www.samajalive.in
Saturday, December 6, 2025
23.1 C
Bhubaneswar

ନବୀନଙ୍କୁ ପୁଣି ଚିଠି ଲେଖିଲେ କେନ୍ଦ୍ର ଶକ୍ତିମନ୍ତ୍ରୀ

ଭୁବନେଶ୍ୱର : ଏନଟିପିସି ପ୍ରକଳ୍ପକୁ ନେଇ ଚାଲିଛି ଚିଠି ଯୁଦ୍ଧ। କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ ପ୍ରଧାନଙ୍କ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଏବଂ ଏହା ଉପରେ ରାଜ୍ୟ ଶକ୍ତି ମନ୍ତ୍ରୀ ସୁଶାନ୍ତ ସିଂହଙ୍କ ଜବାବ ପରେ ପୁନର୍ବାର କେନ୍ଦ୍ର ଶକ୍ତି ମନ୍ତ୍ରୀ ରାଷ୍ଟ୍ର ଆର.କେ.ସିଂହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ପ୍ରକଳ୍ପ ଅନୁମୋଦନ ପାଇଁ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଛନ୍ତି।
ଚିଠିରେ ସେ ଉଲ୍ଲେଖ କରିଛନ୍ତି ଯେ ଏନ୍‍ଟିପିସିର ଟିଟିପିଏସ-୩ ପ୍ରକଳ୍ପ ପାଇଁ ଜଙ୍ଗଲ ଓ ପରିବେଶ ମଞ୍ଜୁରି ମିଳିଥିବାବେଳେ ଓଡ଼ିଶା ସରକାରଙ୍କ ଉଚ୍ଚସ୍ତରୀୟ କମିଟି ଅନୁମୋଦନ ମିଳନାହିଁ। ଏହା ମିଳିବା ପରେ ୯,୭୮୫କୋଟି ଟଙ୍କାର ପ୍ରକଳ୍ପ ପ୍ରତିଷ୍ଠା ହେବ।
ଏହାଦ୍ୱାରା ରାଜ୍ୟରେ ସୌଭାଗ୍ୟ ସ୍କିମରେ ବିଦ୍ୟୁତୀକରଣ ଯୋଜନାରେ ସହାୟକ ହେବ ବୋଲି ଦର୍ଶାଇଛନ୍ତି। ଏପରି ସୁଯୋଗ ହାତଛଡ଼ା ନକରିବାକୁ ସେ ଅନୁରୋଧ କରିଛନ୍ତି।
ଏହାଛଡ଼ା ପ୍ରଧାନମନ୍ତ୍ରୀ ଆସନ୍ତା ୨୨ତାରିଖରେ ତାଳଚେର ଗସ୍ତରେ ଆସୁଥିବାରୁ ନବୀନବାବୁଙ୍କ ଉପସ୍ଥିତିରେ ତାଳଚେର ଥର୍ମାଲ ପାୱାର ଷ୍ଟେଜ-୩ ପ୍ରକଳ୍ପ ଶିଳାନ୍ୟାସ କରିବାକୁ ସେ ମଧ୍ୟ ପ୍ରସ୍ତାବ ଦେଇଛନ୍ତି।
ଚିଠିରେ ସେ ଉଲ୍ଲେଖ କରିଛନ୍ତି ଯେ ତାଳଚେର ତାପଜ ଶକ୍ତି ଫେଜ-୩ର ଶକ୍ତି କ୍ରୟ ଚୁକ୍ତି ପ୍ରକଳ୍ପ ପାଇଁ ୨୦୧୦ରେ ରାଜିନାମା ହୋଇଥିଲା। ତତ୍କାଳୀନ ବୈଧତା ରିପୋର୍ଟ ଆଧାରରେ ବିଦ୍ୟୁତ୍‍ ମୂଲ୍ୟ ୨ଟଙ୍କା ୬୮ପଇସା ଥିଲା। କୋଇଲା କ୍ରୟ ମୂଲ୍ୟ ବୃଦ୍ଧି ଓ ଅନ୍ୟାନ୍ୟ ବିଷୟକୁ ଦେଖି ପରିବର୍ତ୍ତିତ ମୂଲ୍ୟ ଆଧାରରେ ୩ଟଙ୍କା ୪୦ପଇସା ଧାର୍ଯ୍ୟ ହୋଇଛି। ଦୀର୍ଘକାଳୀନ ଭିତ୍ତିରେ ଓଡ଼ିଶା ପାଇଁ ୨୫ବର୍ଷର ବିଦ୍ୟୁତ୍‍ ଉପଲବ୍ଧତା ଆଧାରରେ ବର୍ତ୍ତମାନର ମୂଲ୍ୟାୟନ ପ୍ରଥମ ବର୍ଷ ପାଇଁ ୟୁନିଟ ପିଛା ୩ଟଙ୍କା ୪୦ ଧାର୍ଯ୍ୟ କରାଯିବା ଯୁକ୍ତିଯୁକ୍ତ। ପ୍ରକୃତ ମୂଲ୍ୟ କେନ୍ଦ୍ରୀୟ ବିଦ୍ୟୁତ ନିୟାମକ ଆୟୋଗ ଦ୍ୱାରା ଧାର୍ଯ୍ୟ ହେବ। ତାଳଚେରର ବର୍ତ୍ତମାନର ପ୍ରକଳ୍ପର ଅବଧି ୨୦୨୧ ସୁଦ୍ଧା ଶେଷ ହେଉଥିବାରୁ ଏହି ସ୍ଥାନରେ ଆଉ ଏକ ଆଧୁନିକ ପ୍ରକଳ୍ପ ନିର୍ମାଣ ଖୁବ ଜରୁରୀ।
ଟିଟିପିଏସ-୩ରୁ ଶକ୍ତି ଯୋଗାଣ ପାଇଁ ହେଉଥିବା ଦାବି ସମ୍ପର୍କରେ ସେ କହିଛନ୍ତି ଯେ ଏହାଦ୍ୱାରା ସିଟିୟୁ ସଂକ୍ରାନ୍ତ ଲାଭ କ୍ଷତି ବିଷୟରେ ଜାଣିବା ସମ୍ଭବ ହେବନାହିଁ। ଏ ସଂକ୍ରାନ୍ତରେ ପରିବହନ ଯୋଜନା ଷ୍ଟାଣ୍ଡିଂ କମିଟିରେ ଆଲୋଚନା ଆଧାରରେ ନିଷ୍ପତ୍ତି ନିଆଯାଇଥିଲା। ଏନଟିପିସିର ବାଢ଼-୧ ଓ ୨ ପ୍ରକଳ୍ପରୁ ଓଡ଼ିଶାକୁ ଆସୁଥିବା ବିଦ୍ୟୁତ୍‍ କେନ୍ଦ୍ର ସରକାରଙ୍କ ନିୟମାବଳୀ ଆଧାରରେ ଦିଆଯାଉଛି। ଏଥିପାଇଁ ଅନ୍ୟ ରାଜ୍ୟର ସମ୍ମତି ନିଆଯିବାର ଆବଶ୍ୟକତା ରହିଛି। ଏଥିନେଇ ୱେବସାଇଟରେ ପୋଷ୍ଟ କରାଯାଇଛି। କୌଣସି ହିତାଧିକାରୀ ରାଜ୍ୟ ଏହାକୁ ନେବା ପାଇଁ ସମ୍ମତି ଦେଲେ କେନ୍ଦ୍ର ସରକାର ଏ ଦିଗରେ ପୁନଃ ଆବଣ୍ଟନ ନିଷ୍ପତ୍ତି କାର୍ଯ୍ୟକାରୀ କରିବେ। ବାଢ଼ ପ୍ରକଳ୍ପ ପରିବର୍ତ୍ତେ କଣିହାଁ ଓ ତାଳଚେରରୁ ବିଦ୍ୟୁତ୍‍ ବିନିମୟ ପାଇଁ ରାଜ୍ୟ ସରକାର ଦେଇଥିବା ପ୍ରସ୍ତାବ ମଧ୍ୟ ବର୍ତ୍ତମାନ ପାଇଁ କାର୍ଯ୍ୟକାରୀ କରାଯିବା ସମ୍ଭବ ନୁହେଁ ବୋଲି ମନ୍ତ୍ରୀ ଦର୍ଶାଇଛନ୍ତି।

Hot this week

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

Related Articles

Popular Categories