି। ଦାବୀ ଗୁଡ଼ିକ ମଧ୍ୟରେ ରେଳପଥ ଗଲାବେଳେ ଜମି ହରାଇଥିବା ଲୋକ କିମ୍ବା ସେମାନଙ୍କ ପୁଅଝିଅଙ୍କୁ ଯୋଗ୍ୟତା ଅନୁସାରେ ନିଯୁକ୍ତି ଏବଂ କ୍ଷତି ପୂରଣ ଦେବାକୁ ନିବେଦନ କରାଯାଇଛି। ପୁନର୍ବାର ଜମି ଚିହ୍ନଟ ଓ ପୁନଃ ମୂଲ୍ୟାୟନ ପାଇଁ ଦାବୀ ପତ୍ରରେ ଉଲ୍ଲେଖ କରାଯାଇ କରାଯାଇଛି। ସେହିପରି ପଞ୍ଚାୟତ ନିର୍ବାଚନ ପରେ ଏକ କମିଟି ଗଠନ କରାଯାଇ ଦାବୀ ପୂରଣ ଦିଗରେ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦିଆଯିବା ପରେ ସକାଳ ୮ ରୁ ଆରମ୍ଭ ହୋଇଥିବା ଉକ୍ତ ବିକ୍ଷୋଭ ଓ ଧାରଣା ପ୍ରତ୍ଯାହୃତ ହୋଇଥିଲା।

 

- Advertisement -

ଏହି ସମୟରେ ରାୟଗଡ଼ାର ଜିଆରପିର ଉପଖଣ୍ଡ ଅଧିକକ୍ଷ ଦେବେନ୍ଦ୍ର ନାଦ ପିଙ୍ଗୋ, ଜଗଦଲପୁର ନମସ୍ତେ ରେଳ ସୁରକ୍ଷା ବଳର ସହକାରୀ କମିଶନର ସଂଜୟ ବର୍ମା, ତହସିଲଦାର ବନବିହାରୀ ଦିଣ୍ଡା, ଲକ୍ଷ୍ମୀପୁର ଥାନା ଅଧିକାରୀ ଶ୍ବେତପଦ୍ମା ସେଠ୍ , ରେଳ ସୁରକ୍ଷା ବଳର ନିରୀକ୍ଷକ ବି. କେ. ଡୁଙ୍ଗଡୁଙ୍ଗ ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି ସୁରକ୍ଷା ପାଇଁ ଆଇଆରବି ଯବାନଙ୍କ ସହିତ ଆରପିଏଫ ଓ ଜିଆରପି ଯବାନ ମାନେ ଉପସ୍ଥିତ ଥିଲେ। ଏଠାରେ ଅବିଭକ୍ତ କୋରାପୁଟ ଜିଲା ଜମିହରା ସଂଘର ସଭାପତି ଜଳନ୍ଧର ଖିଲ, ସମ୍ପାଦକ ପବନ ଗୌଡ଼, କାର୍ଯ୍ୟକାରୀ ସଭାପତି ଲିଙ୍ଗରାଜ ଖରା, ହାଡୁ ତୁରୁକ୍, ଦିଲୀପ କୁମାର ସାହୁ ଓ ପ୍ରସାଦ ହିକକା ଙ୍କ ସହିତ ପାଟାଗାର,ସିଙ୍ଗାରାମ୍ ଭାଲୁ ଜୋଡି, ବିରିଗୁଡା, ଭୁଇଁପାଟଣା, ପୁଞ୍ଜିସିଲ୍, ନିସାର୍, ଓଡିଆପେଣ୍ଠ, ଉସ୍କା ଭଟା, କୁରୁମିଲି, ଖଜୁରୀପୁଟ୍ ଡଙ୍ଗାପାଇଗୁଡା, ଭିତରଗଡ, କାପ୍ସିପୁଟ୍, ବାରିଗାଁ, ଦାମନଯୋଡି, ମାତଲିଗୁଡା, ଖାଲପାଢି ଚୌଗାଁ, ଚେରଗାଁ ଗୁଡା, ବନ୍ଦଗୁଡା, ଘାଟଗୁଡା, ମହନ ପଡା, ଆମଟିଗୁଡା, ଚିନ୍ଦିରି ଲକ୍ଷ୍ମୀପୁର ଆଦି ଗ୍ରାମର ଶତାଧିକ ଜମିହରା ଉପସ୍ଥିତ ଥିଲେ।

Hot this week

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକଙ୍କ ମୃତ୍ୟୁ

କେନ୍ଦ୍ରାପଡା: ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକର ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା...

Related Articles

Popular Categories