www.samajalive.in
Sunday, December 14, 2025
26.1 C
Bhubaneswar

ଦୁଇ ଅଟୋ ସହ ବାଇକ ଧକ୍କା: ଜଣେ ମହିଳା ମୃତ, ଆଠ ଯାତ୍ରୀ ଆହତ

ମୋହନା: ପୁଲିସର ସଚେତନତା ସତ୍ତ୍ୱେ ଦିନକୁ ଦିନ ମୋହନା ଅଞ୍ଚଳରେ ବାଇକ ଓ ଅଟୋ ଦୁର୍ଘଟଣା ଥମିବାର ନାଁ ଧରୁନି। ଅଡବା ଥାନା ଅନ୍ତର୍ଗତ ଦମାଦୁଆ ଗ୍ରାମଠାରୁ ଦୁଇଟି ଅଟୋ ନଂ ଓଡିଠ୭ ଏକ୍ସ ୩୦୬୩ ଓ ଅନ୍ୟଟି ଓଡ଼ିଠ୭ ଏସ ୩୩୫୨ କିଛି ଯାତ୍ରୀଙ୍କୁ ନେଇ ଦୃତ ବେଗରେ ଅଡବା ଆସୁଥିବା ବେଳେ ଅପରପାର୍ଶ୍ବରୁ ଅଡବାରୁ ଏକ ବାଇକ ନଂ ଓଡିଠ୭ ଏଜେ ୯୨୮୪ ବ୍ରାହ୍ଣଣୀ ଗାଁ ଆଡକୁ ଯାଉଥିବା ବେଳେ ଝିଲିକି ନିକଟ ବମ୍ୱେ ଛକ ନିକଟରେ ବାଇକକୁ ଅଟୋ ଧକ୍କା ଦେଇଥିଲା।

 

- Advertisement -

ପୁଣି ଅନ୍ୟ ଅଟୋଟି ସହ ବାଇକର ପୁଣି ଧକ୍କା ହୋଇଥିଲା। ଫଳରେ ଅଟୋରେ ବସିଥିବା ଦମାଦୁଆ ଗ୍ରାମର ଶାନ୍ତିଲତା ନାୟକ (୩୦) ଗୁରୁତର ହୋଇଥିଲେ ଏବଂ ଉଭୟ ଅଟୋର ମୋଟ ୮ ଜଣ ଯାତ୍ରୀ ଆହାତ ହୋଇଥିଲେ। ଆହତ ଯାତ୍ରୀମାନଙ୍କର ମୁଣ୍ଡ, ଛାତି, ଗୋଡ ମାଡ ହେବା ସହ ହାତ ମଧ୍ୟ ଭାଙ୍ଗିଯାଇଛି। ସମସ୍ତ ଗୁରୁତରଙ୍କୁ ବ୍ରହ୍ମପୁର ବଡ ମେଡିକାଲ ସ୍ଥାନାନ୍ତର କରାଯାଇଛି। ଗୁରୁତର ଥିବା ଶାନ୍ତିକୁ ଅଡବା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନୀୟ ଲୋକେ ଆଣିଥିଲେ। ସେଠାରେ ଡାକ୍ତର ଅଭିମନ୍ୟୁ ବେହେରା ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ଶୁଣି ଅଡବା ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ପାତ୍ର ଓ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories