www.samajalive.in
Sunday, December 7, 2025
26.1 C
Bhubaneswar

ଦୁଇ ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷଙ୍କୁ ପ୍ରାର୍ଥୀ କଲା ବିଜେଡି !

ଲକ୍ଷ୍ମୀପୁର: ଲକ୍ଷ୍ମୀପୁର ବ୍ଲକର ଦୁଇଟି ଜୋନରେ ବିଜୁ ଜନତା ଦଳ ଦୁଇ ଜଣ ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷଙ୍କୁ ପ୍ରାର୍ଥୀ କରୁଥିବା ଜଣାପଡ଼ିଛି । ଜୋନ ୧ରୁ ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ କୁମୁଦ ଚନ୍ଦ୍ର ସାଉନ୍ତାଙ୍କୁ ଦଳ ପ୍ରାର୍ଥୀ କରୁଥିବା ବେଳେ ଜୋନ ୨ରୁ ଶାନ୍ତି କୁଲେସିକାଙ୍କୁ ପ୍ରାର୍ଥୀ କରିବା ପାଇଁ ପ୍ରାୟତଃ ଚୂଡାନ୍ତନିଷ୍ପତ୍ତି ହୋଇସାରିଛି । ଉଭୟ ଗତ ମାସରେ ବିଜେଡିରେ ଯୋଗ ଦେଇଥିଲେ। ସେହିପରି ବିଜେପି ୧ ନମ୍ବର ଜୋନ ପାଇଁ ସୁକାନ୍ତୀ ମାଝୀ, ୨ ନମ୍ବରରେ ବଳରାମ ମାଣ୍ଡିଙ୍ଗାଙ୍କୁ ପ୍ରାର୍ଥୀ କରିଥିବା ବେଳେ କଂଗ୍ରେସ ନଂ ୧ରୁ ହିଙ୍ଗୁ ସାଉନ୍ତା ଓ ୨ରୁ ପିଙ୍କି ହିମିରିକାଙ୍କୁ ପ୍ରାର୍ଥୀ କରିଛି ।

କୁମୁଦ ଯେହେତୁ ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ଦଳ ସେଥିପାଇଁ ତାଙ୍କୁ ଭରସା କରିଥିବା ବେଳେ ଶାନ୍ତିଙ୍କୁ କିନ୍ତୁ କୈଳାସଙ୍କ ପତିଆରା ପାଇଁ ବିଜେଡି ଦୁଇ ନମ୍ବର ଜୋନ ପାଇଁ ପ୍ରାର୍ଥୀ କରୁଥିବା ଚର୍ଚ୍ଚା ହେଉଛି। ସେହିପରି ବର୍ତ୍ତମାନ ବିଧାୟକ ଥିବା ପ୍ରଭୁ ଜାନୀ ତାଙ୍କର ସମର୍ଥିତ ଜଣଙ୍କୁ ପ୍ରାର୍ଥୀ କରିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ସେଥିରେ ସଫଳ ହୋଇ ପାରିନାହାନ୍ତି । ପୂର୍ବତନ ସାଂସଦ ଝିନ ହିକକା ମଧ୍ୟ କୁଆଡେ ତାଙ୍କର ସମର୍ଥିତ ଜଣଙ୍କୁ ପ୍ରାର୍ଥୀ କରିବା ପାଇଁ ଚାହୁଁଥିଲା । କୁମୁଦ ମଧ୍ୟ ଜିଲାରେ ଉପାଧ୍ୟକ୍ଷ ପଦବୀ ପାଇବାକୁ ନେଇ ଆଗ୍ର୍ରହୀ ଥିବା ଶୁଣିବାକୁ ମିଳୁଛି । ତେବେ ଏକାଧିକ ଗୋଷ୍ଠୀର ଏକାଧିକ ଆଶାୟୀ ଥିବା ବେଳେ ଯେଉଁ ମାନେ ସେମାନଙ୍କ ସମର୍ଥକ ମାନଙ୍କୁ ପ୍ରାର୍ଥୀ କରାଇବାରେ ବିଫଳ ହେଲେ ତୁନି ହୋଇ ରହି ଦଳୀୟ ପ୍ରାର୍ଥୀଙ୍କୁ ସମର୍ଥନ କରୁଛନ୍ତି ନା ଗୋଷ୍ଠୀ କନ୍ଦଳ ପ୍ରାର୍ଥୀଙ୍କୁ କ୍ଷତି ପହଞ୍ଚାଉଛି ତାହା ଆଗାମୀ ଦିନରେ ଜଣାପଡିବ।

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories