www.samajalive.in
Sunday, December 14, 2025
23.1 C
Bhubaneswar

ସାବଧାନ! ଆପଣଙ୍କର ଏହି ଅଭ୍ୟାସ ଶିଶୁ ପାଇଁ ସାଜିପାରେ ବିପଦ

ମାଆ ହେବାର ଅନୁଭୂତି ଯେତିକି ସୁନ୍ଦର ହୋଇଥାଏ ସେତିକି କଷ୍ଟ ହୋଇଥାଏ ମାଆର ଦାୟିତ୍ୱ। ଶିଶୁର ଯତ୍ନ କିଭଳି ନେବା ଉଚିତ, କେଉଁ କେଉଁ ଦିଗ ପ୍ରତି ଧ୍ୟାନ ଦେବା ଆବଶ୍ୟକ, ଏହିସବୁ ବିଷୟରେ ମାଆ ହେବାକୁ ଯାଉଥିବା ମହିଳାମାନେ ନିଶ୍ଚୟ ଜାଣିବା ଆବଶ୍ୟକ। ବହୁବାର ଶିଶୁର ଲାଳନ ପାଳନ କରିବା ସମୟରେ ଲୋକେ ଅଜାଣତରେ ଏଭଳି ଭୁଲ୍‍ ମାନ କରି ଥାଆନ୍ତି ଯାହାଦ୍ୱାରା ଶିଶୁର ଜୀବନ ଉପରେ ମଧ୍ୟ ବିପଦ ଆସିବାର ସମ୍ଭାବନା ଥାଏ। ତେବେ ଚାଲନ୍ତୁ ଜାଣିବା ପିଲାର ଲାଳନ ପାଳନ ସମୟରେ କେଉଁ ଦିଗ ପ୍ରତି ଧ୍ୟାନ ଦେବା ନିହାତି ଆବଶ୍ୟକ ହୋଇଥାଏ –

ଶିଶୁକୁ ଅଧିକ ସମୟ ଧରି କାନ୍ଦିବାକୁ ଦିଅନ୍ତୁ ନାହିଁ :

- Advertisement -

ଅଧିକ କାନ୍ଦିବା ଦ୍ୱାରା ଶିଶୁର ଚାପ ବା ମାନସିକ ଉତ୍ତେଜନା ବଢିଥାଏ। ଏହାଦ୍ୱାରା ପିଲାର ବିକାଶରେ କୁପ୍ରଭାବ ପଡ଼ିଥାଏ।

ଶିିଶୁର ମୁହଁ ତଳକୁ କରି ଶୁଆନ୍ତୁ ନାହିଁ :

ପିଲାକୁ କେବେହେଲେ ତଳକୁ ମୁହଁ କରି ଶୋଇବାକୁ ଦିଅନ୍ତୁ ନାହିଁ। ଏହା ଆପଣଙ୍କ ପିଲା ପାଇଁ ମାରାତ୍ମକ ସାବ୍ୟସ୍ତ ହୋଇପାରେ। ଆପଣଙ୍କ ପିଲା କିଭଳି ଶୋଉଛି ସେଥିପ୍ରତି ସମ୍ପୂର୍ଣ୍ଣ ଧ୍ୟାନ ଦିଅନ୍ତୁ। ପିଲାକୁ ସର୍ବଦା ଉପରକୁ ମୁହଁ କରାଇ ହିଁ ଶୁଆନ୍ତୁ।

ଶିଶୁକୁ ଏକୁଟିଆ ଛାଡ଼ନ୍ତୁ ନାହିଁ :

ପିଲାକୁ କେବେହେଲେ ଏକା ଛାଡ଼ନ୍ତୁ ନାହିଁ। ବହୁତ ପିଲା ଛୋଟ ହୋଇଥିଲେ ମଧ୍ୟ କଡ଼ ବଦଳାଇ ଥାଆନ୍ତି ଓ ଏପଟ ସେପଟ ହୋଇଥାଆନ୍ତି, ଯାହାଦ୍ୱାରା ସେମାନଙ୍କର ପଡ଼ିଯିବାର ଆଶଙ୍କା ଥାଏ।

ଶିଶୁକୁ ଜୋର୍‍ ଝୁଲାନ୍ତୁ ନାହିଁ :

ଶିଶୁ ଶରୀରର ଅଙ୍ଗ ପ୍ରତ୍ୟେଙ୍ଗ ଖୁବ୍‍ ନରମ ବା ସମ୍ବେଦନଶୀଳ ହୋଇଥାଏ। ସେମାନଙ୍କୁ ଜୋର୍‍ରେ ହଲାଇବା, ଝୁଲାଇବା ଦ୍ୱାରା ସେମାନଙ୍କ ଶରୀରର କୌଣସି ଅଙ୍ଗର କ୍ଷତି ହୋଇପାରେ ଓ ତାଙ୍କ ମସ୍ତିଷ୍କ ମଧ୍ୟ ପ୍ରଭାବିତ ହେବାର ଆଶଙ୍କା ଥାଏ।
କ୍ଷୀର ପିଆଇବା ପରେ ଢକାର ଦେଉଛି କି ନାହିଁ ଧ୍ୟାନ ରଖନ୍ତୁ :
ପିଲାକୁ କିଛି ଖୁଆଇବା କିମ୍ବା କ୍ଷୀର ପିଆଇବା ପରେ କାନ୍ଧରେ ପକାଇ କିଛି ସମୟ ତା’ର ପିଠିକୁ ଥାପୁଡ଼ାଇ ଦିଅନ୍ତୁ। ଏପରି କରିବା ଦ୍ୱାରା ପିଲାର ଢକାର ଦେଇଥାଏ ଯାହାଦ୍ୱାରା ପିଲା ଶରୀରରୁ ଗ୍ୟାସ୍‍ ବାହାରି ଯାଇଥାଏ। ଯଦି ଖାଇବା କିମ୍ବା କ୍ଷୀର ପିଇବା ପରେ ପିଲାର ଢକାର ଦେଉନାହିଁ ତେବେ ପିଲା ପେଟରେ ଯନ୍ତ୍ରଣା ହୋଇପାରେ, ଯେଉଁଥିପାଇଁ ତା’ର ଶୋଇବାରେ ବ୍ୟାଘାତ ସୃଷ୍ଟି ହୋଇଥାଏ।

ଶିଶୁକୁ ବିଭିନ୍ନ ପ୍ରକାରର ଖାଦ୍ୟ ଦିଅନ୍ତୁ ନାହିଁ :

ଶିଶୁଙ୍କର ହଜମ ଶକ୍ତି ବହୁତ କମ୍‍ ଥାଏ। ମାଆ କ୍ଷୀର ବ୍ୟତୀତ ଅନ୍ୟ ବିଭିନ୍ନ ପ୍ରକାର ଖାଦ୍ୟ ଦେବା ଦ୍ୱାରା ପିଲାର ଆଲର୍ଜି ହେବାର ଆଶଙ୍କା ଥାଏ।

Hot this week

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

Related Articles

Popular Categories