www.samajalive.in
Friday, December 12, 2025
27.1 C
Bhubaneswar

୫ହଜାର ୨୮୦ ବୋତଲ କଫସିରପ ଜବତ, ୩ ଗିରଫ

ବଲାଙ୍ଗିର: କିଛି ଦିନର ବ୍ୟବଧାନ ପରେ ପୁଣିଥରେ କଫସିରପ ଚୋରା ଚାଲାଣକାରୀଙ୍କୁ ଧରିଛି ବଲାଙ୍ଗିର ସଦର ଥାନା ପୁଲିସ। ଏଥର ଧରପଗଡରେ ୫ହଜାର ୨୮୦ ବୋତଲ କଫସିରପ ସହ ୩ଜଣଙ୍କୁ ପୁଲିସ ଗିରଫ କରିଥିବା ଜଣାପଡିଛି। ଏ ସଂପର୍କରେ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ସଦର ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ(ଏସ୍ଡିପିଓ) ତୋଫାନ ବାଗ।
ଗୁରୁବାର ସନ୍ଧ୍ୟାରେ ବହୁ ପରିମାଣରେ କଫସିରପ ଚାଲାଣ ହେଉଥିବା ସୂଚନା ପାଇଥିଲା। ସଦର ଥାନା ପୁଲିସର ଏକ ଦଳ କଫସିରପ ଚାଲାଣକାରୀଙ୍କୁ ଧରିବା ପାଇଁ ବଲାଙ୍ଗିର-ପାଟଣାଗଡ ରାସ୍ତାର ପଥରଚେପାରେ ଛକି ରହିଥିଲେ। ଓଡି ୦୩ପି୨୬୫୧ ନମ୍ବର ପିକ୍ ଅପ ଗାଡିକୁ ଅଟକାଇ ଯାଞ୍ଚ କରିଥିଲେ। ଅଖା ବସ୍ତା ଢଙ୍କା ହୋଇଥିବା ବେଳେ ସେଥିରେ ହଜାର ହଜାର ବୋତଲ କଫସିରପ ଥିବା ଜାଣିବାକୁ ପାଇଥିଲେ। ହିସାବ କରି ୫ହଜାର ୨୮୦ ବୋତଲ କଫସିରପ ଥିବା ଜାଣିବା ପରେ ଗାଡିରେ ଥିବା ମଘାମରା ଗାଁର କ୍ଷମା ଓରଫ କ୍ଷମାନିଧି ମେହେର(୩୧) ଓ ପାଟଣାଗଡ ବାବାଜୀପଡ଼ାର ସୁରେଶ ଦାଶ(୩୪)ଙ୍କୁ ଗିରଫ କରିଥିଲା।

 

- Advertisement -

ଏଥିସହିତ ପିକ୍ ଅପ୍ ଗାଡିକୁ ସୁରକ୍ଷା ଦେଇ ଆଗରେ ଯାଉଥିବା ଲରମ୍ଭା ଥାନା ଲୁହାସିଂହାର ଗୋଲୁ ଓରଫ ଲକ୍ଷ୍ମୀ ନାରାୟଣ ଅଗ୍ରୱାଲ(୪୨)ଙ୍କୁ ମଧ୍ୟ ପୁଲିସ ଗିରଫ କରିଥିଲା। କଫସିରପ, ପିକ୍ ଅପ ଗାଡି ସହ ୩ ମୋବାଇଲ ଫୋନ, ବସ୍ତା ଓ ନଗଦ ୩ହଜାର ୬୫୦ ଟଙ୍କା ଅଭିଯୁକ୍ତମାନଙ୍କଠାରୁ ପୁଲିସ ଜବତ କରିଛି। ଏହି ଚଢଉରେ ସଦର ଥାନା ଅଧିକାରୀ ଶ୍ରୀକାନ୍ତ ସାହୁ, ଏସ୍ଆଇ ଝସକେତନ ଭୋଇ, ବାସୁଦେବ ଭୋଇ, ଅବିନାଶ ନାୟକ, ଆକାଶ ସାମଲ, ଏଏସ୍ଆଇ ହେମନ୍ତ ମିଶ୍ରଙ୍କ ସହ ଅନ୍ୟ ପୁଲିସ କର୍ମଚାରୀ ଉପସ୍ଥିତ ରହିଥିବା ଏସ୍ଡିପିଓ ଶ୍ରୀ ବାଗ ସୂଚନା ଦେଇଛନ୍ତି। ଜବତ କିଫସିରପର ବଜାର ମୂଲ୍ୟ ୯ଲକ୍ଷ ଟଙ୍କା ହେବ ବୋଲି କହିଛନ୍ତି ଶ୍ରୀ ବାଗ। ଏହି ସାମ୍ବାଦିକ ସମ୍ମିଳନୀରେ ଏସଡିପିଓ ଶ୍ରୀ ବାଗ, ସଦର ଥାନା ଅଧିକାରୀ ଶ୍ରୀ ସାହୁଙ୍କ ସହ ସହରାଞ୍ଚଳ ଥାନା ଅଧିକାରୀ କେ.ପ୍ରିୟଙ୍କା ରାଉତରାୟ ଉପସ୍ଥିତ ଥିଲେ।

Hot this week

ଝାଡ଼ଖଣ୍ଡରେ ଆତଙ୍କବାଦୀ ସନ୍ଦିଗ୍ଧଙ୍କ ଘରେ ଏନଆଇଏ ରେଡ

ସମାଜ ଲାଇଭ ଡେସ୍କ : ଝାଡ଼ଖଣ୍ଡ ହଜାରିବାଗ ଅଞ୍ଚଳରେ ଆଇଏସଆଇଏସ ଆତଙ୍କି...

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

ଟ୍ରମ୍ପଙ୍କ ସହ ବାଣିଜ୍ୟିକ ଆଲୋଚନା କଲେ ମୋଦୀ

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ...

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

Related Articles

Popular Categories