www.samajalive.in
Friday, December 12, 2025
16.1 C
Bhubaneswar

ଅଜଣା ଗାଡି ଧକ୍କାରେ ଦୁଇ ମୃତ

କୋକସରା,କଲମପୁର : ଶନିବାର ବିଳମ୍ବିତ ରାତ୍ରିରେ ଏକ ଅଜଣା ଗାଡି ଧକ୍କାରେ ଦୁଇ ଜଣ ସାଙ୍ଗଙ୍କ ମୃତ୍ୟୁ ଘଟିଛି। ମୃତ ଦୁଇ ଜଣ ବଂଧୁ ନୂଆଖାଈ ମନାଇ ଘରକୁ ଫେରୁଥିବାବେଳେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ମିଳିଥିବା ସୂଚନାନୁଯାୟୀ ଶନିବାର ଦିନ କଲମପୁର ବ୍ଳକ ବଟକୁଟ୍ରୁ ଗାଁର ଗଣେଷ ପଣ୍ଡାଙ୍କ ପୁଅ ସୌରବ ପଣ୍ଡା ବିଜମରାରେ ରହୁଥିବା କୃଷ୍ଣ ରଣାଙ୍କ ପୁଅ ପଦ୍ମନାଭ ରଣାକୁ ଭେଟିବାକୁ ଆସିଥିଲା। ଦୁହେଁ ବାଲ୍ୟ ବଂଧୁ ଥିଲେ। ପଦ୍ମନାଭ ପୁନେର କମ୍ପାନୀ ଚାକିରୀ କରୁଥିବାବେଳେ ସୌରଭ ଥୁ.ରାମପୁରରେ ଏକ ମୋବାଇଲ ଦୋକାନ କରିଥିଲେ। ପ୍ରଥମେ ବାଣ୍ଡିଗାଁର ସାଙ୍ଗକୁ ଘରେ ଛାଡି ଦେବା ପରେ ବିଜମରାରେ ପଦ୍ମନାଭକୁ ଛାଡି ସୌରଭ ଗାଁକୁ ଫେରିବା କଥା। କିନ୍ତୁ ନିୟତିର ବିଧାନ ଅଲଗା ଥିଲା। ପଦ୍ମନାଭକୁ ଛାଡିବା ପାଇଁ ବିଜମରା ଆସୁଥିବାବେଳେ ଦୁଲକିବନ୍ଦ ଛକ ନିକଟରେ ଏକ ଅଜଣା ଗାଡି ସୌରଭଙ୍କ ଗାଡିକୁ ଧକ୍କା ଦେଇଥିଲା। ଖବର ପାଇ ତୁରନ୍ତ ପରିବାର ଲୋକେ ଘଟଣା ସ୍ଥଳକୁ ପହଞ୍ଚିଥିଲେ। ତେବେ ଘଟଣାସ୍ଥଳରେ ପଦ୍ମନାଭଙ୍କ ମୃତ୍ୟୁ ଘଟିଥିବାବେଳେ ଜୁନାଗଡ ଡାକ୍ତରଖାନା ନେବା ବାଟରେ ମୋଟେର ନିକଟରେ ସୌରବଙ୍କ ମୃତ୍ୟୁ ହୋଇଥିଲା। ସୌରଭ ଓ ପଦ୍ମନାଭ ଦୁହେଁ ଉଭୟ ପରିବାରର ଏକମାତ୍ର ସନ୍ତାନ ଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳକୁ ପହଞ୍ଚି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରି ତଦନ୍ତ ଆରମ୍ଭ କରିଛି। ଦୁର୍ଘଟଣା ପରେ ଗାଡିଟି ଫେରାର ରହିଥିବାବେଳେ ଏପର୍ଯ୍ୟନ୍ତ ଗାଡିର ପରିଚୟ ମିଳିନାହିଁ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories