www.samajalive.in
Monday, December 15, 2025
14.1 C
Bhubaneswar

ଆଜି ହେଉଛି ପଖାଳ ଦିବସ, ଓଡିଆଙ୍କ ସହ ଦେବାଦେବୀଙ୍କ ପ୍ରିୟ ଖାଦ୍ୟ ପଖାଳ

କଟକ: ଓଡିଆଙ୍କର ପାରମ୍ପରିକ ଖାଦ୍ୟ ତାଲିକରେ ପାଖାଳ ଏକ ନିଆର ଖାଦ୍ୟ । ଶୀତଳ ଖାଦ୍ୟ ପଦାର୍ଥ ତାଲିକାରେ ମଧ୍ୟ ପଖାଳର ସ୍ଥାନ ସ୍ୱତନ୍ତ୍ର । ପ୍ରଚଣ୍ଡ ଗ୍ରାଷ୍ମତାପରୁ ତ୍ରାହି ପାଇବାକୁ କାହିଁ କେଉଁ କାଳରୁ ଓଡିଶାବାସୀ ପଖାଳକୁ ମୁଖ୍ୟ ଖାଦ୍ୟ ଭାବେ ଗ୍ରହଣ କରିଛନ୍ତି । ଖାଲି ସେତିକି ନୁହେଁ ଦେବାଦେବୀଙ୍କ ନିକଟରେ ମଧ୍ୟ ପଖାଳ ଭୋଗର ସ୍ୱତନ୍ତ୍ର ପରମ୍ପରା ରହିଛି । ଦୁର୍ଗା ପୂଜାରେ ଦଶମୀ ଦିନ ମା’ଙ୍କ ନିକଟରେ ଦହି ପଖାଳ ଭୋଗ ଲାଗି କରାଯିବା ସହ ସର୍ବସାଧାରଣରେ ଏହାକୁ ବଣ୍ଟନ କରାଯାଏ ।

ତେବେ ପୁରାତନ ଯୁଗରେ କୌଣସି ଗୋଟିଏ ଦିନକୁ ଆନୁଷ୍ଠାନିକ ଭାବେ ପଖାଳ ଦିବସ ପାଳନ କରାଯାଉ ନ ଥିବା ବେଳେ ୨୦୧୧ ମସିହାରେ କିଛି ଓଡ଼ିଆ ଓ ଅଣଓଡ଼ିଆ ପଖାଳ ପ୍ରେମୀମାନେ ଏହାର ପରିକଳ୍ପନା କରିଥିଲେ । ୨୦୧୫ମସିହାରେ ପ୍ରଥମ କରି ପଖାଳ ଦିବସ ପାଇଁ ଟୁଇଟର ଟ୍ରେଣ୍ଡ ଆରମ୍ଭ ହୋଇଥିଲା । ସେହି ଦିନରୁ ମାର୍ଚ୍ଚ ୨୦କୁ ପଖାଳ ଦିବସ ଭାବେ ବିଶ୍ବର କୋଣ ଅନୁକୋଣରେ ପାଳନ କରାଯାଉଛି । ଏହି ଅବସରରେ ନାମୀଦାମୀ ହୋଟେଲ ଓ ରେଷ୍ଟୁରାଣ୍ଟରେ ଗ୍ରାହକଙ୍କ ପାଇଁ ସ୍ବାଦିଷ୍ଟ ପଖାଳ ସହ ବିଭିନ୍ନ ବ୍ୟଞ୍ଜନ ପ୍ରସ୍ତୁତ କରାଯାଉଛି ।

- Advertisement -

କେବଳ ଓଡିଶାରେ ନୁହେଁ ପଶ୍ଚିମବଙ୍ଗ, ବିହାର, ଝାଡ଼ଖଣ୍ଡ ଓ ପଡ଼ୋଶୀ ଦେଶ ବଙ୍ଗଳାଦେଶରେ ପଖାଳ ଖିଆଯାଇଥାଏ ।  କିନ୍ତୁ ଏହାର ନାମ ବିଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ ରହିଛି । ପଖାଳକୁ ବଙ୍ଗଳାରେ “ପନ୍ତ ଭାତ” ଓ ଭୋଜପୁରୀରେ “ମାରା ଭାତ” ଓ ମାଲାୟାଲାମରେ “ଵଲ୍ଲୁ ଚୋରୁ” ବୋଲି କୁହାଯାଏ ।

ଏହି ଦିନ ପାଞ୍ଜିରେ ଶୀତଳା ଅଷ୍ଟମୀ ପଡ଼ୁଥିବାରୁ ଉତ୍ତର ଭାରତରେ ପାରମ୍ପରିକ ଭାବେ ମାରୁଆଡ଼ିମାନେ ଶୀତଳା ଦେବୀଙ୍କୁ ପୂଜା କରିଥାନ୍ତି । ଏହି ପୂଜାରେ ପୂର୍ବଦିନରୁ ପ୍ରସ୍ତୁତ ହୋଇଥିବା ଖାଦ୍ୟ ଦ୍ରବ୍ୟ ଯାହା ପରଦିନକୁ ଶୀତଳ ଖାଦ୍ୟ ନାମରେ ଅଭିହିତ କରାଯାଏ, ଦେବୀଙ୍କୁ ଭୋଗ ଲଗାଇବା ସହ ପ୍ରସାଦ ଭାବେ ଖାଇବାର ବିଧି ଅଛି । ଏହି ଶୀତଳ ଖାଦ୍ୟ ପଦାର୍ଥ ମଧ୍ୟରେ ପଖାଳ ଅନ୍ୟତମ ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories