www.samajalive.in
Sunday, December 7, 2025
26.1 C
Bhubaneswar

ପୌଷ ପୂର୍ଣ୍ଣିମା ; କରନ୍ତୁ ଏହି ୪ଟି କାର୍ଯ୍ୟ ମିଳିବ ମା’ଲକ୍ଷ୍ମୀଙ୍କ କୃପା

ହିନ୍ଦୁ ଧର୍ମରେ ଅନେକ ପର୍ବ ଏବଂ ପର୍ବାଣୀ ରହିଛି। ଯେଉଁଥିରେ ସ୍ନାନ, ଦାନ, ଜପ କରିବାର ବିଶେଷ ମହତ୍ତ୍ୱ ରହିଛି । ପ୍ରତ୍ୟେକ ପୂର୍ଣ୍ଣିମାର ମହତ୍ତ୍ୱ ରହିଛି। ଆଜି ପୌଷ ପୂର୍ଣ୍ଣିମା। ତେବେ ଜ୍ୟୋତିଷ ଶାସ୍ତ୍ରରେ ଆଜି ଦିନକରେ କିଛି ସ୍ୱତନ୍ତ୍ର ଉପାୟ ରହିଛି, ଯାହା ଆପଣାଇବା ଦ୍ୱାରା ମା’ ଲକ୍ଷ୍ମୀଙ୍କ ଆଶୀର୍ବାଦ ମିଳିଥାଏ। ଧନସମ୍ପତ୍ତି, ସୁଖ ଏବଂ ସମୃଦ୍ଧି ବୃଦ୍ଧି ହୋଇଥାଏ। ଜାଣନ୍ତୁ….
ଆଜି ସକାଳେ ଓ ସନ୍ଧ୍ୟାରେ ମା’ଲକ୍ଷ୍ମୀଙ୍କୁ ପୂଜା କରନ୍ତୁ।

ପୂଜାରେ ଦେବୀ ଲକ୍ଷ୍ମୀଙ୍କୁ ପଦ୍ମଫୁଲ, ମିଠା ଏବଂ କ୍ଷୀରି ଭୋଗ କରି ମା’ଲକ୍ଷ୍ମୀଙ୍କ ସ୍ତୁତି ପାଠ କରିବେ। ଏହାଦ୍ୱାରା ମା’ଙ୍କ କୃପା ମିଳିଥାଏ।
ରାତ୍ରିରେ ଚନ୍ଦ୍ର ଦେଖିବା ପରେ ଏବଂ ଦେବୀ ଲକ୍ଷ୍ମୀଙ୍କୁ ପୂଜା କରିବା ପରେ ରାତିରେ ୧୧ଟି କଉଡିକୁ ଲାଲ କପଡାରେ ବାନ୍ଧି ଆଲମିରାରେ ରଖନ୍ତୁ। ଏହାଦ୍ୱାରା ଧନସମ୍ପତ୍ତି ଓ ମାନସମ୍ମାନ ବୃଦ୍ଧି ହୋଇଥାଏ।
ମା’ଲକ୍ଷ୍ମୀଙ୍କୁ ପୂଜାର୍ଚ୍ଚନା ପରେ ପ୍ରାର୍ଥନା କରନ୍ତୁ।
ପୂର୍ଣ୍ଣିମା ଦିନ ଭଗବାନ ବିଷ୍ଣୁ ଏବଂ ମାତା ଲକ୍ଷ୍ମୀଙ୍କ ସମ୍ମୁଖରେ ଘିଅର ଦୀପ ଲଗାନ୍ତୁ। ଏହି ଦିନ ଦୀପ ଦାନ କରିବା ଶୁଭ ବୋଲି ବିବେଚନା କରାଯାଏ । ଭଗବାନ ବିଷ୍ଣୁଙ୍କୁ ପ୍ରସନ୍ନ କରିବା ପାଇଁ ଘର, ମନ୍ଦିର, ଅଶ୍ୱତ୍ଥ ବୃକ୍ଷ ଏବଂ ତୁଳସୀ ବୃକ୍ଷ ନିକଟରେ ସନ୍ଧ୍ୟାରେ ଦୀପ ଲଗାଇବା ଉଚିତ।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories