www.samajalive.in
Saturday, December 6, 2025
26.1 C
Bhubaneswar

ପ୍ରାର୍ଥୀ ପତ୍ର ଦାଖଲ ଚତୁର୍ଥ ଦିନ : ୮୦ ଜଣଙ୍କ ନାମାଙ୍କନ ପତ୍ର ଦାଖଲ

ଲକ୍ଷ୍ମୀପୁର : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନିମନ୍ତେ ପ୍ରାର୍ଥୀ ପତ୍ର ଦାଖଲ ଗୁରୁବାର  ଦିନରେ ପହଞ୍ଚିଥିବା ବେଳେ ବିଭିନ୍ନ ପଦପଦବୀ ପାଇଁ ୮୦ ଜଣ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଛନ୍ତି। ସରପଞ୍ଚ ପ୍ରାର୍ଥୀ ଭାବେ ବିଭିନ୍ନ ପଞ୍ଚାୟତରୁ  ୨୪ଜଣ, ସମିତି ସଭ୍ୟ ଭାବେ ୧୪ ଏବଂ ଓ୍ବାର୍ଡ ସଭ୍ୟ ଭାବେ ୪୨ ଜଣ ନାମାଙ୍କନ ପତ୍ର ଦାଖଲ କରିଥିବା ଜଣାପଡିଛି। ଏଥିମଧ୍ୟରେ ସମିତି ସଭ୍ୟ ପାଇଁ ଭିତରଗଡ ପଞ୍ଚାୟତରରେ ଜଣେ, ବୁର୍ଜା ରେ ୪, ଚମ୍ପି ରେ ୨,କୁସୁମଗୁଡା ରେ ଜଣେ, ଲକ୍ଷ୍ମୀପୁର ରେ ଜଣେ, ଓଡିଆପେଣ୍ଠ ରେ ଜଣେ, ପଞ୍ଚଡା ରେ ୨ ଜଣ, ପିପଳପଦର ରେ ୨ ଜଣ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ସରପଞ୍ଚ ପ୍ରାର୍ଥୀ ଭାବେ ଭିତରଗଡ ପଞ୍ଚାୟତରରେ ୩ ଜଣ, ବୁର୍ଜା ଜଣେ, ଗୌଡଗୁଡା ରେ ୪ ଜଣ, କାକିରିଗୁମା ପାଇଁ ଜଣେ, କୁସୁମଗୁଡା ପାଇଁ ଜଣେ, ଲକ୍ଷ୍ମୀପୁର ପାଇଁ ଜଣେ, ଓଡିଆପେଣ୍ଠ ରେ ୨ ଜଣ, ପଞ୍ଚଡା ୪ ଜଣ, ପିପଳପଦର ୬ଜଣ ଓ ତୁନପାର ପଞ୍ଚାୟତରେ ଜଣେ ନାମାଙ୍କନପତ୍ର ଦାଖଲ କରିଥିବା ବେଳେ ବିଭିନ୍ନ ପଞ୍ଚାୟତରୁ ୪୨ ଜଣ ପ୍ରାର୍ଥୀ ଓ୍ବାର୍ଡ ସଭ୍ୟ ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କରିଥିବା ନିର୍ବାଚନ ଅଧିକାରୀ ଗୋଷ୍ଠୀ ଊନ୍ନୟନ ଅଧିକାରୀ ପ୍ରୀତିରଞ୍ଜନ ରଥ ସୂଚନା ଦେଇଛନ୍ତି।
ସେହିପରି ଚତୁର୍ଥ ଦିନ ସୁଦ୍ଧା ସମିତି ସଭ୍ୟ ଭାବେ ୪୫ ଜଣ, ସରପଞ୍ଚ ଭାବେ ୪୭ ଜଣ ଓ ଓ୍ବାର୍ଡ ସଭ୍ୟ ଭାବେ ୯୭ ଜଣା ପ୍ରାର୍ଥୀ ପତ୍ର ଦାଖଲ ଦାଖଲ କରିଛନ୍ତି ।

Hot this week

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

Related Articles

Popular Categories