www.samajalive.in
Sunday, December 14, 2025
14.1 C
Bhubaneswar

ନିଖୋଜ ପୋଷା ଶୁଆ ପାଇଁ ୫ ହଜାର ପୁରସ୍କାର ଘୋଷଣା

କଟକ: ଶୁଆ ନିରୁଦ୍ଦିଷ୍ଟ। ତାକୁ ଖୋଜିଦେବା ପାଇଁ ବିଜ୍ଞାପନ ଓ ପୁରସ୍କାର ରାଶି ଘୋଷଣା କରାଯାଇଛି। ଏଭଳି କୌତୂହଳ କଥା ଦେଖିବାକୁ ମିଳିଛି କଟକ ତୁଳସୀପୁର ଅଞ୍ଚଳରେ। ପ୍ରଫେସର ସୁସ୍ମିତା ବେହେରାଙ୍କ ପାଳିତ ଶୁଆ ‘କୋକୋ’ ପାଇଁ ପୂରା ପରିବାର ଏବେ ଚିନ୍ତିତ ହୋଇପଡିଛନ୍ତି। ଘରର ପୁଅ ଭଳି ସ୍ନେହଶ୍ରଦ୍ଧା କରିଆସୁଥିବା କୋକୋକୁ ଖୋଜିଦେଲେ ୫ ହଜାର ଟଙ୍କା ପୁରସ୍କାର ଦେବେ ବୋଲି ପରିବାର ପକ୍ଷରୁ ଘୋଷଣା କରାଯାଇଥିବା ସୁସ୍ମିତା କହିଛନ୍ତି। ଏଥିପାଇଁ ସ୍ଥାନୀୟ ଅଞ୍ଚଳରେ ପ୍ରଚାରପତ୍ର (ଲିଫଲେଟ୍‌) ମଧ୍ୟ ବାଣ୍ଟିଛନ୍ତି। ପ୍ରଫେସରଙ୍କ ଏଭଳି ପକ୍ଷୀପ୍ରେମକୁ ସାଧାରଣରେ ପ୍ରଶଂସା କରାଯାଉଛି।

ତୁଳସୀପୁର ମଧୁସୂଦନ ନଗରର ସୁସ୍ମିତା ବେହେରା ନ୍ୟାସନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଷ୍ଟାଣ୍ଡାର୍ଡସ୍‌ ଆଣ୍ଡ୍‌ ଟେକ୍ନୋଲୋଜି (ନିଷ୍ଟ)ର ପ୍ରଫେସର ଅଛନ୍ତି। ବର୍ଷେ ତଳେ ନିଷ୍ଟରେ ପଢ଼ାଉଥିବାବେଳେ ଏକ ଛୋଟ ଶୁଆ ଆହତ ଅବସ୍ଥାରେ ବାହାରେ ପଡ଼ିଥିଲା। ଶ୍ରୀମତୀ ବେହେରା ତା’ର ଚିକିତ୍ସା କରାଇଥି ତାକୁ ସୁସ୍ଥ କରାଇଥିଲେ। ପଶୁପକ୍ଷୀପ୍ରେମୀ ହୋଇଥିବାରୁ ଶୁଆକୁ ନିଜ ଘରକୁ ନେଇ ଆସିଥିଲେ। ଶୁଆର ନାଁ ଦିଆଯାଇଥିଲା ‘କୋକୋ’। ସେବେଠୁ କୋକୋ ସୁସ୍ମିତାଙ୍କ ପରିବାର ସଦସ୍ୟ ଜଣେ ଅନ୍ତରଙ୍ଗ ତଥା ଘନିଷ୍ଠ ସଦସ୍ୟ ଭାବେ ରହୁଥିଲା। ସ୍ୱାମୀ ଇଂ ଦୁର୍ଗେଶ କୁମାର ଏବଂ ପୁଅ ଧବମନ୍ୟୁ ମଧ୍ୟ କୋକୋକୁ ଭାରି ଯତ୍ନ କରୁଥିଲେ । ସବୁଠୁ ବଡ଼ କଥା ହେଉଛି କୋକୋ ପଞ୍ଜୁରୀରେ ରହେ ନାହିଁ। ଘରେ ଖୋଲାରେ ବିଚରଣ କରେ। ସବୁ ଘରକୁ ତା’ର ଅବାଧ ପ୍ରବେଶ। ଏପରିକି ବିଛଣାରେ ବସେ। ଗୀତ ଗାଏ, ଡାକେ, କଥା ଶୁଣେ। ବାହାରକୁ ଗଲେ ଅନ୍ୟ ସଦସ୍ୟଙ୍କ ଭଳି ସାଙ୍ଗରେ ଯାଉଥିଲା। ଘରର ଖାସ୍‌ ସଦସ୍ୟ ପାଲଟିଯାଇଥିଲା କୋକୋ।

- Advertisement -

ଗଲା ୫ ତାରିଖ ଜଣେ ପଡ଼ୋଶୀ ମାସ୍କ ପିନ୍ଧି ପାଖକୁ ଆସିବାରୁ ଡରି କୁଆଡ଼େ ଉଡ଼ିଗଲା। ଯେତେ ଖୋଜିଲେ ବି ମିଳୁନି କୋକେ। ବହୁତ ଖୋଜା ଖୋଜି କଲେଣି। ପୋଷା ଶୁଆ ହୋଇଥିବାରୁ କାହା ଘରକୁ ଉଡିଯାଇଥିବ ବୋଲି ପ୍ରଫେସର ସୁସ୍ମିତା ଆଶା କରୁଛନ୍ତି। ତେଣୁ ବାଧ୍ୟ ହୋଇ ଲିଫ୍ଟଲେଟ୍‌ ମାଧ୍ୟମରେ ଶ୍ରୀମତୀ ବେହେରା ବିଜ୍ଞାପନ ଦେବା ସହ ୫ ହଜାର ଟଙ୍କା ପୁରସ୍କାର ଘୋଷଣା କରିଛନ୍ତି। ଶ୍ରୀମତୀ ବେହେରା ଆଶା ବାନ୍ଧିଛନ୍ତି ନିଶ୍ଚୟ କୋକୋ ଫେରିଆସିବ।

Hot this week

ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ବଙ୍ଗଳା ନେବା ଅଭିଯୋଗ ଉଠାଇଲା ବିଜେଡି

ଭୁବନେଶ୍ବର : ସ୍ବତନ୍ତ୍ର ଓଡ଼ିଶା ଗଠନ ହେବା ପରଠାରୁ ମୋହନ ଚରଣ...

ନବମ ଶ୍ରେଣୀ ଛାତ୍ର ଠାରୁ ବନ୍ଧୁକ ଜବତ

ଗରଦପୁର : କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଲକ କୋରୁଆ ସରକାରୀ ଉଚ୍ଚ...

୨୦୨୬ରେ ଏହି ରାଶିଙ୍କ ଚମକିବ ଭାଗ୍ୟ: ଯାହାବି କରିବେ ସଫଳ ହେବେ, ପ୍ରଚୁର ଧନ ବର୍ଷା ହେବ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ସ୍ଥିତି ଏବଂ ଗତି ବ୍ୟକ୍ତିବିଶେଷଙ୍କ ଜୀବନକୁ...

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

Related Articles

Popular Categories