www.samajalive.in
Wednesday, December 10, 2025
14.1 C
Bhubaneswar

ଦେବୋତ୍ତର ବିଭାଗରେ ଗଡୁଛି ୪୭୨୧ ମାମଲା -ନାହାନ୍ତି ଆବଶ୍ୟକ କର୍ମଚାରୀ, ମନ୍ଦିର ପରିଚାଳନାରେ ସମସ୍ୟା

ଭୁବନେଶ୍ବର (ନି.ପ୍ର): ଦେବୋତ୍ତର ବିଭାଗରେ ଆବଶ୍ୟକ କର୍ମଚାରୀ ଅଭାବରୁ ରାଜ୍ୟରେ ଥିବା ୧୮ ହଜାର ମନ୍ଦିର ପରିଚାଳନାରେ ସମସ୍ୟା ଉପୁଜିଛି।ଦିଅଁଙ୍କ ନାଁରେ ରହିଥିବା ସମ୍ପତ୍ତି ଓ ମଠାଧୀଶଙ୍କ ନାଁରେ ଥିବା ସମ୍ପତ୍ତି ଏବେ ଅସୁରକ୍ଷିତ ହୋଇପଡ଼ିଛି। ପରିଚାଳନାଗତ ତ୍ରୁଟି ଯୋଗୁଁ ଦିଅଁଙ୍କ ସମ୍ପତ୍ତିକୁ ମାଫିଆମାନେ କବ୍‌ଜା କରିବାକୁ ବସିଛନ୍ତି। ଦିଅଁଙ୍କ ସମ୍ପତ୍ତିର ମାଲିକାନା ରେକର୍ଡ ପରିବର୍ତ୍ତନ କରି କିସମ ବଦଳାଇ ବିକି ଦେଉଛନ୍ତି। ମନ୍ଦିର ଓ ମଠ ସମ୍ପତ୍ତିକୁ ସୁରକ୍ଷା ଦେବା ନିମନ୍ତେ ଦେବୋତ୍ତର ବିଭାଗ ଅସମର୍ଥ ହୋଇଛି। ବିଭାଗର ଅଦାଲତରେ ସେକ୍ସନ ୨୫ ଧାରାରେ ରୁଜୁ ହୋଇଥିବା ମାମଲାର ତ୍ବରିତ୍‌ ବିଚାର ହୋଇପାରୁନି। କର୍ମଚାରୀ ଅଭାବ ଯୋଗୁଁ ମାମଲାର ବିଚାର ଓ ତଦନ୍ତ‌େ‌ର ବାଧା ସୃଷ୍ଟି ହୋଇଛି। ରାଜ୍ୟରେ ଦେବୋତ୍ତର ବିଭାଗ କାର୍ଯ୍ୟାଳୟକୁ ୪ଟି ଜୋନ୍‌ରେ ବିଭକ୍ତ କରାଯାଇଛି। କଟକ, ସମ୍ବଲପୁର, ବ୍ରହ୍ମପୁର ଓ ଭୁବନେଶ୍ବର ଜୋନ୍‌ କାର୍ଯ୍ୟାଳୟକୁ ପରିଚାଳନା କରିବାକୁ ସରକାରଙ୍କ ପକ୍ଷରୁ ୧୬୨ଟି ପଦବୀ ମଞ୍ଜୁର କରାଯାଇଥିବାବେଳେ ଏବେ ମୋଟ ୬୨ଜଣ କର୍ମଚାରୀରେ କାର୍ଯ୍ୟ ଚାଲିଛି।

ଅଧିକାଂଶ କିରାଣି, ଟାଇପିଷ୍ଟ, ପ୍ରୋସେସ୍‌ ସର୍ଭର, ଜିଲା ନିରୀକ୍ଷକ, ଡ୍ରାଇଭର , ଡାଟା ଏଣ୍ଟ୍ରି ଅପରେଟର ଭଳି ପଦବୀ ଖାଲିପଡ଼ିଛି। କିଛି ପଦବୀ ଆଉଟସୋର୍ସିଂ ମାଧ୍ୟମରେ ଚାଲିଥିବା ବେଳେ ଅନେକ ପଦବୀ ଖାଲି ରହିଛି। ମାସ ମାସ ଧରି ପୂରଣ କରାଯାଉନି। ଏପରିକି ରାଜ୍ୟରେ ୧୮ ହଜାର ମନ୍ଦିରକୁ ସୂଚାରୁ ରୂପେ ପରିଚାଳନା ପାଇଁ ଦେବୋତ୍ତର ବିଭାଗ ସହାୟତାରେ ଅନ୍ତରୀଣ ଟ୍ରଷ୍ଟବୋର୍ଡ କିମ୍ବା ରାଜ୍ୟ ସରକାରଙ୍କ ଆଇନ ବିଭାଗ ଦ୍ବାରା ମଞ୍ଜୁରପ୍ରାପ୍ତ ଟ୍ରଷ୍ଟବୋର୍ଡ ଗଠନ କରାଯାଇ ପାରୁନି। ସୂଚନା ଅନୁସାରେ ଦେବୋତ୍ତର ବିଭାଗ ଅଦାଲତରେ ୨୦୨୧ ସେ‌େ‌ପ୍ଟମ୍ବର ୩୦ ପର୍ଯ୍ୟନ୍ତ ୪ହଜାର ୭ଶହ ୨୧ଟି ମାମଲା ବିଚାରାଧୀନ ଅବସ୍ଥାରେ ରହିଥିବାବେଳେ ସେଥିରୁ ୧୭୨୫ଟି ମାମଲା ମନ୍ଦିର, ମଠର ସମ୍ପତ୍ତିକୁ ଜବରଦଖଲ, ବିକ୍ରିବଟା, ରେକର୍ଡ ପରିବର୍ତ୍ତନ ଓ କିସମ ପରିବର୍ତ୍ତନ ଭଳି ମାମଲା ରହିଛି। ଦେବୋତ୍ତର ଆୟୁକ୍ତ ୨୫ ଧାରା ଅନୁସାରେ ସେଗୁଡ଼ିକ ବିଚାର କରି ବିହିତ ପଦକ୍ଷେପ ନେବାର ନିୟମ ରହିଥିବାବେଳେ ବର୍ଷ ବର୍ଷ ଧରି ଫାଇଲ ତଳେ ଗଡୁଛି। ଯାହାର ଫାଇଦା ଜମି ମାଫିଆ ନେଉଛନ୍ତି।
ଦେବୋତ୍ତର ଆୟୁକ୍ତ ଶିଶିର କୁମାର ରଥ କହିଛନ୍ତି, ଅଦାଲତରେ ଗଡୁଥିବା ମାମଲା ବିଚାରରେ ବିଳମ୍ବ ହେବାର କାରଣ କର୍ମଚାରୀ ଅଭାବ। ଏହି ସମସ୍ୟା ପୂରଣ ପାଇଁ ରାଜ୍ୟ ସରକାରଙ୍କୁ ଅବଗତ କରାଯାଇଛି। କରୋନା କଟକଣା ଯୋଗୁଁ କମ୍‌ସଂଖ୍ୟକ ଲୋକଙ୍କୁ ନେଇ କାର୍ଯ୍ୟ କରିବାକୁ ପଡୁଛି। ଖୁବ୍‌ଶୀଘ୍ର ବିଚାରାଧୀନ ମାମଲାର ଶୁଣାଣି ଉପରେ ଗୁରୁତ୍ବ ଦିଆଯିବ ବୋଲି ସେ କହିଛନ୍ତି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories