www.samajalive.in
Sunday, December 14, 2025
26.1 C
Bhubaneswar

ଚାଷୀଙ୍କ ନିବେଦନ, ମଣ୍ଡିରେ ଧାନ ବିକ୍ରି ପାଇଁ ସୁଯୋଗ ଦିଆଯାଉ

ବଲାଙ୍ଗିର: ମଣ୍ଡିରେ ଧାନ ବିକ୍ରି ପାଇଁ ସୁଯୋଗ ଦିଆଯାଉ। ଆଜି ଜିଲାର ଜଣେ ଚାଷୀ ଜିଲାପାଳଙ୍କ ଉଦ୍ଦେଶ୍ୟରେ ଏଭଳି ଅନୁରୋଧ ପତ୍ର କୃଷକ ସଂଘର୍ଷ ସମିତି ଜରିଆରେ ପ୍ରଦାନ କରିଛନ୍ତି। ବଲାଙ୍ଗିର ଜିଲା ବେଲପଡ଼ା ବ୍ଲକ ଜଲିଆ ଗାଁର ଅରକ୍ଷିତ ରାଉତ ଓ ଭୀଷ୍ମ ରାଉତ। ୨ ଭାଇ ସାଙ୍ଗ ହୋଇ ରହନ୍ତି ଓ ଚାଷ କରି ଚଳନ୍ତି। ସେମାନଙ୍କର ୧୦ଏକର ଜମିରୁ ୩ ଏକର ବନ୍ଧକ ରଖିଛନ୍ତି। ଅବଶିଷ୍ଟ ଜମିରେ ୨ ଭାଇ ଚାଷ କରିଛନ୍ତି। ଭୀଷ୍ମ ମଣ୍ଡିରେ ଶହେ କ୍ୱିଣ୍ଟାଲ ଧାନ ବିକ୍ରି କରି ସାରଥିବା ବେଳେ ଅରକ୍ଷିତଙ୍କ ନାଁରେ ୯୦ କ୍ୱିଣ୍ଟାଲ ଧାନ ବିକ୍ରି କରିବା ପାଇଁ ଟୋକନ ଆସିଛି। ତେବେ ପାଟଣାଗଡ ଉପ ଜିଲାପାଳଙ୍କ ନେତୃତ୍ୱରେ ଅନ୍ୟ ଅଧିକାରୀ ଓ କର୍ମଚାରୀ ଅରକ୍ଷିତଙ୍କ ଘରେ ଚଢଉ କରିବା ସହ ବେଆଇନ ଭାବେ ଧାନ ଗଚ୍ଛିତ ରଖିଥିବା ଦର୍ଶାଇ ଜବତ କରିଥିଲେ।

ଅରକ୍ଷିତଙ୍କ କହିବା ଅନୁସାରେ, ମଣ୍ଡିରେ ବିକ୍ରି ପାଇଁ ଜବତ ଧାନ ଛାଡି ଦିଆଯାଉ। ନହେଲେ ଇଚ୍ଛା ମୃତ୍ୟୁ ପାଇଁ ଅନୁମତି ଦିଆଯାଉ। ଶନିବାର ପୀଡ଼ିତ ଚାଷୀ ଅରକ୍ଷିତ ଓ ଭୀଷ୍ମଙ୍କ ସହ କୃଷକ ସଂଘର୍ଷ ସମିତି ସଦସ୍ୟମାନେ ଅରକ୍ଷିତଙ୍କ ଅନୁରୋଧ ପତ୍ର ଦେବା ପାଇଁ ଆସିଥିଲେ। ଏଥିରେ ସୁପିନ ଖମାରୀ, କୃଷକ ସଂଘ ସମିତିର ବିଭୁଦତ୍ତ ମିଶ୍ର, ପ୍ରୀତମ ଠାକୁର, ଚାଷୀ ଲଳିତ ମୋହନ ବୁଡେକ, କୃଷ୍ଣଚନ୍ଦ୍ର ରାଉତ, ଶୁକ୍ରୁ ମଲ୍ଲିକ, ବିରାଟ ମଲ୍ଲିକ, ଗଜାନନ ମଲ୍ଲିକ, ଦୀନବନ୍ଧୁ ବୁଡେକ, ବିଜୟ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories