www.samajalive.in
Sunday, December 14, 2025
26.1 C
Bhubaneswar

ଓଡିଶା ସୀମାରେ ଖସି ପଡିଲା ବାୟୁସେନାର ପ୍ରଶିକ୍ଷଣ ବିମାନ: ପାଇଲଟ ଗୁରୁତର

ଭୁବନେଶ୍ୱର:  ଓଡିଶା-ଝାଡଖଣ୍ଡ ସୀମା ଝାଡପୋଖରୀଆ ଥାନା ଅନ୍ତର୍ଗତ ସାରସକଣା ବ୍ଲକର ଶୀର୍ଷା ପଞ୍ଚାୟତର ନେଦା ଗ୍ରାମ ନିକଟ ସୁବର୍ଣ୍ଣରେଖା ନଦୀର ଟୋପାଘାଟଠାରେ ଏକ ପ୍ରଶିକ୍ଷଣ ଜେଟ୍‍ ବିମାନଟି ଯାନ୍ତ୍ରିକ ତ୍ରୁଟି ଯୋଗୁଁ ମଙ୍ଗଳବାର ମଧ୍ୟାହ୍ନ ୧୨ଟା ସମୟରେ ଖସି ପଡିଛି। ଖସି ପଡିବା ପୂର୍ବରୁ ଏଥିରେ ଥିବା ବିମାନର ଚାଳକ ପାରାସୁଟ୍‍ ସାହାଯ୍ୟରେ ନଦୀ ପଠାରେ ତଳକୁ ଓହ୍ଲାଇବାକୁ ସକ୍ଷମ ହୋଇଥିଲେ । ଗୁରୁତର ଅବସ୍ଥାରେ ଓଡିଶା ସୀମାନ୍ତବର୍ତ୍ତୀ ପଶ୍ଚିମବଙ୍ଗର ବାହାରାଗୋଡା ଡାକ୍ତରଖାନାକୁ ଚିକିତ୍ସା ପାଇଁ ନିଆଯାଇଛି। ତାଙ୍କୁ ଚିକିତ୍ସା ପାଇଁ ପହାଡଗଡା ଡାକ୍ତରଖାନାରେ  ଭର୍ତ୍ତି କରାଯାଇଛି ।  ଖଡଗପୁର ବାୟୁସେନା କେନ୍ଦ୍ରରୁ ଉଡାଣ ଭରିବାର କିଛି ସମୟ ପରେ ଏହି ହକ୍‌ ଆଡଭାନସ୍‌ଡ  ଟ୍ରେନର ବିମାନ ଦୁର୍ଘଟଣା ଗସ୍ତ ହୋଇିଥିଲା ।

ବାୟୁସେନା ପକ୍ଷରୁ ଏହି ବିମାନର ଦୁର୍ଘଟଣାର ତଦନ୍ତ ନିର୍ଦେଶ ଦିଆଯାଇଛି । ଦୁର୍ଘଟଣା ପରେ ସେଠାରେ ହଜାର ହଜାର ସଂଖ୍ୟାରେ ଲୋକ ପହଞ୍ଚଥିଲେ । ପରେ ବାୟୁସେନାର ସୁରକ୍ଷା ଅଧିକାରୀ ଓ କର୍ମଚାରୀ ପହଞ୍ଚି ସେହି ସ୍ଥାନକୁ ଘେରାଓ କରି ରଖିଥିବା ସୂଚନା ମିଳିଛି ।

- Advertisement -

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories